ନଭେମ୍ବର ୧୦ ତାରିଖ, ରବିବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | November 10, 2024 IST

ମେଷ- ମେଷ ରାଶିର ବ୍ୟକ୍ତି ବିଶେଷମାନେ ମଧ୍ୟମ ଫଳ ପ୍ରାପ୍ତ କରିବେ। ମନରେ ସାମାନ୍ୟ ବିଷାଦ ଭାବ ସୃଷ୍ଟି ହେବ। ଲାଗି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ । ଛାତ୍ରଛାତ୍ରୀମାନେ ସଫଳତା ଅର୍ଜନ କରିବେ । ସତସଙ୍ଗରେ ମନୋନିବେଶ କରିବେ ।

ବୃଷ- ନୂତନ କାର୍ଯ୍ୟକୁ ନେଇ ଆଶାବାଦୀ ହୋଇ ରହିବେ। ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ। ଆକସ୍ମିକ ଧନ ପ୍ରାପ୍ତିର ସମ୍ଭାବନା ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ବିଶେଷ ଭଲ ରହିବ। ପରିବାରକୁ ସମୟ ଦେବେ ।

ମିଥୁନ- ଆର୍ଥିକ ସ୍ଥିତିକୁ ନେଇ ଚିନ୍ତାରେ ରହିବେ। ସ୍ବାସ୍ଥ୍ୟ କ୍ଷେତ୍ରରେ ସାମାନ୍ୟ ସମସ୍ୟା ଲାଗି ରହିପାରେ । ନୂତନ ବ୍ୟବସାୟ ପାଇଁ ପୁଞ୍ଜି ନିବେଶ କରିବା ସମୟରେ ପରାମର୍ଶ ନିଅନ୍ତୁ। ରାଜନୀତିରେ ଉଚ୍ଚ ପଦ ପ୍ରାପ୍ତି ହେବ । ସନ୍ତାନଙ୍କୁ ନେଇ ମାତା ପିତା ଚିନ୍ତିତ ହେବେ ।

କର୍କଟ- ଦିନରେ ମଧ୍ୟମ ଫଳ ଯୋଗ ରହିଛି । ଭବିଷ୍ୟତ ଚିନ୍ତାରେ ମନ ଅସ୍ଥିର ରହିବ। ସାଙ୍ଗ ସାଥିଙ୍କ ପାଇଁ ଅସୁବିଧାରେ ପଡ଼ିପାରନ୍ତି। ମାନ ହାନି ହେବାର ସମ୍ଭାବନା ରହିଛି ।

ସିଂହ- ଘାତ ଚନ୍ଦ୍ର ହେତୁ ଦିନଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା, ଆଣ୍ଠୁଗଣ୍ଠିରେ ସମସ୍ୟା ଦେଖା ଦେବ। ଅଜଣା ବ୍ୟକ୍ତିଙ୍କ ପାଇଁ ଠକାମୀର ଶିକାର ହୋଇପାରନ୍ତି। ଅଯଥା ଖର୍ଚ୍ଚାନ୍ତ ହେବାର ଯୋଗ ମଧ୍ୟ ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଆଳସ୍ୟରେ କଟିବ ।

କନ୍ୟା- ଭଗବତ ସେବାରେ ନିଜକୁ ନିୟୋଜିତ କରିବେ। କର୍ମ କ୍ଷେତ୍ରରେ ସଫଳତା ଅର୍ଜନ କରିବେ।ନିଜ ସନ୍ତାନଙ୍କ ପାଇଁ ବ୍ୟସ୍ତ ହୋଇପାରନ୍ତି । ବ୍ୟବସାୟରେ ଲାଭଜନକ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି।

ତୁଳା- ଅର୍ଥ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ମନରେ ଅସନ୍ତୋଷ ଭାବ ଜାତ ହୋଇପାରେ । ସୁଖହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ନୂତନ କମ୍ପାନୀରେ ଯୋଗଦାନ ଦେଇପାରନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅନୁକୂଳ ରହିଛି ।

ସିଂହ- ଅଯଥା କଳହରୁ ନିଜକୁ ଦୂରେଇ ରଖନ୍ତୁ। ଧନ ପ୍ରାପ୍ତି ଯୋଗ ରହିଛି । ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଦେଇଥିବା ପରୀକ୍ଷାରେ ଉତୀର୍ଣ୍ଣ ଯୋଗ ରହିଛି। ପ୍ରେମ ସମ୍ପର୍କ ନିବିଡ଼ ହେବ। ଭ୍ରମଣର ଯୋଗ ରହିଛି । ବାହ୍ୟ ସ୍ଥାନରୁ ସମ୍ମାନ ପ୍ରାପ୍ତି ହେବ ।

ଧନୁ- କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ନୂତନ ବନ୍ଧୁଙ୍କୁ ପାଇଁ ଖୁସି ଅନୁଭବ କରିବେ । ମାଲି ମୋକଦ୍ଦମାରେ ଜୟ ଯୁକ୍ତ ହେବେ । ମାତା ପିତାଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ।

ମକର-  କର୍ମର ଫଳ ନିଶ୍ଚୟ ପ୍ରାପ୍ତ ହେବ। ଆତ୍ମ ତୃପ୍ତି ଲାଭ କରିବେ । ବ୍ୟବସାୟରେ ଅନ୍ୟ ଉପରେ ଭରସା କରନ୍ତୁ ନାହିଁ । ନିଜର ପ୍ରଭାବ ବିସ୍ତାର କରିବେ । ଛାତ୍ରଛାତ୍ରୀମାନେ ଉନ୍ନତି କରିବେ। 

କୁମ୍ଭ- ପରିବାର ସହିତ କିଛି ସମୟ ବିତନ୍ତୁ ଭଲ ହେବ । ମନରେ ବିଷାଦ ଭାବ ଦେଖା ଦେଇପାରେ । ପ୍ରେମିକ ସମ୍ପର୍କରେ ସଫଳତା ପାଇବେ । ଛାତ୍ରଛାତ୍ରୀମାନଙ୍କ ପାଇଁ ବହୁତ୍ ପରିଶ୍ରମ ଲଘୁ କ୍ରିୟା ।

ମୀନ- ଚାକିରି କ୍ଷେତ୍ରରେ ପଦୋନ୍ନତି ହେବ। ଅଯଥା କଳହ ଯୋଗ ରହିଛି । ପ୍ରେମ ସମ୍ପର୍କରେ ମନୋମାଳିନ୍ୟ ଦେଖାଦେବ । ବ୍ୟବସାୟରେ କ୍ଷତି ହୋଇପାରେ । ସ୍ବାସ୍ଥ୍ୟାବସ୍ଥା ମଧ୍ୟମ ରହିବ  । ବାକିଥିବା କାର୍ଯ୍ୟ ପୂରା କରି ଦିଅନ୍ତୁ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ                            

ଯୋଗାଯୋଗ - 8249826682

 

  • Horoscope
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.