ଜୁନ୍ ୧୬ ତାରିଖ, ରବିବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଦିନ

Published By : Prameya-News7 Bureau | June 16, 2024 IST

ମେଷ- ଷଷ୍ଠ ଚନ୍ଦ୍ର ଯୋଗୁଁ ଶୁଭ ହେବ। ବନ୍ଧୁ ମିଳନର ଯୋଗରହିବ। ବ୍ୟବସାୟରେ ଲାଭକୁ ନେଇ ବହୁତ ଖୁସି ହେବେ । ସ୍ୱାସ୍ଥ୍ୟ ବିଷୟରେ ସଚେତନ ରୁହନ୍ତୁ ।  ବିଦ୍ୟାର୍ଥୀମାନେ ପାଠ ପଢ଼ାକୁ ଅଧିକ ଗୁରୁତ୍ଵ ଦେବେ। 

ବୃଷ- ଶୁକ୍ଳପକ୍ଷ ପଞ୍ଚମ ଚନ୍ଦ୍ର ବଳବାନ ରହିଥିବାରୁ, ପାରିବାରିକ ଜୀବନ ଉତ୍ତମ ରହିବ। ତଥାପି ମନ ସାମାନ୍ୟ ଚିନ୍ତାରେ ରହିପାରେ । ଶାରୀରିକ ଅସୁସ୍ଥତା କିଛି ଦେଖାଦେଇପାରେ।ବ୍ୟବସାୟ ପାଇଁ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଯାହା ଆପଣଙ୍କ ପାଇଁ ଲାଭଦାୟକ ମଧ୍ୟ ହେବ। ବିଦ୍ୟାର୍ଥୀମାନେ ଲାଭବାନ ହେବେ।

ମିଥୁନ- ପର ଚର୍ଚ୍ଚା କରି ସମୟ ନଷ୍ଟ କରିବେ । ଅଙ୍ଗରେ କୌଣସି ଆଘାତ ଲାଗିପାରେ । ମାନସିକ ଚିନ୍ତାରେ ରହି ନିଷ୍ପତ୍ତି ନେବେ। ଛାତ୍ରଛାତ୍ରୀମାନେ ବ୍ୟସ୍ତତାରେ ଦିନ କାଟିବେ। ବ୍ୟବସାୟ ମଧ୍ୟମ ଫଳ ଦେବ । ଦାମ୍ପତ୍ୟ ଜୀବନରେ କଳହ ଲାଗିପାରେ ।

କର୍କଟ- ତୃତୀୟ ଚନ୍ଦ୍ର ଯୋଗ ରହିଥିବାରୁ, ଦିନଟି ଖୁସିରେ କଟିବ ଭ୍ରମଣର ଯୋଗ ରହିବ । କୌଣସି ସ୍ଥାନରୁ ସମ୍ମାନର ଅଧିକାରୀ ହେବେ । ଚାକିରିରେ ପଦୋନ୍ନତି ମିଳିବ ।  ଲାଗିଥିବା ସମସ୍ୟାର ସମାଧାନ ହେବ । ବ୍ୟବସାୟରେ  ଅଳ୍ପ ପରିଶ୍ରମରେ ଅଧିକ ଲାଭ ଯୋଗ ରହିଛି । ବିଦ୍ୟାର୍ଥୀ ଉଚ୍ଚଶିକ୍ଷା ଲାଭ କରିବେ ।

ସିଂହ- କୌଣସି କାର୍ଯ୍ୟ କିମ୍ବା ବସ୍ତୁକୁ ନେଇ ଆଶାବାଦୀ ହୋଇ ରହିବେ। ଜୀବନରେ କରିଥିବା ଭଲ କର୍ମ ଗୁଡ଼ିକର ଫଳ ପ୍ରାପ୍ତ ହେବ । ଆୟର ଯୋଗ ଉତ୍ତମ ରହିବ । ବ୍ୟାପାରରେ ଅଧିକ ଲାଭ ଯୋଗ ରହିଛି । ପତ୍ନୀଙ୍କ ସହ ଆଲୋଚନା କରି କିଛି ନୂଆ କରିବାକୁ ମନସ୍ଥ କରିବେ ।

କନ୍ୟା- ମନ ପ୍ରସନ୍ନ ଓ ପ୍ରଫୁଲ୍ଲ ରହିବ । ଉତ୍ତମ ଫଳ ଲାଭ ହେବ । ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଚାକିରିରେ ପଦୋନ୍ନତି ଘଟିବ । ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି । ମାନ-ସମ୍ମାନ ମିଳିବ। ବିଦ୍ୟାର୍ଥୀମାନେ ଅଧିକ ମନୋନିବେଶ କରିବେ ।

