ମାର୍ଚ୍ଚ ୦୨ ତାରିଖ, ରବିବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | March 02, 2025 IST

ମେଷ- ଦ୍ଵାଦଶ ଚନ୍ଦ୍ର ଯୋଗୁ ବ୍ୟୟ ଯୋଗ ରହିଛି । ପଥରୋଧ ହୋଇପାରେ । ଉଧାର ଦିଅନ୍ତୁ ନାହିଁ । ବନ୍ଧୁମାନଙ୍କ ସହ ମନୋମାଳିନ୍ୟ ଘଟିପାରେ । ବିବାଦୀୟ ପରିସ୍ଥିତି ଉପୁଜିପାରେ । ବୈବାହିକ ଜୀବନ ଜଞ୍ଜାଳମୟ ହେବ। ଛାତ୍ରଛାତ୍ରୀମାନେ ଅବହେଳିତ ହେବେ ।

ବୃଷ- କାର୍ଯ୍ୟ କ୍ଷେତ୍ରରେ ପ୍ରାଧାନ୍ୟ ବୃଦ୍ଧି ପାଇବ। ପୁରୁଣା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ସମୟ ଲାଗିବ। ଧନ ସଂପତ୍ତିରେ ବୃଦ୍ଧି ଘଟିବ। ପ୍ରେମ ସମ୍ପର୍କ ସୁଦୃଢ଼ ହେବ। ଛାତ୍ରଛାତ୍ରୀମାନେ ଅଧିକ ପଢ଼ିବାକୁ ଇଛୁକ ହେବେ । ବ୍ୟବସାୟରେ ଦେଖି ରଖି କାର୍ଯ୍ୟ କରନ୍ତୁ ।

ମିଥୁନ- ନିଜ କାର୍ଯ୍ୟ ଦକ୍ଷତାର ବୃଦ୍ଧି ଘଟିବ। କାର୍ଯ୍ୟ କ୍ଷେତ୍ରରେ ଆଶା ଅନୁସାରେ ସଫଳତା ପ୍ରାପ୍ତ ହେବ । ବ୍ୟାଙ୍କରୁ ଋଣ ପାଇବାରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ସମାଧାନ ହୋଇପାରିବ। ଅଟକିରହିଥିବା ଟଙ୍କା ମଧ୍ୟ ଫେରିଆସିପାରେ ।

କର୍କଟ- ଅନ୍ୟ ପ୍ରତି ଉଦାର ମନୋଭାବ ସୃଷ୍ଟି ହେବ। ମନରେ ସାମାନ୍ୟ ବିଷ ସୃଷ୍ଟି ହୋଇପାରେ। ରାଜନୀତିରେ ସଫଳତା ପ୍ରାପ୍ତି ହେବ। ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ ହୋଇପାରେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପ୍ରାପ୍ତ କରିବେ। ବ୍ୟବସାୟରେ ଅଟକିଥିବା କାର୍ଯ୍ୟ ବଢ଼ିବ ।

ସିଂହ- ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ଆୟ ଠାରୁ ବ୍ୟୟ ଅଧିକ ହେବ । ଅଙ୍ଗରେ ଆଘାତ ଲାଗିପାରେ । ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ବନ୍ଧୁ ମିଳନ ହୋଇପାରେ । ଅନାବଶ୍ୟକ ବିବାଦର ପରିସ୍ଥିତି ସୃଷ୍ଟି ହୋଇପାରେ ।

କନ୍ୟା- ବନ୍ଧୁ ମିଳନର ଯୋଗ ରହିଛି । ଇଚ୍ଛା କରିଥିବା କାର୍ଯ୍ୟ ସଫଳତାର ସହ ସଂପୂର୍ଣ୍ଣ ହେବ । ନିଜ ପରାକ୍ରମ ବଳରେ ଶତ୍ରୁଙ୍କୁ ପରାସ୍ତ କରିବାର କ୍ଷମତା ରଖିବେ। ପରିବାରରେ ସୁଖ ଶାନ୍ତି ଲାଗି ରହିବ । ଛାତ୍ରଛାତ୍ରୀ ମାନେ ବିଶେଷ ଭାବେ ଉପକୃତ ହେବେ ।

