ଚର୍ଚ୍ଚାରେ ଦିଲ୍ଲୀ ନୂଆ CMଙ୍କ ଲଭଷ୍ଟୋରୀ, ଲାଇମଲାଇଟଠୁ ଦୂରରେ ଥିବା ଆତିଶୀଙ୍କ ସ୍ବାମୀ କିଏ?

Published By : Prameya-News7 Bureau | September 21, 2024 IST

ନୂଆଦିଲ୍ଲୀ ୨୧/୯: ରାଜନୀତିରେ ଏବେ ଟପ୍‌ରେ ଆତିଶୀ ମର୍ଲେନାଙ୍କ ନାଁ । ଆଜି ଦିଲ୍ଲୀର ନୂଆ ସିଏମ୍‌ ଭାବରେ ଶପଥ ନେବେ ଆତିଶୀ ।  ଦିଲ୍ଲୀର ନୂଆ ସିଏମ୍‌ ଭାବରେ ନାଁ ଘୋଷଣା ପରେ ଚର୍ଚ୍ଚାରେ ଆତିଶୀ ଓ ତାଙ୍କ ପରିବାର। ଶିଲା ଦୀକ୍ଷିତ ଓ ସୁଷମା ସ୍ବରାଜଙ୍କ ପରେ ସେ ଏବେ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ । ଆତିଶୀ ପୂର୍ବରୁ ଜଣାଶୁଣା ଥିଲେ ମଧ୍ୟ ଏବେ ଦେଶର ରାଜଧାନୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ବିଷୟରେ ଅଧିକ ଜାଣିବାକୁ ଚାହୁଁଛନ୍ତି ଲୋକେ । ଆତିଶୀଙ୍କ ସହ ଯୋଡି ହୋଇଥିବା ବିଭିନ୍ନ କଥା ଭିତରେ ତାଙ୍କ ସ୍ବାମୀଙ୍କ ବିଷୟରେ ଜାଣିବାକୁ ବେଶୀ ଏକସାଇଟେଡ ସମସ୍ତେ । ତାଙ୍କ ରୋମାଣ୍ଟିକ ଲୋଭଷ୍ଟୋରୀକୁ ନେଇ ଢେର ଆଲୋଚନା । ତାଙ୍କ ସ୍ବାମୀ ଯିଏକି ସର୍ବସମ୍ମୁଖରେ ଆସିବାକୁ ପସନ୍ଦ କରନ୍ତିନି। ହେଲେ ପଛରେ ମଜଭୁତ ଚଟାଣ ହୋଇ ସବୁବେଳେ ଆତିଶୀଙ୍କୁ ସପୋର୍ଟ କରୁଥିବା ବିଭିନ୍ନ ମିଡିଆ ରିପୋର୍ଟରୁ ସ୍ପଷ୍ଟ ହୋଇଛି । 

ଆତିଶୀଙ୍କ ସ୍ବାମୀ ପ୍ରବୀଣ ସିଂ । ଜାତିରେ ଶିଖ ରାଜପୁତ ହୋଇଥିବା ପ୍ରବୀଣ ଜଣେ ଶିକ୍ଷାବିତ୍‌ ଓ ରିସର୍ଚ୍ଚର । ଯିଏକି ଲାଇମଲାଇଟ ଠାରୁ ବହୁ ଦୂରରେ ।  ସଦଭାବନା ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ପଲିସି ପରି ସଂସ୍ଥା ସହ ଜଡିତ ଅଛନ୍ତି । ଦିଲ୍ଲୀ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନଲୋଜି (IIT) ଓ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ (IIM) ଅହମ୍ମଦାବାଦରୁ ଡିଗ୍ରୀ ହାସଲ କରିଛନ୍ତି । ସେ ଅନେକ ବଡ ବଡ କଂପାନୀରେ କାମ କରିଛନ୍ତି । ଆମେରିକାର ଏକ କନସଲଟାନ୍ସି ଫାର୍ମରେ ବି କାମ କରିସାରିଛନ୍ତି । ଏହା ପରେ ସେ ସାମାଜିକ କାର୍ଯ୍ୟରେ ଯୋଡି ହୋଇ ଯାଇଥିଲେ । ପ୍ରବୀଣ ଚାହିଁଥିଲେ କୌଣସି ବଡ ସେକ୍ଟରରେ ଉଚ୍ଚ ବେତନରେ ଚାକରି କରିପାରିଥାନ୍ତେ । ହେଲେ ସେ ଗାଁରେ ରହି ଗାଁର ବିକାଶ କରିବାକୁ ଚାହୁଁଥିଲେ । ଆଉ ସେହି ଇଚ୍ଛାରେ ସବୁ ଦିନ ପାଇଁ ଗାଁରେ ରହିଗଲେ । 

