କେନ୍ଦ୍ର ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ଝାଡ଼ଖଣ୍ଡ ସରକାର; AGଙ୍କୁ ସୂଚୀତ କଲେ CJI

Published By : Prameya-News7 Bureau | September 20, 2024 IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ ଝାଡ଼ଖଣ୍ଡ ସରକାର । ଅଦାଲତ ଅବମାନନା ଅଭିଯୋଗ ଆଣି ହେମନ୍ତ ସରକାର ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରସ୍ଥ ହୋଇଛନ୍ତି । ରାଞ୍ଚି ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ସୁପାରିସ୍ କରିଛନ୍ତି ସୁପ୍ରିମକୋର୍ଟଙ୍କ କଲେଜିୟମ । ହେଲେ ଏହାକୁ ମଞ୍ଜୁରୀ ପ୍ରଦାନ କରିବାରେ ବିଳମ୍ବ କରୁଛନ୍ତି କେନ୍ଦ୍ର ସରକାର । ଏଭଳି ଅଭିଯୋଗ ଆଣି ସୁପ୍ରିମକୋର୍ଟରେ କେନ୍ଦ୍ର ବିରୋଧରେ ଏକ ମାମଲା ଦାୟର କରିଛନ୍ତି ଝାଡ଼ଖଣ୍ଡ ସରକାର । ଏନେଇ ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ ଆଟୋର୍ନି ଜେନେରାଲ୍ ଆର. ଭେଙ୍କଟରମଣୀଙ୍କୁ ସୂଚନା ଦେଇଛନ୍ତି ।  

ସିଜେଆଇ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଝାଡଖଣ୍ଡ ସରକାରଙ୍କ ଆବେଦନ କଥା ଏଭଳି ସମୟରେ ଉଠାଇଛନ୍ତି, ଯେଉଁ ସମୟରେ ଆଟୋର୍ନି ଜେନେରାଲ୍ ଆର. ଭେଙ୍କଟରମଣୀ ଏକ ଜନହିତକର ମାମଲାରେ ସୁପ୍ରିମକୋର୍ଟ ଜବାବ ରଖିବା ପାଇଁ ୭ଦିନ ସମୟ ମାଗିଥିଲେ । କଲେଜିୟମ ଦ୍ବାରା ସୁପାରିସ୍ ହୋଇଥିବା ବିଚାରପତିଙ୍କ ନିଯୁକ୍ତିକୁ ଅଧିସୂଚିତ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନିଶ୍ଚିତ ସମୟ ସୀମା ପାଇଁ ଦାବି କରାଯାଇଥିଲା ।  

ଏହି ଜନହିତକର ମାମଲାରେ ଶୁକ୍ରବାର ଶୁଣାଣି ହେବ ତେଣୁ ଏକ ସପ୍ତାହ ମଧ୍ୟରେ ଲିଷ୍ଟ ଜାରି କରିବାକୁ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ ବରିଷ୍ଠ ଆଇନ୍ ଅଧିକାରୀ । ଏହାକୁ ନେଇ ସିଜେଆଇ କହିଥିଲେ, ଶୁକ୍ରବାର କୋର୍ଟ କାର୍ଯ୍ୟର ଅଧିସୂଚନା ପୂର୍ବରୁ ପ୍ରକାଶ ପାଇସାରିଛି । ଝାଡ଼ଖଣ୍ଡ ସରକାର ନିଜ ଆବେଦନରେ କହିଛନ୍ତି, ମୁଖ୍ୟ ବିଚାରପତି ଗୁରୁତ୍ବପୂର୍ଣ୍ଣ ପ୍ରସାଶନିକ କାର୍ଯ୍ୟ କରିଥାନ୍ତି ଏବଂ ରାଜ୍ୟ ନ୍ୟାୟପାଳିକାର ସେ ହେଉଛନ୍ତି ମୁଖିଆ । ପ୍ରଜାକୁ ନ୍ୟାୟ ପାଇଁ କୁଶଳ ପ୍ରାଶାସନ ଏବଂ ନ୍ୟାୟପାଳିକା କାର୍ଯ୍ୟ ନିୟମିତ ଭାବେ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତିର   ଆବଶ୍ୟକତା କରିଛି । ଏହାଛଡ଼ା ଆବେଦନରେ କୁହାଯାଇଛି, ଭାରତର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ କଲେଜିୟମ ଦ୍ବାରା ସୁପାରିସ୍ ପରେ ବି ମୁଖ୍ୟ ବିଚାରପତି ନିଯୁକ୍ତି ଅଧିସୂଚନା ବିଳମ୍ବ ହେବା ରାଜ୍ୟର ନ୍ୟାୟ ପ୍ରଶାସନ ପାଇଁ ହାନିକାରିକ ବୋଲି ଝାଡ଼ଖଣ୍ଡ ସରକାର ତାଙ୍କ ଆବେଦନରେ କହିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.