ଅନ୍ତରୀକ୍ଷରୁ କେମିତି ଫେରିବେ ସୁନୀତା ? ସେପ୍ଟେମ୍ୱର ୨୪ରେ ଲଞ୍ଚ ହେବ ମିଶନ କ୍ରୁ-୯

Published By : Prameya-News7 Bureau | September 21, 2024 IST

ନୂଆଦିଲ୍ଲୀ୨୧/୦୯: ଦିନ ପରେ ଦିନ ଗଡିଚାଲିଛି । ତଥାପି ଫେରିପାରୁନାହାଁନ୍ତି ସୁନୀତା । ଏବେବି ଫସିଛନ୍ତି ଦୁଇ ଆଷ୍ଟ୍ରୋନଟ । ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସଙ୍କ ସହ ବୁଚ୍ ଓ୍ୱିଲମରଙ୍କ ଫସିଛନ୍ତି । ଅନେକ ମାସ ବିତିଗଲାଣି, ତଥାପି ଅନିଶ୍ଚିତତା । ନିକଟରେ ଫେରିଥିଲେ ୪ ମହାକାଶଚାରୀ । କିନ୍ତୁ ଫେରିନଥିଲେ ସୁନୀତା ଓ ଓ୍ୱିଲମର । 

ଆସନ୍ତା ବର୍ଷ ତାଙ୍କ ଫେରିବା ନେଇ ମିଳିଛି ସୂଚନା । ଆଉ NASA ଆରମ୍ଭ କରିଦେଲାଣି ପ୍ରକ୍ରିୟା । ଏଥର କିନ୍ତୁ ତାଙ୍କୁ ଫେରିବାରେ ସାହାଯ୍ୟ କରିବେ ଏଲନ ମସ୍କ । ମସ୍କଙ୍କ ସ୍ପେଶ୍ ଏକ୍ସର ସ୍ୱତନ୍ତ୍ର ଅନ୍ତରୀକ୍ଷ ଯାନରେ ଫେରିବେ ଉଭୟ । ଏଥିପାଇଁ ଚଳିତମାସରେ ଲଞ୍ଚ ହେବ ସ୍ପେଶାଲ ମିଶନ । ତେବେ କଣ ଏହି ମିଶନ? କେମିତି ଫେରିବେ ସୁନୀତା ଓ ବୁଚ୍ ? 

ଡ୍ରାଗନ କ୍ୟାପସୁଲରେ ଫେରିବେ ମହାକାଶଚାରୀ । ବିଶ୍ୱର ପ୍ରଥମ ଘରୋଇ ସ୍ପେଶକ୍ରାଫ୍ଟ  ସ୍ପେଶ୍ ଏକ୍ସ ଡ୍ରାଗନ୍ ସ୍ପେସକ୍ରାଫ୍ଟ । ଯେଉଁଥିରେ ରହିଛି ଡ୍ରାଗନ୍ କ୍ରୁ କ୍ୟାପସୁଲ । ଯାହାକୁ ବାଛିଚି NASA । ଏଇ ସେହି ଯାନ ଯେଉଁଥିରେ ଫେରିବେ ସୁନୀତା ଓ ସାଥୀ । କହିବାକୁ ଗଲେ ସ୍ପେସ୍ ଏକ୍ସର ଡ୍ରାଗନ୍ କ୍ରୁ କ୍ୟାପସୁଲ ଯାହା ମହାକାଶଚାରୀଙ୍କୁ ନେଇଥାଏ ଅନ୍ତରୀକ୍ଷ । 

୨୧୦ ଦିନ ପର୍ଯ୍ୟନ୍ତ ଏଥିରେ ରହିପାରିବେ ମହାକାଶଚାରୀ । ଡ୍ରାଗନ୍ କ୍ରୁ କ୍ୟାପସୁଲର ଉଚ୍ଚତା ୧୫ ଫୁଟ । କ୍ୟାପସୁଲର ଭିତରର ବ୍ୟାସ ୧୩ ଫୁଟ ଏବଂ ମୋଟେଇ ୧୨ଫୁଟ । ଖାଲି କ୍ୟାପସୁଲର ଓଜନ ୭୭୦୦ କିଲୋଗ୍ରାମ । ଯେତେବେଳେ କାର୍ଗୋ ଏବଂ ମହାକାଶଚାରୀଙ୍କ ସହିତ ଲଞ୍ଚ କରାଯାଏ, ଏହାର ସର୍ବାଧିକ ଟେକ୍ଅଫ୍ ଓଜନ ହୋଇଯାଏ ୧୨,୫୦୦ କିଲୋଗ୍ରାମ । 

