ମୁମ୍ଵାଇ ୦୯।୦୪; ବଲିଉଡ୍ର ମୋଷ୍ଟ ହ୍ୟାଣ୍ଡସମ୍ ହଙ୍କ କାର୍ତ୍ତିକ ଆର୍ଯ୍ୟନ। ପର୍ସନାଲ ହେଉ ବା ପ୍ରୋଫେସନାଲ ଲାଇଫକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ଏହା ସହ ଦର୍ଶକଙ୍କୁ ଅନେକ ଭଲ ଫିଲ୍ମ ଦେଇ ସମସ୍ତଙ୍କ ହୃଦୟରେ ରାଜ କରୁଛନ୍ତି କାର୍ତ୍ତିକ। ଅଭିନୟ ଯାଦୁରେ ଖୁବ ସହଜରେ ସମସ୍ତଙ୍କ ମନରେ ରାଜ କରିପାରିଛନ୍ତି ଅଭିନେତା । ତାଙ୍କ ଜୀବନରେ ସଫଳ କଳାକାର ଭାବେ ଆଗକୁ ବଢିବାରେ ଲାଗିଛନ୍ତି । ବର୍ତ୍ତମାନ ତାଙ୍କ ଲମ୍ବା ଦାଢି, ଚୁଟି ପାଇଁ ସେ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମ ପ୍ରୋଜେକ୍ଟ ପାଇଁ ଦାର୍ଜିଲିଂରେ ନଜର ଆସିଛନ୍ତି କାର୍ତ୍ତିକ । ଯାହାର ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଙ୍କର ପ୍ରଥମ ଝଲକ ଦେଖିବାକୁ ପାଇଛନ୍ତି ଦର୍ଶକ ।
ଆଗାମୀ ଫିଲ୍ମ ପାଇଁ କାର୍ତ୍ତିକ ଆର୍ଯ୍ୟନ ଶ୍ରୀଲୀଲାଙ୍କ ସହିତ ଗ୍ୟାଙ୍ଗଟକ୍ ଏବଂ ଦାର୍ଜିଲିଂରେ ସୁଟିଂ କରୁଛନ୍ତି। ଶନିବାର ଦିନ ଗ୍ୟାଙ୍ଗଟକରେ ମଜାମସ୍ତି କରିବାର ମୂହୁର୍ତ୍ତକୁ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। କାର୍ତ୍ତିକ ତାଙ୍କ ସୋସିଆଲ ମିଡିଆ କ୍ୟାପସନରେ ଗ୍ୟାଙ୍ଗଟକମାନଙ୍କ ସ୍ବାଗତ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇବା ସହିତ ସବୁବେଳ ପାଇଁ ସେମାନଙ୍କୁ ମନେରଖିବେ ବୋଲି କହିଛନ୍ତି । କଥାବାର୍ତ୍ତା ସମୟର କିଛି ଫଟୋ ସେୟାର କରି ହାସ୍ୟପୂର୍ଣ୍ଣ ଭାବେ ଲେଖିଛନ୍ତି ଯେ, ଦାର୍ଜିଲିଂରେ ବାର୍ଷିକ ବାବା ସମ୍ମିଳନୀ।
କିନ୍ତୁ ଏପର୍ଯ୍ୟନ୍ତ ଫିଲ୍ମର ନାମ ସ୍ଥିର ହୋଇନାହିଁ । କାର୍ତ୍ତିକଙ୍କ ନ୍ୟୁଲୁକ୍ ଦେଖିବାକୁ ମିଳିବ। ଯେଉଁଥି ପାଇଁ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଫଟୋ ଦର୍ଶକଙ୍କ ମନରେ ଉତ୍କଣ୍ଠାଭାବକୁ ବଢାଇଦେଇଛି। ଏହି ଚଳଚ୍ଚିତ୍ରଟି ଭାଲେଣ୍ଟାଇନ୍ସ ଫେବୃଆରୀ ୧୩, ୨୦୨୬ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଧର୍ମା ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ଏହି ଫିଲ୍ମଟି ଏକ ରୋମାଣ୍ଟିକ କମେଡି ହେବ ବୋଲି ଆଶା କରାଯାଉଛି। ହେଲେ ଏହାର କାହାଣୀର ବିଷୟରେ ଏପର୍ଯ୍ୟନ୍ତ ଗୁପ୍ତ ରଖାଯାଇଛି।