'ଗାଜାରେ ଭୁଲ କରୁଛନ୍ତି ନେତାନ୍ୟାହୁ', ଇସ୍ରାଏଲ୍ PMଙ୍କୁ ବାଇଡେନ କହିଲେ ବାସ୍ ବହୁତ ହେଇଗଲା

Published By : Prameya-News7 Bureau | April 10, 2024 IST

ନୂଆଦିଲ୍ଲୀ ୧୦/୦୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ପୁଣିଥରେ ଚେତାଇଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଦ୍ୱିତାୟ ବାର ଚେତାଇ ସେ କହିଛନ୍ତି  ଗାଜାରେ ବହୁତ ବଡ ଭୁଲ କରୁଛନ୍ତି ନେତାନ୍ୟାହୁ । ବାଇଡେନେ ଯଥାଶୀଘ୍ର ଅସ୍ତ୍ରବିରତି ପାଇଁ ନେତାନ୍ୟାହୁଙ୍କୁ ନିବେଦନ କରିଥିଲେ । 

ଗାଜାରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ବାଇଡେନ ନିବେଦନ କରୁନାହାଁନ୍ତି । ବରଂ ସେ କହିଛନ୍ତି ଯେ ମୁଁ କେବଳ ଇସ୍ରାଏଲୀୟମାନଙ୍କୁ ଆସନ୍ତା ଛଅ-ଆଠ ସପ୍ତାହ ପାଇଁ ଯୁଦ୍ଧରେ ବିରାମ ଲଗାଇବାକୁ ଚାହୁଁଛି । ଯାହା ଦ୍ୱାରା ଗାଜାକୁ ଖାଦ୍ୟ ଏବଂ ଔଷଧ ଯୋଗାଇ ଦିଆଯାଇପାରିବ । 

ତୁରନ୍ତ ଅସ୍ତ୍ରବିରତି ଉଲ୍ଲଂଘନ ସମ୍ପର୍କରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ଏକ ସଂକଳ୍ପ ପାରିତ ହୋଇଛି । କିନ୍ତୁ ଏହା ସତ୍ତ୍ୱେ ନେତାନ୍ୟାହୁ ତାଙ୍କର ନିଷ୍ପତ୍ତି ପରିବର୍ତ୍ତନ କରୁନାହିଁନ୍ତି । ଏମିତିକି ଯୁଦ୍ଧରେ ବିରାମ ଲଗାଇବାର କୌଣସି ମନୋଭାବ ବି ପୋଷଣ କରୁନାହାଁନ୍ତି । ଗାଜାର ଏକମାତ୍ର ଆଂଶିକ ସୁରକ୍ଷିତ ଅଂଶ ରାଫା ଉପରେ ଆକ୍ରମଣ କରିବାକୁ ସେ ନିଜର ସୈନ୍ୟବାହିନୀ ପ୍ରସ୍ତୁତ କରୁଛନ୍ତି । ଅସ୍ତ୍ରବିରତି ଉଲ୍ଲଂଘନର କିଛି ସର୍ତ୍ତରେ ରାଜି ହୋଇ ଆମେରିକା ନିଜେ ଭୋଟ୍‌ରେ ଭାଗ ନେଇଥିଲା । 

ସଦ୍ୟତମ ସାକ୍ଷାତକାରରେ ବାଇଡେନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଗାଜା ନୀତି ବହୁଡ ବଡ ଭୁଲ ଥିଲା । ଯୁଦ୍ଧ ବନ୍ଦ କରିବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ପ୍ରଶାସନ ନିରନ୍ତର ନେତାନ୍ୟାହୁଙ୍କୁ ନିବେଦନ କରୁଛନ୍ତି । ବାଇଡେନ କହିଛନ୍ତି, "ମୁଁ ଭାବୁଛି ସେ ଯାହା କରୁଛନ୍ତି ତାହା ଭୁଲ ଅଟେ । 

ମୁଁ ତାଙ୍କ ଆଭିମୁଖ୍ୟରେ ସହମତ ନୁହେଁ । ଜୋ ବାଇଡେନ ଦୋହରାଇଛନ୍ତି ଯେ ଗତ ସପ୍ତାହରେ ଇସ୍ରାଏଲର ଏକ ଡ୍ରୋନ୍ ଷ୍ଟ୍ରାଇକ୍ ଦ୍ୱାରା ଗାଜାରେ ଅନେକଙ୍କ ମୃତ୍ୟୁ ହୋଇଥିଲା । ଏ ବିଷୟରେ ନେତାନ୍ୟାହୁଙ୍କ ସହ ଫୋନରେ କଥାବାର୍ତ୍ତା ହୋଇଥିଲା ଯାହା ଥିଲା ଅତ୍ୟନ୍ତ ଅସନ୍ତୋଷଜନକ । 


  • Israel Hamas war
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.