ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର , ପୋଲିସ ହାତରୁ ଖସିଯିବା ବେଳେ ଗୁଳିମାଡ଼

Published By : Prameya-News7 Bureau | April 12, 2025 IST

ଝାରସୁଗୁଡ଼ା ୧୨।୦୪ : ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର । ଦୁଇ ଅପରାଧୀଙ୍କୁ ପୋଲିସ ବେଲପାହାଡ଼-ଝାରସୁଗୁଡ଼ା ରାସ୍ତାରେ ଏନ୍‌କାଉଣ୍ଟର କରିଛି । ଯେଉଁଥିରେ ଦୁଇ ଅପରାଧୀଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ଶୁକ୍ରବାର ଦିନ ବେଲପାହାଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲେ ଦୁଇ ଅଭିଯୁକ୍ତ ଶେଖ୍‌ ଆସିଫ୍‌ ଓ ଅଭିଷେକ ବାରିକ । ଉଭୟଙ୍କୁ କୋର୍ଟ ଚାଲାଣ ବେଳେ ପୋଲିସ ହାତରୁ ଖସିଯିବାକୁ ଉଦ୍ୟମ କରିଥିଲେ । ପୋଲିସ ଆକଟ ପରେ ବି  ଅପରାଧୀମାନେ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ । ଶେଷରେ ବାଧ୍ୟ ହୋଇ ପୋଲିସ ଦୁଇ ଅପରାଧୀଙ୍କୁ ଗୁଳି ମାରିଥିଲା । ଯାହା ଅପରାଧୀଙ୍କ ଗୋଡ଼ରେ ବାଜିଛି । ଆଉ ଦୁଇ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ପଡିଯାଇଥିଲେ । ଏହାପରେ ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.