ମିଡିଆ ରିପୋର୍ଟ ଅନୁସାରେ ଆତିଶୀ ଓ ପ୍ରବୀଣଙ୍କ ଭେଟ ଦିଲ୍ଲୀରେ ହୋଇଥିଲା ।ଆତିଶୀ ଓ ପ୍ରବୀଣଙ୍କ ଲକ୍ଷ୍ୟ ଗୋଟିଏ ଥିଲା, ସାମାଜିକ କାର୍ଯ୍ୟ । ଉଭୟ ଗାଁରେ ମିଶି ଅନେକ ସାମାଜିକ କାର୍ଯ୍ୟ କରିଛନ୍ତି । ପରେ ପରେ  ମହାତ୍ମଗାନ୍ଧିଙ୍କ ଗ୍ରାମ ସ୍ବରାଜ ସ୍ବପ୍ନକୁ ସାକାର କରିବାକୁ ମଧ୍ୟପ୍ରଦେଶରେ ୨୦୦୭ରେ ଏକ କମ୍ୟୁନିଟି ସ୍ଥାପନ କରିଥିଲେ । ଧିରେ ଧିରେ ଦୁହିଁଙ୍କ ଏ ସଂପର୍କ ପ୍ରେମରେ ବଦଳି ଯାଇଥିଲା । କିଛି ବର୍ଷ ପୂର୍ବେ ଉଭୟଙ୍କର ବିବାହ ହୋଇଥିଲା । ପ୍ରବୀଣ ଏତେ ଲୋ ପ୍ରୋଫାଇଲ ଥିଲେ ଯେ ତାଙ୍କର ଗୋଟିଏ ବି ଫଟୋ ସୋସିଆଲ ମିଡିଆରେ ଖୋଜିବା କଷ୍ଟ । ଆତିଶୀଙ୍କ ରାଜନୀତିରେ ଏଣ୍ଟ୍ରିକୁ ଅନେକ ବର୍ଷ ହେଲାଣି। ହେଲେ ପ୍ରବୀଣଙ୍କୁ କେବେ ସର୍ବସାଧାରଣରେ ଆଗକୁ ଆସିବା କେହି ଦେଖିନାହାନ୍ତି ।

 ୨୦୧୨ରେ ଆତିଶୀ ଆମ୍‌ ଆଦାମୀ ପାର୍ଟି ସହ ଯୋଡି ହୋଇଥିଲେ । ଗତ ୨ ବର୍ଷ ମଧ୍ୟରେ ସେ ଆପ୍‌ର ସବୁଠାରୁ ବିଶ୍ବସନୀୟ ଚେହେରା ଭାବରେ ଉଭା ହୋଇଛନ୍ତି । କୁହାଯାଏ କି ଆତିଶୀଙ୍କ ସ୍ବାମୀ ମଧ୍ୟ ଆମ୍‌ ଆଦମୀ ପାର୍ଟିରେ ଜଡିତ ଥିଲେ । କିନ୍ତୁ ସେ ସଂପର୍କରେ କୌଣସି ସଠିକ ଖବର ସାମ୍ନାକୁ ଆସିନି । 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.