ପରାସ୍ତ ପରେ କମଲା ହାରିସ୍‌ଙ୍କ ପ୍ରଥମ ପ୍ରତିକ୍ରିୟା; ପରାଜୟକୁ ସ୍ବୀକାର କଲେ, ନୂଆ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଲେ

Published By : Prameya-News7 Bureau | November 07, 2024 IST

ନୂଆଦିଲ୍ଲୀ: ୪ ବର୍ଷ ପରେ ପୁଣି ଥରେ ହ୍ବାଇଟ୍ ହାଉସ୍ ଦଖଲ । ଡ୍ରୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଡେମୋକ୍ରାଟିକ୍ ପ୍ରାର୍ଥୀ କମଲା ହାରିସଙ୍କୁ ଏକ କଡ଼ା ମୁକାବିଲାରେ ମାତ୍ ଦେଇ ବାଜି ମାରିନେଇଛନ୍ତି । ଆସୋସିଏଟ୍ ପ୍ରେସ୍ ରିପୋର୍ଟ ମୁତାବକ, ଡୋନାଲ୍ଡ ଟ୍ରମ୍ପଙ୍କୁ ୨୯୨ ଇଲେକ୍ଟୋରାଲ କଲେଜ୍ ମିଳିଥିବା ବେଳେ କମଲା ହାରିସ୍‌ଙ୍କୁ ୨୨୪ ନିର୍ବାଚକ ମଣ୍ଡଳୀର ଭୋଟ୍ ମିଳିଛି । ଭୋଟ୍ ଗଣିତ ପରେ କମଲା ହାରିସଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି । ରାଷ୍ଟ୍ରପତି ପଦ ଦୌଡ଼ରେ ପରାଜୟକୁ ସେ ସ୍ବୀକାର କରିଛନ୍ତି । ଓ୍ବାଶିଂଟନ ଡିସିରେ ଥିବା ହାଓ୍ବାର୍ଡ ୟୁନିଭରସିଟିରେ ଭାଷଣ ଦେଇ ନିଜ ସମର୍ଥକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆମେରିକାବାସୀଙ୍କ ସ୍ବାର୍ଥ ପାଇଁ ଲଢ଼େଇ ଜାରି ରଖିବାକୁ କହିଛନ୍ତି । ଡେମୋକ୍ରାଟିକ୍ ପାର୍ଟିର ସଦସ୍ୟମାନେ ତାଙ୍କ ଉପରେ ଭରସା କରି ଏକ ଅଭିଯାନକୁ ଆକାର ଦେବାକୁ ଚେଷ୍ଟା କରିଥିଲେ । ତେଣୁ କୃତଜ୍ଞତା ଜଣାଉଛି ବୋଲି କମଲା ହାରିସ୍ କହିଛନ୍ତି । 

କମଲା ହାରିସ୍ ଆହୁରି ମଧ୍ୟ କହିଛନ୍ତି, “ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଏହା ନୁହେଁ, ଯାହା ଡେମୋକ୍ରାଟିକ୍ ପାର୍ଟିର ସଦସ୍ୟମାନେ ଚାହିଁଥିଲେ । ରେଜଲ୍ଟ ଯାହା ଆସିଛି, ସେଥିପାଇଁ ଆମେ ଲଢ଼େଇ କରିନଥିଲେ । ତାହା ନୁହେଁ ଯେଉଁ ଉଦ୍ଦେଶ୍ୟରେ ଆମେ ଭୋଟ୍ ଦେଇଥିଲେ । ହେଲେ ଆମେରିକାରେ ପ୍ରତିଶ୍ରୁତିର ରଶ୍ମି ସବୁବେଳେ ଚମକିବ ।  ଆମେ ହାର୍ ମାନିବା ନାହିଁ ଏବଂ ଲଢ଼େଇ ଜାରି ରଖିବା ।” 

ହାଓ୍ବାର୍ଡ ବିଶ୍ବବିଦ୍ୟାଳୟରେ ସେ ନିଜ ସମର୍ଥକଙ୍କୁ ସମ୍ବୋଧନ କରି କହିଛନ୍ତି, ଆମେରିକା ନିର୍ବାଚନର ଫଳାଫଳକୁ ସ୍ବୀକାର କରିବା ଦରକାର । ସେ ପ୍ରଥମେ ନବନିର୍ବାଚିତ ରାଷ୍ଟ୍ରପତିଙ୍କ ସହିତ ଆଲୋଚନା କରି ଶୁଭେଚ୍ଛା ଜଣାଇଛନ୍ତି ବୋଲି ନିଜ ସମର୍ଥକଙ୍କୁ କହିଥିଲେ । ଏହାଛଡ଼ା କମଲା ହାରିସ୍ କହିଛନ୍ତି, ତାଙ୍କ ଟିମ୍ କ୍ଷମତାକୁ ଆସିଥିବା ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଶାନ୍ତିପୂର୍ଣ୍ଣ ଭାବେ ସରକାର ଚଳାଇବାରେ ସହଯୋଗ କରିବ ।....

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.