ନୂଆଦିଲ୍ଲୀ: ଜିଓ ଏହାର ନୂତନ ଜିଓଫୋନ୍ ପ୍ରାଇମା ୨ର ବଜାର ପ୍ରବେଶ କରାଇଛି । ନୂତନ ଜିଓଫୋନ୍ ପ୍ରାଇମା ୨ ଏକ ସ୍ମାର୍ଟ ଫିଚର ଫୋନ୍ ଯାହା ଗ୍ରାହକଙ୍କୁ ଏକ ସମ୍ପୂର୍ଣ୍ଣ ନୂତନ ଏବଂ ଭିନ୍ନ ପ୍ରିମିୟମ୍ ମୋବାଇଲ୍ ଅଭିଜ୍ଞତା ଦେବାକୁ ଯାଉଛି । ଚମତ୍କାର ଡିଜାଇନ୍ ସାଙ୍ଗକୁ ନୂତନ ଫୋନର ପତଳା ଏବଂ ଚମତ୍କାର ପରିପାଟୀ ଏହାକୁ ଆହୁରି ଆକର୍ଷଣୀୟ କରିଛି । ଲେଦର ପରି ଫିନିଶ୍ ସହିତ ଜିଓଫୋନ୍ ପ୍ରାଇମା ୨ କେବଳ ଦେଖିବା ପାଇଁ ଆକର୍ଷଣୀୟ ନୁହେଁ, ବରଂ ଧରିବାରେ ଭଲ ଅନୁଭବ ଦେଉଛି । ଏହି ଫୋନର ବଜାର ମୂଲ୍ୟ ମାତ୍ର ୨୭୯୯ ଟଙ୍କା ରହିଛି ।
ଜିଓଫୋନ୍ ପ୍ରାଇମା ୨ ପାରମ୍ପାରିକ ଫିଚର ଫୋନ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି । ଏଥିରେ ଭିଡିଓ କଲିଂ ସୁବିଧା ମଧ୍ୟ ରହିଛି, ଯାହା ଗ୍ରାହକଙ୍କୁ ଅଲଗା କୌଣସି ଆପ୍ପ ବିନା ସମ୍ନାସାମ୍ନି ଭିଡିଓ କଲରେ ଯୋଡ଼ିହେବା ସୁବିଧା ଦେଇଥାଏ । ଜିଓଫୋନ୍ ପ୍ରାଇମା ୨ ୪ଜିରେ ୟୁଟ୍ୟୁବ୍, ଫେସବୁକ୍ ଏବଂ ଗୁଗଲ୍ ଭଏସ୍ ଆସିଷ୍ଟାଣ୍ଟ ଭଳି ଲୋକପ୍ରିୟ ଆପ୍ ବ୍ୟବହାର କରାଯାଇପାରିବ । ଏହା ସହିତ ଜିଓ ଟିଭି, ଜିଓ ସାୱନ, ଜିଓ ନିଉଜ ଏବଂ ଜିଓ ସିନେମା ଭଳି ସମସ୍ତ ଜିଓ ଆପ୍ ବ୍ୟବହାର କରିପାରିବା ସହିତ ଗ୍ରାହକମାନେ ଜିଓପେ ମାଧ୍ୟମରେ ୟୁପିଆଇ ଦେୟ ମଧ୍ୟ ପ୍ରଦାନ କରିପାରିବେ । ସ୍ୱତନ୍ତ୍ର ଜିଓ ଚାଟ ଭଳି ଗୁରୁତ୍ୱପୂର୍ଣ୍ଣ ଫିଚର ସହିତ ଗ୍ରୁପ୍ ଚାଟ୍, ଭଏସ୍ ମେସେଜିଂ, ଫଟୋ ଏବଂ ଭିଡିଓ ସେୟାର୍ ମଧ୍ୟ କରାଯାଇପାରିବ।
କୋମଳ ପୁସ୍ ବଟନ୍ ସହିତ ଏହି ଫୋନ୍ ବ୍ୟବହାର କରିବା ଅତି ସହଜ । ଗୁଗଲ୍ ଭଏସ୍ ଆସିଷ୍ଟାଣ୍ଟକୁ ପ୍ରବେଶ କରିବାକୁ ମାଇକ୍ରୋଫୋନ୍ ଆଇକନ୍ ସହିତ ଏକ ବଡ଼ ନାଭିଗେସନ୍ ଉପଲବ୍ଧ ରହିଛି । ୪ଜି କାଇ-ଓଏସରେ କାର୍ଯ୍ୟ କରୁଥିବା ଜିଓଫୋନ୍ ପ୍ରାଇମା ୨ରେ କ୍ୱାଲକମ୍ ପ୍ରୋସେସର୍ ରହିଛି । ଏହି ଫୋନ୍ ଇଂରାଜୀ ଏବଂ ୨୨ ଟି ଭାରତୀୟ ଭାଷାକୁ ସପୋର୍ଟ କରୁଛି । ଜିଓଫୋନ୍ ପ୍ରାଇମା ୨ ଫିଚର ଫୋନ ବର୍ଗରେ ଏକ ଫ୍ଲାଗସିପ୍ ଫୋନ୍ ଭାବରେ ସବୁଠାରୁ ଆଗରେ ରହିଛି । ଏହା ଫିଚର ଫୋନର ସରଳତା ସାଙ୍ଗକୁ ଆଧୁନିକ ଫିଚର ଗୁଡିକୁ ଯୋଡି ଏକ ଶିଳ୍ପ ମାନକ ସ୍ଥାପିତ କରିଛି ।