ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ, ଖୁବ୍‌ଶୀଘ୍ର ସମ୍ଭାଳିବେ ଦାୟିତ୍ବ

Published By : Prameya-News7 Bureau | March 21, 2025 IST

ଭୁବନେଶ୍ବର : ଜଷ୍ଟିସ୍ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଛନ୍ତି । ଜଷ୍ଟିସ୍ ଟଣ୍ଡନଙ୍କୁ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୂର୍ବରୁ ସୁପ୍ରିମକୋର୍ଟ କଲେଜିୟମ୍ ଜଷ୍ଟିସ୍ ଟଣ୍ଡନଙ୍କ ନାମ ସୁପାରିଶ କରିଥିଲେ । ଏବେ କୋଲକାତା ହାଇକୋର୍ଟରେ ବିଚାରପତି ଅଛନ୍ତି ଜଷ୍ଟିସ୍ ହରିଶ ଟଣ୍ଡନ ।




ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟ କଲେଜିୟମ୍ ତାଙ୍କ ନିଯୁକ୍ତି ନେଇ ସୁପାରିଶ କରିଥିଲେ । ଜଷ୍ଟିସ୍ ହରିଶ ଟଣ୍ଡନ ବର୍ତ୍ତମାନ କୋଲକାତା ହାଇକୋର୍ଟରେ ବିଚାରପତି ଅଛନ୍ତି । ଜାନୁଆରୀ ୧୯ ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହଙ୍କ ଅବସର ପରେ ନୂତନ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ନେଇ ଏହି ସୁପାରିଶ କରାଯାଇଥିଲା । ଜଷ୍ଟିସ୍ ଅରିନ୍ଦମ୍ ସିହ୍ନ ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଅଛନ୍ତି । 

୧୯୬୪ ମସିହା ନଭେମ୍ବର ମାସ ୧୬ ତାରିଖରେ ଜଷ୍ଟିସ୍ ଟଣ୍ଡନ ଜନ୍ମଗ୍ରହଣ କରିଛନ୍ତି । ୧୯୮୩ ମସିହାରେ କୋଲକାତା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ ପରେ ୧୯୮୯ ମସିହାରେ ସେହି ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ । ସେହିବର୍ଷ ସେପ୍ଟେମ୍ବର ୨୬ ରେ ଓକିଲ ଭାବେ ନାମ ପଞ୍ଜିକରଣ କରି ସେ ପ୍ରାକ୍ଟିସ୍ ଆରମ୍ଭ କରିଥିଲେ । ୨୦୧୦ ଏପ୍ରିଲ୍ ୧୩ ତାରିଖରେ କୋଲକାତା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ହାଇକୋର୍ଟ ବିଚାରପତିଙ୍କ ମଧ୍ୟରେ ସର୍ବଭାରତୀୟ ସ୍ତରରେ ସେ ହେଉଛନ୍ତି ସପ୍ତମ ବରିଷ୍ଠ ବିଚାରପତି । ଏହାସହ କୋଲକାତା ହାଇକୋର୍ଟର ସେ ହେଉଛନ୍ତି ସବୁଠୁ ବରିଷ୍ଠ ବିଚାରପତି । 

You Can Read:

ଯେଉଁ ଟିମ୍ ମ୍ୟାଚ୍ ଖେଳିବାର ନାହିଁ, ସେ ଟିମ୍ ଯିବ ତାର କିଛି ମାନେ ନାହିଁ : କୃଷ୍ଣଚନ୍ଦ୍ର ପାତ୍ର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.