ତିରୁପତି ପ୍ରସାଦ ପରେ ବାଙ୍କେ ବିହାରୀ ମନ୍ଦିର ପ୍ରସାଦ କେମିତି ? ମୁହଁ ଖୋଲିଲେ ଆଶିଷ ଗୋସ୍ୱାମୀ

Published By : Prameya-News7 Bureau | September 21, 2024 IST

ନୂଆଦିଲ୍ଲୀ ୨୧/୦୯: ସାରା ଦେଶରେ ତିରୁପତି ମନ୍ଦିରର ପ୍ରସାଦକୁ ନେଇ ହଇଚଇ । ପ୍ରସାଦରେ ପଶୁ ଚର୍ବି ମିଶିବା ଘଟଣାକୁ ନେଇ ତାତିଛନ୍ତି ଭକ୍ତ । ଉଠୁଛି ପଡୁଛି ପଲ୍ଲିରୁ ଦିଲ୍ଲୀ । ଏହାରି ଭିତରେ ମୁହଁ ଖୋଲିଛନ୍ତି ବୃନ୍ଦାବନ ବାଙ୍କେ ବିହାରୀ ମନ୍ଦିରର ସେବା ଅଧିକାରୀ ଆଶିଷ ଗୋସ୍ୱାମୀ । ସେ କହିଛନ୍ତି ଯେ ଏହା ଅକ୍ଷମଣୀୟ ଅପରାଧ । ଧର୍ମକୁ ବଞ୍ଚାଇବା ଆମର ପ୍ରଥମ ଦାୟିତ୍ୱ । 

ସେ କହିଛନ୍ତି ଯେ, ତିରୁପତି ବାଲାଜୀ ମନ୍ଦିରର ପ୍ରସାଦରେ ଚର୍ବିର ଉପସ୍ଥିତି ମିଳିଥିବା ଖବର ମୁଁ ଗଣମାଧ୍ୟମ ଜରିଆରେ ଜାଣିବାକୁ ପାଇଲି । ତେବେ ମୁଁ ଏହା ସ୍ପଷ୍ଟ କରିଦେଉଛି କି, ବାଙ୍କେ ବିହାରୀ ମନ୍ଦିରରେ ବାଙ୍କେ ବିହାରୀଙ୍କୁ ଦିଆଯାଇଥିବା ନୈବେଦ୍ୟ କୌଣସି ମିଶ୍ରିତ ନାହିଁ । ସମ୍ପୂର୍ଣ୍ଣ ଶୁଦ୍ଧତା ସହ ଅର୍ପଣ କରାଯାଉଛି । ସେ କହିଛନ୍ତି ଯେ ବାଙ୍କେ ବିହାରୀ ଜୀଙ୍କୁ ଅର୍ପଣ କରିବା ପାଇଁ ଆମେ ବ୍ୟବହାର କରୁଥିବା ଘିଅ, କ୍ଷୀର, ଲହୁଣୀ ସହ କଦଳୀରେ ପ୍ରସ୍ତୁତ ହୋଇଥାଏ । ଏହାକୁ ବାହାରୁ ଅର୍ଡର କରିବାର ଆବଶ୍ୟକତା ନାହିଁ । ଆମର ଏଠାରେ ଗାଈ କ୍ଷୀରରୁ ପ୍ରସ୍ତୁତ ହୁଏ ପ୍ରସାଦ । ସେହି କ୍ଷୀରରୁ ଭଗବାନଙ୍କୁ ନୈବେଦ୍ୟ ଦିଆଯାଏ ଏବଂ ଦହି ପ୍ରସ୍ତୁତ କରାଯାଏ । ପ୍ରସାଦ ଠାକୁର ଜି ରୋଷେଇ ଶାଳରୁ ହିଁ ପ୍ରସ୍ତୁତ ହୁଏ । 

ମୋର ବିଶ୍ୱାସ ଯେ ଏପରି କରିବା ନିହାନ୍ତି ଦଣ୍ଡନୀୟ । ଆମ ଧର୍ମକୁ ବଞ୍ଚାଇବା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମର ସନାତନ ଧର୍ମ ପାଇଁ, ଆମର ହିନ୍ଦୁ ସଂସ୍କୃତି ପାଇଁ ଏବଂ ଆମର ମନ୍ଦିରଗୁଡ଼ିକର ଶୁଦ୍ଧତା ଏବଂ ପବିତ୍ରତା ବଜାୟ ରଖିବା ପାଇଁ ଆମେ ଏହି ଜିନିଷଗୁଡ଼ିକର ବିଶେଷ ଯତ୍ନ ନେବା ଉଚିତ୍ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.