ହ୍ୟାକରଙ୍କ ନଜରରେ ସୁପ୍ରିମକୋର୍ଟ, ଆସୁଛି କ୍ରିପ୍ଟୋକରେନ୍ସି ଭିଡିଓ

Published By : Prameya-News7 Bureau | September 20, 2024 IST

ନୂଆଦିଲ୍ଲୀ ୨୦/୦୯: ହ୍ୟାକରଙ୍କ ନଜରରେ ସୁପ୍ରିମକୋର୍ଟଙ୍କ ୟ୍ୟଟ୍ୟୁବ୍ ଚ୍ୟାନେଲ୍ । ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ଏବଂ ସଂସ୍ଥାର ସୋଶାଲ ମିଡିଆ ପ୍ଲାଟଫର୍ମ ହ୍ୟାକ୍ ହେବା ନେଇ ଖବର ଆସୁଥିବା, ଏବେ ସୁପ୍ରିମକୋର୍ଟଙ୍କ ଚ୍ୟାନେଲକୁ ବି ହ୍ୟାକ୍‌ କରାଯାଇଥିବା ଜଣାପଡିଛି । ସୁପ୍ରିମକୋର୍ଟଙ୍କ ୟ୍ୟୁଟ୍ୟୁବ୍ ଚ୍ୟାନେଲରେ ଆମେରିକା ଆଧାରିକ କମ୍ପାନୀର ବିଜ୍ଞାପନ ପ୍ରସାରିତ ହେବା ପରେ ଏହା ସ୍ପଷ୍ଟ ହୋଇଛି । 

ରିପୋର୍ଟ ଅନୁସାରେ, ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଆମେରିକାର ଆଧାରିତ କମ୍ପାନୀ ରିପଲ୍ ଲ୍ୟାବ ଦ୍ୱାରା ବିକଶିତ କ୍ରିପ୍ଟୋକରେନ୍ସିକୁ ପ୍ରୋତ୍ସାହିତ କରୁଥିବା ଭିଡିଓ ଦେଖିବାକୁ ମିଳୁଛି । ବାସ୍ତବରେ, ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲା ଯାଇଥିଲା। ମାମଲାଗୁଡ଼ିକର ବିଚାର ସମୟରେ ଲୋକେ କିପରି ଲାଇଭ୍ ମାଧ୍ୟମରେ ଶୁଣାଣି ବାବଦରେ ଜାଣିପାରିବେ, ସେଥିପାଇଁ ଏହି ଚ୍ୟାନାଲେ ଖୋଲାଯାଇଥିଲା । 

ତତତ୍କାଳୀନ ସୁପ୍ରିମକୋର୍ଟ ପ୍ରଧାନ ବିଚାପପତି ୟୁୟୁ ଲଳିତଙ୍କ ନେତୃତ୍ୱରେ ସମ୍ପ୍ରତି ପୂର୍ଣ୍ଣ ଅଦାଲତ ବୈଠକରେ ସର୍ବସମ୍ମତି କ୍ରମେ ୨୦୧୮ରେ ସମସ୍ତ ସମ୍ବିଧାନ ବେଞ୍ଚ ଶୁଣାଣିର ଲାଇଭ୍ ଷ୍ଟ୍ରିମ୍ ପ୍ରକ୍ରିୟା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ହ୍ୟାକରମାନେ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଚ୍ୟାନାଲକୁ ମଧ୍ୟ ହ୍ୟାକ୍ କରି ଏଥିରେ କ୍ରିପ୍ଟୋକରେନ୍ସିର ବିଜ୍ଞାପନ ପାଇଁ ଭିଡିଓ ପ୍ରସାରଣ କରୁଛନ୍ତି।  


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.