ଗୁଡନ୍ୟୁଜ୍ ! ବିବାହର ୬ ବର୍ଷ ପରେ ପିତା-ମାତା ହେବେ ପ୍ରିନ୍ସ-ୟୁଭିକା

Published By : Prameya-News7 Bureau | June 26, 2024 IST

ମୁମ୍ଵାଇ ୨୬।୦୬: ଅଭିନେତା ପ୍ରିନ୍ସ ନରୁଲା। ସେ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ଏକ ସୁନ୍ଦର ପୋଷ୍ଟ ମାଧ୍ୟମରେ ଘୋଷଣା କରିଛନ୍ତି ଯେ ସେ ଶୀଘ୍ର ପିତା ହେବାକୁ ଯାଉଛନ୍ତି। ବିବାହର ୬ବର୍ଷ ପରେ, ୟୁଭିକା ଚୌଧୁରୀ ଏବଂ ପ୍ରିନ୍ସ ପିତାମାତା ହେବାକୁ ଯାଉଛନ୍ତି । ନିକଟରେ ଭେବି ପ୍ଲାନିଂ ପାଇଁ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ୟୁଭିକା କହିଥିଲେ ଯେ ସେ ଏବଂ ପ୍ରିନ୍ସ ଏକାଠି ନିଷ୍ପତ୍ତି ନେଇଛନ୍ତି ଯେ ମୁମ୍ବାଇରେ ସେମାନଙ୍କର ନିଜ ଘର ନହେବା ପର୍ଯ୍ୟନ୍ତ ସେମାନେ ପିଲା ବିଷୟରେ ଯୋଜନା କରିବେ ନାହିଁ। ବର୍ଷ ଆରମ୍ଭରେ ଦୁହେଁ ନିଜ ନୂଆ ଘରକୁ ଯାଇଥିଲେ ଏବଂ ବର୍ତ୍ତମାନ ସେମାନେ ନିଜ ଜୀବନର ସବୁଠାରୁ ବଡ ଖୁସି ଖବର ନିଜ ପ୍ରଶଂସକଙ୍କ ସହ ସୋସିଆଲ ମିଡିଆରେ ସେୟାର କରିଛନ୍ତି । 


ପ୍ରିନ୍ସ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସମାନ ରଙ୍ଗର ଖେଳନା ଜିପ୍ ସହିତ ତାଙ୍କ ନାଲି ଜିପ୍ ର ଏକ ଫଟୋ ସେୟାର କରି ଲେଖିଥିଲେ, ମୋର ସମସ୍ତଙ୍କୁ ନମସ୍କାର, ମୁଁ ଜାଣେ ନାହିଁ ଏହି ଭାବନାକୁ ତୁମ ସହ କିପରି ବାଣ୍ଟିବି, କାରଣ ଆଜି ଆମେ ବହୁତ ଖୁସି ।ଖୁସି ଏବଂ ଟିକିଏ ନର୍ଭସ ମଧ୍ୟ । ଏହି ବିଶେଷ ଉତ୍ସବରେ ମୁଁ ଭଗବାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ଖୁବ୍ ଶୀଘ୍ର ପ୍ରିନ୍ସ ଏବଂ ୟୁଭିକାର ବେବି ଏହି ଦୁନିଆକୁ ଆସିବାକୁ ଯାଉଛି । 

ପ୍ରିନ୍ସଙ୍କ ଏହି ପୋଷ୍ଟରେ ଇଣ୍ଡଷ୍ଟ୍ରିର ତାଙ୍କର ସମସ୍ତ ବନ୍ଧୁ ଏହି ମନ୍ତବ୍ୟ ଦେଇ ଅଭିନନ୍ଦନ ଜଣାଇଛନ୍ତି। ଆରତୀ ସିଂଙ୍କ ବିବାହ ସମୟରେ ଯୁବିକାଙ୍କ ଗର୍ଭବତୀ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। କିନ୍ତୁ ବହୁତ ଚତୁରତାର ସହିତ ଉଭୟ ଏହି ଖବରକୁ ଗୁଜବ ବୋଲି କହି ଏହି ପ୍ରସଙ୍ଗକୁ ଏଡ଼ାଇ ଦେଇଥିଲେ।  ୟୁଭିକା ଏବଂ ପ୍ରିନ୍ସ ବିଗ୍ ବସ୍ ଘରେ ପରସ୍ପରକୁ ଭେଟିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.