ଯାତ୍ରା ମଝିରେ ଖବର ଆସିଲା ବାପା ଚାଲିଗଲେ, ମନରେ କୋହ ଚାପି ଅଭିନୟ ଶେଷ କଲେ ନାୟିକା ଟିକିନା

Published By : Prameya-News7 Bureau | September 18, 2024 IST

ବଣାଇ ୧୮।୯: ପ୍ରଥମ ଥର ପାଇଁ ମଞ୍ଚସ୍ଥ ହେଉଥିଲା ନୂଆ ନାଟକ, ଦ୍ୱିତୀୟ ସିନ୍ ପରେ କଲ୍ ଆସିଲା ବାପା ଚାଲିଗଲେ । ବାପା ମୃତ୍ୟୁ ଖବର ପାଇ ମନରେ କୋହକୁ ଚାପି ଦେଇ ନାଟକ ସମ୍ପୂର୍ଣ୍ଣ କଲେ ଯାତ୍ରା ନାୟିକା ଟିକିନା ସ୍ବାଇଁ । 

ମଙ୍ଗଳବାର ରାତିରେ କୋଇଡା ପଡିଆ ଠାରେ ଯାତ୍ରା ସ୍ୱପ୍ନମହଲ କ୍ୟାମ୍ପରେ ଦେଖିବାକୁ ମିଳିଥିଲା କିଛି ଏଭଶି ଦୃଶ୍ୟ । ମଞ୍ଚରେ ପ୍ରଥମ ଥର ପାଇଁ ମଞ୍ଚସ୍ଥ ହେଉଥାଏ ନୂଆ ନାଟକ "ଚକା ଆଖି ମୋ ଶେଷ ସାକ୍ଷୀ" । ପ୍ରଥମ ଥର ବୋଲି ନାଟ୍ୟକାର, ନିର୍ଦ୍ଦେଶକ, ଲେଖକଙ୍କ ଉପସ୍ଥିତିରେ ସମେତ ଶହ ଶହ ଦର୍ଶକଙ୍କ ଆଗରେ ଚାଲିଥାଏ ନାଟକ । ମୁଖ୍ୟ ଭୂମିକାରେ ଥାଆନ୍ତି ଅଭିନେତ୍ରୀ ଟିକିନା ସ୍ୱାଇଁ । ଠିକ୍ ଦୁଇଟି ସିନ୍ ପରେ ସାଥୀ କଳାକାର ମୁନା ଓ ମୁଖ୍ୟ ଭିଲିଆନ୍ ଭୂମିକାରେ ଥିବା ତାଙ୍କ ସ୍ୱାମୀ ଶୁଭେନ୍ଦୁ ଚୌଧୁରୀ ପାଖକୁ ନିଆଳିରୁ ଭାଇଙ୍କ କଲ୍ ଆସିଲା ବାପା ଚାଲିଗଲେ । ଧର୍ମ ସଙ୍କଟରେ ପଡି ସେ ସମସ୍ତଙ୍କୁ କହିଲେ ଏବେ ଟିକିନାକୁ କିଛି କୁହନି ନହେଲେ ସେ ଭାଙ୍ଗି ପଡିବ । ଆଉ ନାଟକ ଜାରି ରହୁ କାରଣ ମୁଖ୍ୟ ନାୟିକା ସିଏ । ନାଟକ ଆଗକୁ ବଢିଲା ହେଲେ କିଛି ସମୟ ପରେ ସିଏ ଜାଣି ପାରିଲେ ହେଲେ ଦର୍ଶକ ରୂପି ଭଗବାନଙ୍କ ଆଗରେ ଅଧା ନାଟକ ଛାଡି ଥାଆନ୍ତେ କେମିତି । ମନରେ କୋହକୁ ଚାପି ଛଳ ଛଳ ଆଖିରେ ସମ୍ପୂର୍ଣ୍ଣ କଲେ ନାଟକ । ହେଲେ ନାଟକରେ ଅଭିନୟ ଲୁହ ସ୍ଥାନରେ ଥିଲା ସତସତିକା ଲୁହ । ଏହାକୁ ନେଇ ନାଟକ ନିର୍ଦ୍ଦେଶକ, ନାଟ୍ୟକାର, ସାଥୀ କଳାକାର ଦୁଃଖ ପ୍ରକାଶ ସହ କହିଥିଲେ ଏ ହେଉଛି କଳାକାର ମାନଙ୍କ ଜୀବନ ।

You Can Read:

ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ : ୫ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କଲେ ପୋଲିସ ଡ଼ିଜି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.