କଙ୍ଗନା ରଣାଓ୍ଵତଙ୍କ ‘ଏମରଜେନ୍ସି’କୁ ମିଳିଲା ସେନସର ସାର୍ଟିଫିକେଟ୍, ରହିଛି ଏହି ସର୍ତ୍ତ

Published By : Prameya-News7 Bureau | September 08, 2024 IST

ମୁମ୍ବାଇ: କଙ୍ଗନା ରଣାଓ୍ଵତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଏମରଜେନ୍ସି’ ଏବେ ଶୀଘ୍ର ପରଦାକୁ ଆସିବ। ସେନସର ବୋର୍ଡ ‘ଏମରଜେନ୍ସି’କୁ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି। କିନ୍ତୁ ଏ ନେଇ ସର୍ତ୍ତ ରହିଛି। ସେନସର ବୋର୍ଡର କହିବା କଥା ଫିଲ୍ମରୁ କିଛି ଦୃଶ୍ୟ କଟାଯିବ। ଏହା ସହିତ ଡିସକ୍ଲେମର ଦେବାକୁ ପଡ଼ିବ। ଏହାପରେ ଫିଲ୍ମ ରିଲିଜ  ହେବ।

ସୂଚନା ଅନୁଯାୟୀ, ସେନସର ବୋର୍ଡ ‘ଏମରଜେନ୍ସି’ର ନିର୍ମାତାଙ୍କୁ କିଛି ଦୃଶ୍ୟ କାଟିବାକୁ କହିଛନ୍ତି। ଏହା ସହିତ ଡିସକ୍ଲେମର ରଖିବାକୁ କହିଛନ୍ତି। ଫିଲ୍ମରେ ଯେଉଁ ସବୁ ଐତିହାସିକ ସ୍ଥଳକୁ ଚିତ୍ରଣ କରାଯାଇଛି, ସେଥିରେ ଡିସକ୍ଲେମର ଲଗାଇବାକୁ କୁହାଯାଇଛି। ‘ଏମରଜେନ୍ସି’କୁ ୟୁଏ ସାର୍ଟିଫିକେଟ୍ ମିଳିଛି। ତେବେ ଆନୁଷ୍ଠାନିକ ଭାବେ ଏହାର ଘୋଷଣା କରାଯାଇ ନାହିଁ।

Also read: ବାଗେଶ୍ଵର ବାବାଙ୍କ ବିନା ହୋଇନଥାନ୍ତା ଅନନ୍ତ-ରାଧିକାଙ୍କ ବିବାହ, କହିଲେ- ମୋ ପାଇଁ ପଠାଯାଇଥିଲା ସ୍ପେଶାଲ ଜେଟ୍

ଏପରିକି ଫିଲ୍ମ କେବେ ପ୍ରେକ୍ଷାଳୟକୁ ଆସିବ ତାର କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ପ୍ରଥମେ ଫିଲ୍ମଟି ସେପ୍ଟେମ୍ବର ୬ରେ ରିଲିଜ୍  ହେବ ବୋଲି ନିର୍ଦ୍ଧାରିତ ଥିଲା। 

କଙ୍ଗନା ରଣାଓ୍ଵତଙ୍କ ଫିଲ୍ମ ‘ଏମରଜେନ୍ସି’କୁ ଯେବେ ସେନସର ବୋର୍ଡରୁ ସାର୍ଟିଫିକେଟ୍ ମିଳି ନ ଥିଲା,ସେହି ସମୟରେ ନିର୍ମାତା ବମ୍ବେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। କୋର୍ଟ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ(ସିବିଏଫସି) କୁ ସେପ୍ଟେମ୍ବର ୧୮ ତାରିଖ ସୁଦ୍ଧା ଏମରଜେନ୍ସିର ସାର୍ଟିଫିକେଟ୍ ଉପରେ ନିଷ୍ପତ୍ତି ନେବାକୁ ଆଦେଶ ଦେଇଥିଲେ। ସେପ୍ଟେମ୍ବର ୧୯ରେ ଏହି ଯାଚିକା ଉପରେ ପରବର୍ତ୍ତୀ ଶୁଣାଣି ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.