ତୁଳା - ଦ୍ଵାଦଶ ଚନ୍ଦ୍ର ରହିଥିବାରୁ, ଶାରୀରିକ ସମସ୍ୟା ଦେଖା ଦେବ। ପେଟରେ ଯନ୍ତ୍ରଣା ଦେଖାଦେଇପାରେ। ଆର୍ଥିକ ବ୍ୟୟରେ ଦିନଟି କଟିବ । ବଡ଼ ସଫଳତା ମିଳିନପାରେ । ସ୍ବାସ୍ଥ୍ୟାବସ୍ଥା ମଧ୍ୟମ ରହିବ । ଅଧିକ ପରିଶ୍ରମରେ ଦିନଟି  କଟିବ । ବିଦ୍ୟାର୍ଥୀ ଅମାନଯୋଗି ହୋଇପାରନ୍ତି ।

ବିଛା- ଏକାଦଶ ଚନ୍ଦ୍ରରେ ସର୍ବ କାର୍ଯ୍ୟ ସଫଳ ହେବା ସହ ଗୃହରେ  ନୂତନ କାର୍ଯ୍ୟ ଆରମ୍ଭ ହେବ । ଦିନଟିରେ ବହୁତ ଭଲ ଯୋଗ ରହିଛି । ରାଜନୀତିରେ ସଫଳତା ପ୍ରାପ୍ତି ହେବ । ଛାତ୍ର ଛାତ୍ରୀମାନେ ପରୀକ୍ଷାରେ ସଫଳତା ପ୍ରାପ୍ତ କରିବେ । ବ୍ୟବସାୟରେ ଅଟକିଥିବା କାର୍ଯ୍ୟ ଆଗକୁ ବଢ଼ିବ ।

ଧନୁ- ଦଶମ ଚନ୍ଦ୍ର ଯୋଗୁଁ ସବୁ କାର୍ଯ୍ୟ ସଫଳ ହେବ। ଚାକିରି କ୍ଷେତ୍ରରେ ସମ୍ମାନ ଓ ପଦୋନ୍ନତିର ଯୋଗ ରହିଛି । ଗୃହକୁ ବନ୍ଧୁଙ୍କ ଆଗମନ ହୋଇପାରେ । ବ୍ୟବସାୟରେ ଲାଭ ଯୋଗ ରହିଛି । ମିଳୁନଥିବା ଧନ ପ୍ରାପ୍ତି ହେବ। ବିଦ୍ୟାର୍ଥୀ ମାନେ ଲାଭବାନ ହେବେ ।

ମକର- ଦିନଟି ମଧ୍ୟମ ଫଳ ଦେବ । ଶତ୍ରୁ ଭୟ ରହିବ ।  ଚିନ୍ତାକୁ   ଦୂରୀଭୂତ କରନ୍ତୁ । ଧନ ଲାଭର ସଂଯୋଗ ରହିଛି । ଖର୍ଚ୍ଚ ମଧ୍ୟ ଅଧିକ ହୋଇପାରେ । ଛାତ୍ର ଛାତ୍ରୀମାନେ ଭବିଷ୍ୟତ ଚିନ୍ତାରେ ରହିବେ । ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ଦେଖାଦେଇପାରେ ।

କୁମ୍ଭ- ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । ଅଙ୍ଗରେ ଆଘାତ ଲାଗିପାରେ । ବ୍ୟବସାୟରେ ଧୀର ବୃଦ୍ଧି ହେବ । ଆୟ ଠାରୁ ବ୍ୟୟବଢିବ। ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ । ଭ୍ରମଣ ଯୋଗ ରହିଛି । ପରିବାରରେ ସାମାନ୍ୟ ସ୍ବାସ୍ଥ୍ୟ ଗତ ସମସ୍ୟା ଦେଖାଦେବ  ।

ମୀନ- ସପ୍ତମ ଚନ୍ଦ୍ର ଯୋଗୁଁ   ପରିବାରରେ ସୁଖ ସନ୍ତୋଷ ରହିବ। ଚାକିରିରେ ଉତ୍ତମ  ଫଳ ପ୍ରାପ୍ତ ହେବ । ବ୍ୟବସାୟରେ ଆପଣଙ୍କୁ ଆଶା ଅନୁସାରେ ଫଳ ପ୍ରାପ୍ତି ହେବ । ପରିବାର ସହ ସମୟ ଅତିବାହିତ କରିବେ । ଯାନବାହାନରେ ସତର୍କତା ଅବଲମ୍ବନ କରନ୍ତୁ। ବିଦ୍ୟାର୍ଥୀମାନେ ଉପକୃତ ହେବେ ।


ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକଯାଜପୁର

ଯୋଗାଯୋଗ – 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.