କକ୍ଷପଥରେ ୬୦୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ବିତରଣ କରିପାରିବ ଏହା । ଏହା ସ୍ପେଶ୍ ଷ୍ଟେସନକୁ ୩୩୦୭ କିଲୋଗ୍ରାମ ଓଜନ ବିତରଣ କିମ୍ବା ଫେରାଇ ଆଣିପାରେ । ଏଥିରେ ୨ ରୁ ୪ ମହାକାଶଚାରୀ ବସିବାର ରହିଥାଏ କ୍ଷମତା । ଜରୁରୀକାଳୀନ ସ୍ଥାନାନ୍ତର କ୍ଷେତ୍ରରେ, ୭ ମହାକାଶଚାରୀଙ୍କ ବସିବାର ବ୍ୟବସ୍ଥା ରହିଛି । 

ବିଶ୍ୱର ପ୍ରଥମ ବ୍ୟକ୍ତିଗତ ମହାକାଶଯାନ, ଯାହା କ୍ରମାଗତ ଭାବେ ମହାକାଶଚାରୀ ଏବଂ ମାଲ ପରିବହନ ଲାଗି ମହାକାଶ ଷ୍ଟେସନକୁ ଯାଉଛି । ଯଦି ଏହା କେବଳ ନିମ୍ନ କକ୍ଷପଥରେ ଉଡେ, ତେବେ ଏହା ୧୦ ଦିନ ପର୍ଯ୍ୟନ୍ତ ମହାକାଶରେ ରହିପାରେ । କିନ୍ତୁ ଯଦି ସ୍ପେଶ୍ ଷ୍ଟେସନ୍ ସହିତ ସଂଯୁକ୍ତ ହୋଇ ରହେ, ତେବେ ୨୧୦ ଦିନ ସ୍ପେଶ୍ରେ ରହିପାରିବାର କ୍ଷମତା ରହିଛି । 


ଏହାକୁ ନେଇ ଅନେକ ପ୍ରକାର ପ୍ରସ୍ତୁତି କରିଛି ସ୍ପେସ୍ ଏକ୍ସ । ଏପର୍ଯ୍ୟନ୍ତ ୧୨ଟି ଡାଗ୍ରନ୍ କ୍ୟାପସୁଲ୍ ପ୍ରସ୍ତୁତ ହୋଇଛି । ଯେଉଁଥିରେ ରହିଛି ୬ଟି କ୍ରୁ, ୩ କାର୍ଗୋର, ୩ ପ୍ରୋଟୋଟାଇପ୍ । ପୂର୍ବରୁ ତିନୋଟି କ୍ୟାପସୁଲ ଅବସର ନେଇସାରିଛି । ସେଥିରୁ ଗୋଟିଏ କ୍ରୁ ଏବଂ ଦୁଇଟି ପ୍ରୋଟୋଟାଇପ୍ ଥିଲା ।

ଏହି କ୍ୟାପସୁଲର ପ୍ରଥମ ମାନବବିହୀନ ଉଡାଣ ଥିଲା ୨ ମାର୍ଚ୍ଚ ୨୦୧୯ । ପ୍ରଥମ ମାନବ ବିମାନଯୁକ୍ତ ଉଡାଣ ଥିଲା ୨୦ ମେ ୨୦୨୦ରେ । ସେହିଭଳି ପ୍ରଥମ କାର୍ଗୋ ବିମାନ ୬ ଡିସେମ୍ବର ୨୦୨୦ରେ ହୋଇଥିଲା । ଏହା ସାଧାରଣତ ସ୍ପେଶ୍ ଏକ୍ସର ଫାଲକନ୍ ୯ ବ୍ଲକ୍ ୫ ରକେଟରୁ ଉତକ୍ଷେପଣ କରାଯାଇଥାଏ । ଏଥିରେ, ୨୫୬୩ କିଲୋଗ୍ରାମ ଇନ୍ଧନ ସ୍ପେସ୍ ଷ୍ଟେସନକୁ ଯିବା ଆସିବା କରାଯିବା ପାଇଁ ରଖାଯାଇଥାଏ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.