କରିସ୍ମାଙ୍କ ଏହି ଗୁଣଙ୍କୁ ପସନ୍ଦ ପରନ୍ତି ନାହିଁ କରୀନା, ଶୋ’ରେ କଲେ ଖୁଲାସା

Published By : Prameya-News7 Bureau | October 08, 2024 IST

ମୁମ୍ଵାଇ ୦୮।୧୦: କରିସ୍ମା କପୁର ଏବଂ କରୀନା କପୁର ଖାନ୍ । ବି-ଟାଉନର ଲୋକପ୍ରିୟ କଳାକାର। ଉଭୟ ବଲିଉଡକୁ ଅନେକ ବ୍ଲକବଷ୍ଟର ଚଳଚ୍ଚିତ୍ର ଦେଇଛନ୍ତି । ବର୍ତ୍ତମାନ ବି-ଟାଉନର ଲୋକପ୍ରିୟ ଅଭିନେତ୍ରୀ ହୋଇପାରିଛନ୍ତି । ଦୁହେଁ ଏକାଠି କାମ କରିନଥିଲେ ବି ଉଭୟଙ୍କ ମଧ୍ୟରେ ଦୃଢ଼ ସମ୍ପର୍କ ରହିଛି। ତେବେ ଫିଲ୍ମରେ ଦୁହେଁ ଏକାଠି ନଜର ଆସିନଥିଲେ ବି ପ୍ରଶଂସକମାନେ ଅକ୍ଟୋବର ୧୨ରେ ନେଟଫ୍ଲିକ୍ସର 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ'ରେ ଉଭୟ ଭଉଣୀଙ୍କୁ ଏକାଠି ଦେଖିବାର ସୁଯୋଗ ପାଇବେ । ତେବେ ସୋ’ର ପ୍ରୋମୋ ଆସିବା ପରେ ସେଥିରେ ଦୁହେଁ ପରସ୍ପରର ରହସ୍ୟ ଖୋଲୁଥିବା ଦେଖିବାକୁ ମିଳିଛି।

ଏହି ପ୍ରୋମୋ ଆସିବା ପରେ ଏବେ ଦୁହିଁଙ୍କ ପ୍ରଶଂସକ ଏହି ଅଧ୍ୟାୟକୁ ନେଇ ଅଧିକ ଉତ୍ସାହିତ ହୋଇପଡ଼ିଛନ୍ତି। ଏହି ସୋ’କୁ ଆସି କରୀନା, କରିସ୍ମାଙ୍କ କେଉଁ ଗୁଣକୁ ପସନ୍ଦ କରନ୍ତି ନାହିଁ ତାହା ଜଣାଇଛନ୍ତି। ସୋ’ର ହୋଷ୍ଟ ତଥା କମେଡି କିଙ୍ଗ କପିଲ ଶର୍ମା ଯେତେବେଳେ କରୀନାଙ୍କୁ ପଚାରିଥିଲେ ଯେ, ସେ କରିସ୍ମାଙ୍କ କେଉଁ ଗୁଣକୁ ସେ ନାପସନ୍ଦ କରନ୍ତି। ଉତ୍ତରରେ କରୀନା କହିଥିଲେ, କରିସ୍ମ‌ା ସଜ ହୋଇ ବାହାରିବାକୁ ଯିବା ପାଇଁ ବହୁତ ସମୟ ଲଗାନ୍ତି। ତାଙ୍କର ଏହି ଗୁଣ ମୋତେ ପସନ୍ଦ ନୁହେଁ।

ଏହା ପରେ କପିଲ ଥଟ୍ଟା କରି କରିନାଙ୍କୁ ପଚାରିଛନ୍ତି, ଯିଏ କି ତାଙ୍କ ପିଲା ଏବଂ ସ୍ୱାମୀ ସୈଫଙ୍କ ମଧ୍ୟରେ ଅଧିକ ଦୁଷ୍ଟ କିଏ | ଏହା ଉପରେ କରୀନା ଏପରି ଉତ୍ତର ଦିଅନ୍ତି ଯେ ସମସ୍ତେ ହସିବା ଆରମ୍ଭ କରନ୍ତି । କରୀନା କୁହନ୍ତି, ଆପଣମାନଙ୍କ ଶୋ’ରେ କେତେ ଥର ଆସିଛନ୍ତି ଆପଣ ନିଶ୍ଚୟ ଜାଣିଥିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.