ଚମକିଲେ ଓଡ଼ିଆ ପୁଅ, ଓ୍ବାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନସିପ୍‌ ଫାଇନାଲରେ ସ୍ଥାନ ପକ୍କା କଲେ କିଶୋର ଜେନା

Published By : Prameya-News7 Bureau | August 25, 2023 IST

ନୂଆଦିଲ୍ଲୀ, ୨୫/୦୮: ହଙ୍ଗେରୀର ବୁଦାପେଷ୍ଟରେ ଖେଳାଯାଉଥିବା ଓ୍ବାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନସିପ୍‌ର ଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଆ ପୁଅ କିଶୋର ଜେନା। ବଡ଼ କଥା ହେଉଛି ଓ୍ବାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନସିପ୍‌ ଭାଗ ନେଇ ଫାଇନାଲରେ ପ୍ରବେଶ କରିବାରେ କିଶୋର ପ୍ରଥମ ଓଡ଼ିଆ। ଜାଭଲିନ୍‌ ଥ୍ରୋ କ୍ବାଲିଫାଇଂ ରାଉଣ୍ଡ​‌ରେ ୮୦.୫୫ର ବେଷ୍ଟ ଥ୍ରୋ ସହ କିଶୋର ଜେନା ଫାଇନାଲରେ ସ୍ଥାନ ପକ୍କା କରି ଇତିହାସ ରଚିଛନ୍ତି । ଫାଇନାଲରେ ଟପ୍‌ ୧୨ ଜଣଙ୍କ ମଧ୍ୟରେ ୯ମ ସ୍ଥାନରେ ରହିଛନ୍ତି କିଶୋର । ତେବେ ଜାଭଲିନ୍‌ ଥ୍ରୋର ଫାଇନାଲ ରବିବାର ଖେଳାଯିବ ।

wp:embed {"url":"https://twitter.com/Media_SAI/status/1695034804180578524?s=20","type":"rich","providerNameSlug":"twitter","responsive":true}
https://twitter.com/Media_SAI/status/1695034804180578524?s=20
/wp:embed

ସୂଚନାଯୋଗ୍ୟ, ନିକଟରେ ବୁଦାପେଷ୍ଟରେ ଓ୍ବାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନସିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିବା କିଶୋରଙ୍କୁ ଭିସା ନେଇ ସମସ୍ୟା ହୋଇଥିଲା। ଆଉ ତାଙ୍କର ଏହି ସମସ୍ୟା ବିଷୟରେ ଜାଣିବା ପରେ ଟୋକିଓ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ସମାଧାନ ପାଇଁ ଆଗକୁ ଆସିଥିଲେ। ନୀରଜ ଚୋପ୍ରା କିଶୋରଙ୍କ ସମସ୍ୟାର ସମାଧାନ ପାଇଁ ବିଦେଶ ମନ୍ତ୍ରାଳୟ ଏବଂ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କରକୁ ଜଣାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ସମସ୍ୟାର ସମାଧାନ ହୋଇଥିଲା। ନିକଟରେ ଶ୍ରୀଲଙ୍କା ଚାମ୍ପିଅନସିପ୍‌ରେ ୮୪.୩୮ ମିଟର ଜାଭଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହା ପୂର୍ବରୁ କିଶୋର ଜେନା ଭୁବନେଶ୍ବରରେ ଅନୁଷ୍ଠିତ ଜାତୀୟ ସିନିୟର ଆଥଲେଟିକ୍ସ ଚାମ୍ପିୟନସିପ୍‌ରେ ସ୍ବର୍ଣ୍ଣ ପଦକ ଜିତି ଏସୀୟ କ୍ରୀଡ଼ାରେ ପ୍ରବେଶ କରିଥିଲେ।

ଆହୁରି ପଢ଼ନ୍ତୁ: ଓ୍ବାର୍ଲ୍ଡ ଆଥ୍‌ଲେଟିକ୍ସ ଚାମ୍ପିୟନସିପ୍: ନୀରଜଙ୍କ ପରେ ଫାଇନାଲରେ କିଶୋର ଜେନା, ମନୁ ଡିପି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.