ମାର୍ଚ୍ଚ ୨୪ ତାରିଖ, ସୋମବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | March 24, 2025 IST

ମେଷ- ଘାତ ଚନ୍ଦ୍ର ରହିଥିବାରୁ ଧନ କ୍ଷୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଅଙ୍ଗରେ ଆଘାତ ଲାଗିପାରେ। କର୍ମ କ୍ଷେତ୍ରରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ। ଅଧିକ ପରିଶ୍ରମ ଯୋଗୁ ଆଳସ୍ୟର ବଶବର୍ତ୍ତୀ ହେବେ। ସ୍ବାସ୍ଥ୍ୟରେ ସମସ୍ୟା ଉପୁଜିବାର ସମ୍ଭାବନା ଅଛି ।

ବୃଷ- ମନ ଉତ୍ସାହିତ ରହିବ। ସର୍ବ କାର୍ଯ୍ୟରେ ସିଦ୍ଧି ହେବ। ଚାକିରିରେ ଉଚ୍ଚ ସ୍ଥାନ ପ୍ରାପ୍ତି ହେବ। ଭ୍ରମଣ ଯୋଗ ରହିଛି। ଆୟରେ ବୃଦ୍ଧି ହେବ ।  ବ୍ୟବସାୟରେ ଉତ୍ତମ ଫଳ ପ୍ରାପ୍ତ ହେବ । ବିଦ୍ୟାର୍ଥୀମାନେ ପରୋପକାରୀ ହେବେ ।

ମିଥୁନ- ମନ ସାମାନ୍ୟ ଦୁର୍ବଳ ରହିବ। କର୍ମ କ୍ଷେତ୍ରରେ କିଛି ସମସ୍ୟା ଉପୁଜିପାରେ। ହେଲେ ମଧ୍ୟ ଦିନଟିରେ ରୋଜଗାର ଉତ୍ତମ ହେବ । ବ୍ୟବସାୟ ଭଲ ହେବ। ପ୍ରେମ ସମ୍ପର୍କରେ ମଧୁରତା ଆସିବ । କର୍ତ୍ତବ୍ୟ ପରାୟଣ ହେବେ ।

କର୍କଟ- ଆର୍ଥିକ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। କୌଣସି କାର୍ଯ୍ୟ କରିବା ପୂର୍ବରୁ ଥରେ ପରାମର୍ଶ ନେବା ଆବଶ୍ୟକ । ଭ୍ରମଣ ସମୟରେ ସତର୍କତା ରକ୍ଷା କରନ୍ତୁ । ପ୍ରେମ ସମ୍ପର୍କ ନିବିଡ଼ ହେବ। ବ୍ୟବସାୟୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିଛି । 

ସିଂହ- କୌଣସି ସ୍ଥାନରୁ ଅପଦସ୍ତ ହେବା ପରି ସମସ୍ୟା ଉପୁଜିପାରେ। ଯାନ ବାହନରେ ସତର୍କତା ନିହାତି ଆବଶ୍ୟକ। ଅଙ୍ଗରେ ଆଘାତ ଲାଗିବା ଭଳି ସମସ୍ୟା ଦେଖାଦେବ। ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । 

କନ୍ୟା- ଦୂର ସ୍ଥାନକୁ ଭ୍ରମଣର ଯୋଗ ରହିଛି। ବାହ୍ୟ ସ୍ଥାନରୁ ସମ୍ମାନ ପ୍ରାପ୍ତି ହେବର ଯଥେଷ୍ଟ ସମ୍ଭାବନା ରହିଛି। କର୍ମ କ୍ଷେତ୍ରରେ ଦୃଢ଼ ମନା ହୋଇ କାର୍ଯ୍ୟ କରିବେ। ନୂଆ ଚାକିରି ଆପଣଙ୍କୁ ପ୍ରାପ୍ତ ହୋଇପାରେ ।

ତୁଳା- କର୍ମ କ୍ଷେତ୍ରରେ ନିଜ ପ୍ରାଧାନ୍ୟ ବୃଦ୍ଧି ପାଇବ। ଇଚ୍ଛା କରିଥିବା ଦ୍ରବ୍ୟ ଲାଭ କରିବେ। ସମ୍ମାନ ପ୍ରାପ୍ତି ହେବ। ଦିନଟି ଭଲ ଫଳ ଦେବ। ନୂଆ ବ୍ୟବସାୟ ପାଇଁ ଦିନଟି ଶୁଭ ରହିଛି। ବିଦ୍ୟାର୍ଥୀମାନେ ଦୃଢ଼ ମନା ହେବେ ।

ବିଛା- ଆର୍ଥିକ ସ୍ଥିତିରେ ଅବନତି ଘଟିବ। ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ। ଚାଲୁଥିବା କାର୍ଯ୍ୟ ଅଧାରୁ ଅଟକି ଯାଇପାରେ। ଛାତ୍ରଛାତ୍ରୀମାନେ ନୂତନ ପାଠର ଆରମ୍ଭ କରିବେ। ରାଜନୀତିରେ ସଫଳତା ପ୍ରାପ୍ତି ହେବ। ଭ୍ରମଣ ଯୋଗୁଁ ଦ୍ୱିଧା ଅନୁଭବ କରିବେ ।

ଧନୁ- ପ୍ରତାରଣାର ଶିକାର ହୋଇପାରନ୍ତି । ଆର୍ଥିକ ବ୍ୟୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି ଶରୀର ପୀଡ଼ା ପରି ସମସ୍ୟା ଆପଣଙ୍କୁ ଦେଖାଦେବ। ଏକାଗ୍ରତାର ଅଭାବ ରହିବ ଏବଂ ମନ କୌଣସି କାର୍ଯ୍ୟରେ ନିୟୋଜିତ ହୋଇପାରିବନାହିଁ । 

ମକର- ଗୃହରେ କିଛି ଶୁଭ କାର୍ଯ୍ୟ ଆରମ୍ଭ ହେବ। ସମସ୍ତ କାର୍ଯ୍ୟ ସଫଳତାର ସହ ସଂପୂର୍ଣ୍ଣ ହେବ। ଜୀବନରେ ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ରହିବ। ଛାତ୍ରମାନଙ୍କ ପାଇଁ ଦିନଟି ଅନୁକୂଳ ରହିବ। ଆର୍ଥିକ ବିକାଶ ମଧ୍ୟ ହେବ ।

କୁମ୍ଭ-  କର୍ମର ଫଳ ନିଶ୍ଚିନ୍ତ ପ୍ରାପ୍ତ କରିବେ।  ଯାନ ବାହନରେ ସତର୍କତା ଅବଲମ୍ବନ କରନ୍ତୁ । ଭ୍ରମଣ ର ଯୋଗ ରହିଛି ।ଦମ୍ପତିଙ୍କ ପାଇଁ ଦିନଟି ବହୁତ ଶୁଭ ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ପରିଶ୍ରମ ନେଇ ଫଳ ପ୍ରାପ୍ତି।

ମୀନ- ମନରେ ବିଷାଦ ଭାବ ସୃଷ୍ଟି ହେବ। ପରୋପକାର କରି ନିଜେ ଅସୁବିଧାରେ ପଡ଼ିପାରନ୍ତି। ଆତ୍ମ ବିଶ୍ବାସ ବଜାୟ ରଖନ୍ତୁ। ମନରେ ସାଧାରଣ ଅଶାନ୍ତି ଭାବ ଦେଖା ଦେବ। କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ଗୃହରେ ଧାର୍ମିକ କାର୍ଯ୍ୟ ହୋଇପାରେ ।         

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ                            

ଯୋଗାଯୋଗ – 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.