ତୁଳା- ଦିନଟିରେ ଅଧିକ ଦାନ ଉପାର୍ଜନର ସମ୍ଭାବନା ରହିଛି। ଆଶାଠାରୁ ଅଧିକ ଫଳ ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନେ ପରିଶ୍ରମର ଫଳ ପ୍ରାପ୍ତି କରିବେ। ଚାଷ ଭଲ ହେବ। କାର୍ଯ୍ୟ କ୍ଷେତ୍ରରେ ଆଶାନୁସାରେ ସଫଳତା ପ୍ରାପ୍ତ ହେବ ।

ବିଛା- ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଦେଖା ଦେବ । ମାନସିକ ଚିନ୍ତା ବୃଦ୍ଧି ପାଇବ। କ୍ଷମାରେ ହାନି ଘଟିପାରେ । ଅସମ୍ମାନିତ ହୋଇପାରନ୍ତି । ସ୍ୱାସ୍ଥ୍ୟ ବିଷୟରେ ସତର୍କ ରୁହନ୍ତୁ । ଚାକିରିରେ କର୍ମକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ । କଠିନ ପରିଶ୍ରମ ଅଧିକ ହେବ । ଖର୍ଚ୍ଚ ବୃଦ୍ଧି ପାଇବ। 

ଧନୁ- ଧନୁ ରାଶିରେ ଘାତ ଚନ୍ଦ୍ର । ଶାରୀରିକ ସମସ୍ୟା ଦେଖାଦେବ । ଅଙ୍ଗରେ ଆଘାତ ଲାଗିବ । ନିରାଶା ଏବଂ ଅସନ୍ତୋଷ ମନରେ ରହିବ। ବାର୍ତ୍ତାଳାପରେ ଶାନ୍ତ ରୁହନ୍ତୁ। ବ୍ୟବସାୟରେ ଅସୁବିଧା ହୋଇପାରେ ସତର୍କ ରୁହନ୍ତୁ । ବିଦ୍ୟାର୍ଥୀମାନେ ଅମନଯୋଗୀ ହେବେ ।

ମକର- ମନରେ ଉଚ୍ଚ ଆଶା ଭରି ରହିବ । ସମ୍ମାନ ପ୍ରାପ୍ତି ହୋଇପାରେ । ଭ୍ରମଣର ଯୋଗ ରହିଛି । ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ। ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ। ଭାବନାକୁ ନିଜ ନିୟନ୍ତ୍ରଣରେ ରଖନ୍ତୁ। ବିଦ୍ୟାର୍ଥୀମାନେ ଖୁସି ଖବର ପାଇବେ ।

କୁମ୍ଭ- ଅଧୈର୍ଯ୍ୟ ହୋଇ କିଛି ଭୁଲ ନିଷ୍ପତ୍ତି ନେବେ। ଅର୍ଥ ବ୍ୟୟ ହେବ । ବିପଦପୂର୍ଣ୍ଣ କାର୍ଯ୍ୟକଳାପରୁ ଦୂରରେ ରୁହନ୍ତୁ । ଭଲ ସୁଯୋଗର ଲାଭ ଉଠାଇବାକୁ ଚେଷ୍ଟା କରନ୍ତୁ । ପାରିବାରିକ ସୁଖ ଏବଂ ସନ୍ତୁଷ୍ଟ ହେବ । ବିଦ୍ୟାର୍ଥୀ ମାନେ ଆମାନଯୋଗୀ ହେବେ ।

ମୀନ- ମୀନ ରାଶିକୁ ଶ୍ରୀ ଚନ୍ଦ୍ର । ଇଚ୍ଛା କରିଥିବା ବସ୍ତୁ ବା ଦ୍ରବ୍ୟ ଲାଭ କରିବେ। ରାଜନୀତିରେ ପଦୋନ୍ନତିର ଯୋଗ ରହିଛି । ନୂଆ ଚାକିରି ହାତ ପାହାନ୍ତାରେ ପହଞ୍ଚିବ। ଶିକ୍ଷା କ୍ଷେତ୍ରରେ ମାନସିକ ବିକାଶ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ                            

ଯୋଗାଯୋଗ – 8249826682

  • Horoscope
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.