ବରିଷ୍ଠ ସାଂସଦରୁ ଦ୍ବିତୀୟ ଥର ବାଚସ୍ପତି, ଓମ୍ ବିର୍ଲାଙ୍କ ପୁରା ରାଜନୈତିକ କ୍ୟାରିୟର

Published By : Prameya-News7 Bureau | June 26, 2024 IST

ନୂଆଦିଲ୍ଲୀ ୨୬/୬: ପୁଣି ଲୋକସଭା ବାଚସ୍ପତି ହୋଇଛନ୍ତି ଓମ୍‌ ବିର୍ଲା । ଦ୍ବିତୀୟ ଥର ବାଚସ୍ପତି ପଦ ସମ୍ଭାଳି ରେକର୍ଡ କରିଛନ୍ତି ସେ । ଆସନ୍ତୁ ନଜର ପକାଇବା ଓମ୍‌ ବିର୍ଲାଙ୍କ ପୁରା ରାଜନୈତିକ କ୍ୟାରିୟର ଉପରେ । ବରିଷ୍ଠ ସାଂସଦ ଓମ୍‌ ବିର୍ଲା ରାଜସ୍ଥାନ କୋଟାରୁ ସାଂସଦ ଅଛନ୍ତି । ଲଗାତାର ୩ ଥର ନିର୍ବାଚନ ଜିତି ଆସିଛନ୍ତି ଓମ୍‌ ବିର୍ଲା । ୨୦୧୪ରେ ପ୍ରଥମ ଥର ସାଂସଦ ହୋଇଥିଲେ ସେ । ୨୦୧୯ରେ ସପ୍ତଦଶ ଲୋକସଭାରେ ବାଚସ୍ପତି ଥିଲେ । ଚଳିତ ନିର୍ବାଚନରେ ପୁଣି ଥରେ କୋଟାରୁ ନିର୍ବାଚନ ଜିତିଛନ୍ତି ସେ । 

ଗତ ୨୦ ବର୍ଷ ଭିତରେ ବାଚସ୍ପତି ହେବା ପରେ ସାଂସଦ ଭାବରେ ନିର୍ବାଚିତ ହେବାରେ ସେ ହେଉଛନ୍ତି ପ୍ରଥମ । ୨୦୦୩ରୁ ୨୦୧୩ ଯାଏ ରାଜସ୍ଥାନ ବିଧାନସଭାର ବିଧାୟକ ଥିଲେ । କୋଟା ଉତ୍ତର ବିଧାନସଭା ସିଟ୍‌ରୁ ୩ଥର ନିର୍ବାଚନ ଜିତିଛନ୍ତି ସେ । 

ରାଜସ୍ଥାନର ୨୦୦୩,୨୦୦୮ ଓ ୨୦୧୩ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ ଓମ୍‌ ବିର୍ଲା । ପରେ ୨୦୧୪ରେ କୋଟାରୁ ସାଂସଦ ଭାବରେ ଜିତି ଆସୁଛନ୍ତି । ପୂର୍ବରୁ ବାଚସ୍ପତି ଭାବେ ୫ ବର୍ଷ କାର୍ଯ୍ୟ ସମାପ୍ତ ପରେ ବଳରାମ ଜାଖରଙ୍କୁ ପୁଣି ଥରେ ବାଚସ୍ପତି ଦାୟିତ୍ବ ମିଳିଥିଲା । ତାଙ୍କ ପରେ ଓମ୍‌ ବିର୍ଲା ଏହି ସୁଯୋଗ ପାଇ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.