ରାଉରକେଲା ୨୫/୨: ଖଣି ଅଞ୍ଚଳରେ କାମ କରୁଥିଲେ ଶ୍ରମିକ । ହଠାତ ଧସିଲା ମାଟି ଅତଡା । ଚିତ୍କାର କରିବାକୁ ବି ସମୟ ପାଇଲେନି । ମାଟି ତଳେ ପୋତି ହୋଇଗଲେ ୩ ଶ୍ରମିକ । ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ବରସୁଆଁ ଦମାଳ ଖଣି ଅଞ୍ଚଳରେ ଅଘଟଣ । ମାଟି ଅତଡା ଧସି ୩ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ଜଣେ ମହିଳା ଶ୍ରମିକ ଅଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ୩ ଗୁରୁତର ହେଲେ ନାତାନି ହର, ଅଗସ୍ତି ମୁଣ୍ଡା ଓ ଫୁଲମଣୀ ଟପ୍ନ । କେମିତି ଓ କେଉଁ ପରିସ୍ଥିତିରେ ମାଟି ଅତଡା ଧସିଲା ପୋଲିସ ସହ ସ୍ଥାନୀୟ ପ୍ରଶାସନ ଓ କଂପାନୀ କର୍ତ୍ତୃପକ୍ଷ ପହଞ୍ଚି ତଦନ୍ତ କରୁଛନ୍ତି ।
ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଜାଳିବା ଓ ପୂର୍ବତନ ବି...
