ମୋର-ତୋର ନାହିଁ, ସମସ୍ତେ ବିଜେପି କାର୍ଯ୍ୟକର୍ତ୍ତା; ଯିଏ ଜିତି ପାରିବ ତାକୁ ଟିକଟ୍ ମିଳିବ-ସିନ୍ଧିଆ

Published By : Prameya-News7 Bureau | August 20, 2023 IST

ନୂଆଦିଲ୍ଲୀ: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସମର୍ଥକଙ୍କ ଟିକଟ୍ କଟିବା ଉପରେ ସ୍ପଷ୍ଟ ବୟାନ ରଖି କହିଛନ୍ତି । କହିଛନ୍ତି ଯେ କିଏ ମୋର, କିଏ ତୋର କିଛି ନାହିଁ । ପାର୍ଟିରେ ଯିଏ ଅଛନ୍ତି ସମସ୍ତେ ବିଜେପି କାର୍ଯ୍ୟକର୍ତ୍ତା । ଯିଏ ବିଜୟୀ ହୋଇପାରିବ ତାଙ୍କୁ ଦଳ ଟିକଟ୍ ଦେବ । ଏହାସହ ସେ ଦାବି କରିଛନ୍ତି ଯେ ମଧ୍ୟ ପ୍ରଦେଶରେ ୨୦୨୩ରେ ବିଜେପି ହିଁ ସରକାର ଗଠନ କରିବ । କେବଳ ଏତିକି ନୁହେଁ ଲୋକସଭା ନିର୍ବାଚନରେ ମଧ୍ୟ ବିଜେପି ହିଁ ଜିତିବ । ଏହି ସବୁ ନିର୍ବାଚନରେ କଂଗ୍ରେସ ଦୂର ଦୂରରେ ମଧ୍ୟ ନାହିଁ ।

ପଢନ୍ତୁ: ମଧ୍ୟ ପ୍ରଦେଶ ଏବଂ ଛତିଶଗଡ଼ ନିର୍ବାଚନ ପାଇଁ ବିଜେପିର ପ୍ରଥମ ସୂଚୀ, ୬୦ ପ୍ରାର୍ଥୀଙ୍କ ନାଁ ଘୋଷଣା

ଗ୍ୱାଲିୟରରେ ଆୟୋଜିତ ପ୍ରଦେଶ କାର୍ଯ୍ୟସମିତିର ବୈଠକ ହୋଇି କେନ୍ଦ୍ରମନ୍ତ୍ରୀ ସିନ୍ଧିଆ କହିଛନ୍ତି ଯେ କଂଗ୍ରେସ ଦୁର୍ନୀତି କଥା କହୁଛି । ସେମାନେ ପ୍ରଥମେ ନିଜ ଅତୀତକୁ ଦେଖିବା ଦରକାର । ତାଙ୍କ କାର୍ଯ୍ୟକାଳର ଇତିହାସ ଦୁର୍ନୀତିରେ ଭର୍ତ୍ତି ରହିଛି । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ନେତୃତ୍ୱରେ ରାଜ୍ୟରେ ୨୦୨୩ରେ ପୁଣି ଥରେ ଆମ ସରକାର ହେବ । ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ବିଜେପି ସରକାର ଆସିବ ।

ମଧ୍ୟ ପ୍ରଦେଶ ବିଜେପି କାର୍ଯ୍ୟସମିତିର ବୈଠକ ଗ୍ୱାଲିୟରରେ ହୋଇଛି । ଏଥିରେ ବହୁ କେନ୍ଦ୍ରମନ୍ତ୍ରୀ ସାମିଲ ହେବେ । ମଧ୍ୟ ପ୍ରଦେଶ ବିଜେପି ନିର୍ବାଚନୀ ପ୍ରଭାରୀ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ ତାଙ୍କ କ୍ୟାବିନେଟ ସହଯୋଗୀ ନରେନ୍ଦ୍ର ସିଂ ତୋମାର ଏବଂ ଆଶ୍ୱିନୀ ବୈଷ୍ଣବ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଲୋକଙ୍କ ପାଖରେ ପହଞ୍ଚି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ବାବଦରେ ଜଣାଇବା ପାଇଁ ଅପିଲ୍ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୧୭ରେ ବିଜେପି ମଧ୍ୟ ପ୍ରଦେଶ ଏବଂ ଛତିଶଗଡ଼ ବିଧାନସଭା ନିର୍ବାଚନ ଦଳୀୟ ପ୍ରାର୍ଥୀଙ୍କ ପ୍ରଥମ ସୂଚୀ ଜାରି କରିଥିଲା । ଏହି ସୂଚୀରେ ମଧ୍ୟ ପ୍ରଦେଶ ପାଇଁ ୩୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିଲା । ଅନ୍ୟପଟେ ଛତିଶଗଡ଼ ପାଇଁ ୨୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିଲା । ମଧ୍ୟ ପ୍ରଦେଶ ପାଇଁ ଯେଉଁ ୩୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି, ସେଥିରେ ୩ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ପ୍ରଥମ ସୂଚୀରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନାମ ନାହିଁ । ତେବେ ଏହି ସୂଚୀରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଘନିଷ୍ଠଙ୍କ ନାଁ ନଥିଲା, ଯାହାକୁ ନେଇ ରାଜନୈତିକ ମହଲରେ ବେଶ ଆଲୋଚନା ହୋଇଥିଲା ।

Also read: ୪ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀଙ୍କ ନାଁ ଘୋଷଣା କଲା ବିଜେପି, ଭୂପେନ୍ଦ୍ର ଯାଦବଙ୍କୁ ମଧ୍ୟ ପ୍ରଦେଶ, ପ୍ରହ୍ଲାଦ ଯୋଶୀଙ୍କୁ ରାଜସ୍ଥାନ ଦାୟିତ୍ୱ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.