ଦିନଟି ଆତ୍ମବିଶ୍ବାସରେ ଭରି ରହିବ, ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବ

Published By : Prameya-News7 Bureau | June 16, 2024 IST

ମେଷ-  ସପ୍ତମ ଚନ୍ଦ୍ର ଯୋଗୁଁ ବିଭିନ୍ନ ପ୍ରକାରର ସୁଖପ୍ରାପ୍ତି ହେବ। ସବୁ ସମସ୍ୟାକୁ ପଛରେ ପକାଇ ଆଗକୁ ବଢ଼ିବାକୁ ମନସ୍ଥ ହେବେ । କାର୍ଯ୍ୟ କ୍ଷେତ୍ରରେ ନିଜକୁ ପ୍ରଭାବଶାଳୀ ମନେ କରିବେ । ଛାତ୍ର ଛାତ୍ରୀମାନେ ନୂତନ ପନ୍ଥା ଅବଲମ୍ବନ କରିବେ ।

ବୃଷ- ସୁଖ ସୌଭାଗ୍ୟ ଲାଭ କରିବେ । ଶତ୍ରୁ ହାନି ହେବ। ଦିନଟି ଆତ୍ମବିଶ୍ବାସରେ ଭରି ରହିବେ । ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବ। କର୍ମ କ୍ଷେତ୍ରରେ ନିଜ କର୍ମରେ ଧ୍ୟାନ ଦିଅନ୍ତୁ । ଦାମ୍ପତ୍ୟ ଜୀବନ ସୁଖମୟ ହେବ।   ଛାତ୍ରଛାତ୍ରୀଙ୍କ ମନୋବଳ ଦୃଢ଼ ହେବ ।

ମିଥୁନ- ଦିନଟି ମଧ୍ୟମ ଫଳ ଦେବ। ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ସାମାନ୍ୟ ଚିନ୍ତାରେ ରହିବେ। ମାଲିମକୋଦ୍ଦମା ଆପଣଙ୍କ ସପକ୍ଷରେ ରହିବ। ପରିଶ୍ରମ ଅଧିକ ରହିବ । ଗୃହକୁ ଅତିଥିଙ୍କ ଆଗମନ ହେବ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ବିଦ୍ୟାର୍ଥୀମାନେ ପରିଶ୍ରମୀ ହେବେ ।

କର୍କଟ- ଦିନଟି ମିଶ୍ର ଫଳ ପ୍ରଦାନ କରିବ । ପରିବାରରେ କଳହ ହେବାର ସମ୍ଭାବନା ରହିଛି। ଚାକିରି କ୍ଷେତ୍ରରେ ସହଯୋଗୀଙ୍କ ସହ ମତଭେଦ ସୃଷ୍ଟି ହେବ। ବ୍ୟବସାୟରେ ନେଣ ଦେଣ ଲାଗି ରହିବ । ଚିନ୍ତାଗ୍ରସ୍ତ ହେବ । ବିଦ୍ୟାର୍ଥୀମାନେ ବିଳମ୍ବରେ ସଫଳତା ପ୍ରାପ୍ତ କରିବେ ।

ସିଂହ- ରାଜ ସମ୍ମାନ ପ୍ରାପ୍ତିର ଯୋଗ ରହିଛି । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ମନ ପ୍ରଫୁଲ୍ଲ ରହିବ । ବ୍ୟବସାୟରେ ଉତ୍ତମ ଫଳ ପ୍ରାପ୍ତ ହେବ। ଆଧ୍ୟାତ୍ମିକ ଚିନ୍ତା ଧାରାରେ ବିଶ୍ୱାସ ରଖିବେ। ନୂଆ ଚାକିରି ମିଳିପାରେ। ଯାନବାହାନ କ୍ରୟ ପାଇଁ ଦିନଟି ଭଲ ରହିଛି  ।

କନ୍ୟା- ଦିନଟି ଉତ୍ତମ ଫଳ ଦେବ । ବାହ୍ୟ ସ୍ଥାନରୁ ପ୍ରଶଂସା ମିଳିବ। ଅଟକିଥିବା ସରକାରୀ କାର୍ଯ୍ୟ ଆଗକୁ ବଢ଼ିବ । ବ୍ୟବସାୟରେ ଆଶା ଅନୁସାରେ ଲାଭ ପ୍ରାପ୍ତି ହେବ । ଯାନବାହାନ କ୍ରୟ କରିବେ । ବିଦ୍ୟାର୍ଥୀମାନେ ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ ।

ତୁଳା- ରାଶିକୁ ଶ୍ରୀ ଚନ୍ଦ୍ର ଯୋଗରହିଛି । ଚାକିରୀରେ ନିଶ୍ଚିନ୍ତ ପଦୋନ୍ନତି ଯୋଗ ରହିଛି। ଆୟର ପରିମାଣ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ।ବିଦ୍ୟାର୍ଥୀ ଲାଭବାନ ହେବେ । ବ୍ୟବସାୟ ଆଗକୁ ବଢ଼ିବ । ପଶୁ କ୍ରୟ କରିବା ନିଷେଧ ।

ବିଛା- ଦ୍ଵାଦଶ ଚନ୍ଦ୍ର ହେତୁ ବ୍ୟୟ ବୃଦ୍ଧି ହେବ । ଦିନଟି ମିଶ୍ର ଫଳ ଦେବ । କର୍ମ କ୍ଷେତ୍ରରେ ସମସ୍ୟା ଦେଖାଦେବ। ବ୍ୟବସାୟରେ କ୍ଷତି ହେବାର ଯୋଗ ରହିଛି । ପତି-ପତ୍ନୀଙ୍କ ଭିତରେ ମନୋମାଳିନ୍ୟ ଦେଖାଦେବ । ବିଦ୍ୟାର୍ଥୀମାନେ ଅଳସୁଆ ହେବେ ।

ଧନୁ- ଗୃହରେ ମାଙ୍ଗଳିକ କାର୍ଯ୍ୟ ହେବ। ବନ୍ଧୁଙ୍କ ଆଗମନ ହେବ। କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବାରୁ ମନ ପ୍ରଫୁଲ୍ଲ ରହିବ । ଧନ ଆଗମନର ସୂଚନା ରହିଛି । ବ୍ୟବସାୟ ଆଗକୁ ବଢ଼ିବ । କର୍ମ କ୍ଷେତ୍ରରେ ସହଯୋଗ ଓ ଶିକ୍ଷା କ୍ଷେତ୍ରରେ ସଫଳତାର ଯୋଗ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.