ଜୁନ୍ ୨୩ ତାରିଖ, ଶନିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | June 23, 2024 IST

ମେଷ- ଶରୀର କଷ୍ଟ ହେବ । ଚିନ୍ତା କରିଥିବା ବିଷୟରେ ପରିବର୍ତ୍ତନ ଆଣିପାରନ୍ତି । ଅହଙ୍କାରର ବଶବର୍ତ୍ତୀ ହୋଇ କିଛି ଭୁଲ ନିଷ୍ପତ୍ତି ନେବେ । ମନରେ ବିଷାଦର ଭାବ ରହିବ । ଛାତ୍ର ଛାତ୍ରୀମାନେ ନୂତନ ଚିନ୍ତାଧାରାର ବଶବର୍ତ୍ତୀ ହେବେ ।

ବୃଷ- ସହକର୍ମୀଙ୍କ ସହ ବିଶେଷ ଆଲୋଚନା କରିବେ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତି ହେବ । ପତି-ପତ୍ନୀଙ୍କ ପାଇଁ ଦିନଟି ଏତେ ଖାସ ହେବ ନାହିଁ । କୌଣସି କାର୍ଯ୍ୟକୁ ନେଇ ମନସ୍ତାପ କରିପାରନ୍ତି । ଛାତ୍ର ଛାତ୍ରୀମାନେ ଭବିଷ୍ୟତ ଚିନ୍ତାରେ ରହିବେ ।

ମିଥୁନ- ସବୁ କର୍ମ ରେ ଆପଣ ସଂପୂର୍ଣ୍ଣ ଯୋଗ ଦାନ ଦେବେ । ଅନେକ ବିଧ ବିଘ୍ନର ସାମ୍ନା କରିବାକୁ ପଡ଼ିବ । ଛାତ୍ର ଛାତ୍ରୀଙ୍କ ପାଇଁ ମଧ୍ୟମ ଫଳ ପ୍ରାପ୍ତ ହେବ । ଉଚ୍ଚ ପଦବୀ ମିଳିବାର ଯୋଗ ଅଛି । ଦମ୍ପତିମାନେ ଖୁସିରେ ଦିନଟି କାଟିବେ।

କର୍କଟ- ଚାକିରିରେ ସଫଳତା ମିଳିବ । ଦିନଟିରେ ଉନ୍ନତି ଆଶାନୁରୂପ ହେବ । ବିଦେଶ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ । କିଛି ଲୁଚି ରହିଥିବା ମିଥ୍ୟା ସର୍ବ ସମ୍ମୁଖକୁ ଆସିପାରେ । ସନ୍ତାନଙ୍କ ସହ ମନୋମାଳିନ୍ୟ ହୋଇପାରେ। 

ସିଂହ- ଦିନଟିରେ ଚିନ୍ତାରେ ପଡ଼ିବେ । ଜୀବନ ସାଥିଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନ୍ନତି ଦେଖା ଦେବ । ମିତ୍ରଙ୍କ ଠାରୁ ଉପହାର ମିଳିବ । ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ । ବିଦ୍ୟାର୍ଥୀମାନେ ଅସଫଳ ହେବେ ।

କନ୍ୟା- ଦିନଟିରେ ବାଦ-ବିବାଦ ଦେଇ ଗତି କରିବ । କର୍ମ କ୍ଷେତ୍ରରେ ମାନ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । ପୈତୃକ ସମ୍ପତିକୁ ନେଇ ବିବାଦ ଲାଗିପାରେ । ବନ୍ଧୁ ମିଳନର ଯୋଗ ରହିଛି ।

ତୁଳା- ତୁଳା ରାଶିକୁ ଘାତ ଚନ୍ଦ୍ର । ମନରେ ସାଧାରଣତଃ ଅଶାନ୍ତି ସୃଷ୍ଟି ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ବାଧା ସୃଷ୍ଟି ହେବ । ଅଟକିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ । ଚାକିରିରେ ଉନ୍ନତି ହେବ ।  ବିଦ୍ୟାର୍ଥୀମାନେ ପାଠରେ ମନଯୋଗ ଦେବେ ନାହିଁ ।

ବିଛା- ଦିନଟିରେ ଅର୍ଥ ବ୍ୟୟର ଯୋଗ ରହିଛି । ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ ହୋଇପାରେ । କାର୍ଯ୍ୟ ସଂପୂର୍ଣ୍ଣ କରିବାରେ ସାମାନ୍ୟ ବିଳମ୍ବ ହେବ । ଛାତ୍ର ଛାତ୍ରୀମାନେ ପରୀକ୍ଷାରେ ସଫଳତା ପ୍ରାପ୍ତ କରିବେ । ବ୍ୟବସାୟରେ ସାମାନ୍ୟ ଅର୍ଥାଭାବ ଦେଖାଦେବ ।

ଧନୁ- ରାଶିକୁ ଶ୍ରୀ ଚନ୍ଦ୍ର ଯୋଗ ରହିଛି । ଦିନଟି ଉତ୍ତମ ଫଳ ଦେବ । ବ୍ୟବସାୟରେ ଆଶାନୁରୂପ ଫଳ ପ୍ରାପ୍ତ ହେବ । ଚାକିରି କ୍ଷେତ୍ରରେ ନିରବତା ରକ୍ଷା କରିବା ନିହାତି ଆବଶ୍ୟକ । ଦମ୍ପତିମାନଙ୍କର ଦୂରଯାତ୍ରାର ଯୋଗ ରହିଛି । ବିଦ୍ୟାର୍ଥୀମାନେ ପାଠକୁ ଅଧିକ ଗୁରୁତ୍ଵ ଦେବେ ।

ମକର- ଦିନଟି ଶୁଭରେ କଟିବ । ଦାମ୍ପତ୍ୟ ଜୀବନରେ ଶାନ୍ତି ଦେଖାଦେବ । ଧାର୍ମିକ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ଆୟର ଯୋଗ ରହିଛି। ବ୍ୟବସାୟରେ ଅଟକିଥିବା କାର୍ଯ୍ୟ ପୁଣି ଆରମ୍ଭ ହେବ । ଚାକିରିରେ ପଦୋନ୍ନତିର ଯୋଗ ରହିଛି ।

କୁମ୍ଭ- ଅଟକିଥିବା ଧନ ପାଇ ଖୁସି ହେବେ । କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟରେ ଜଗିରଖି କାର୍ଯ୍ୟ କଲେ ଆୟ ଉତ୍ତମ ହେବ । ବିଦ୍ୟାର୍ଥୀଙ୍କୁ ପରିଶ୍ରମ ସଫଳତା ଦେବ ।

ମୀନ- ଦିନଟି ବହୁତ ଖୁସି ଖବର ଦେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଶତ୍ରୁଙ୍କ ପରାଜୟ ହେବ । କର୍ମକ୍ଷେତ୍ରରେ ନୂତନ ପଦ ପଦବୀରେ ଯୋଗଦାନ କରିବେ । ବ୍ୟବସାୟ ଖୁବ୍ ଭଲ ହେବ । ଆଶା କରିଥିବା ଜିନିଷ ସହଜରେ ପ୍ରାପ୍ତି ହେବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକଯାଜପୁର, ଯୋଗାଯୋଗ – 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.