ମେଷ- ବଚନରେ ମଧୁରତା ରଖନ୍ତୁ । କଳା କ୍ଷେତ୍ରରେ ରୁଚି ବୃଦ୍ଧି ପାଇବ । ପରିବାରରେ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ । ବନ୍ଧୁଙ୍କ ସାହାଯ୍ୟ ପାଇଁ ଖୁସି ହେବେ। ଅଧିକ ଆୟ ଯୋଗ ରହିଛି । କର୍ମ ଚଞ୍ଚଳ ହୋଇ କାର୍ଯ୍ୟକରିବେ।
ବୃଷ- ଧାର୍ମିକ ଭାବନା ସୃଷ୍ଟି ହେବ । ମନରେ ଶାନ୍ତି ବଜାୟ ରହିବ। ପାରିବାରିକ ଜୀବନ ସୁଖମୟ ହେବ । ଘରକୁ ବନ୍ଧୁଙ୍କ ଆଗମନ ହେବ । ପରିଶ୍ରମର ଫଳ ବହୁତ ଭଲ ରହିବ । ଭବିଷ୍ୟତ ପାଇଁ କିଛି ବଡ଼ ନିଷ୍ପତ୍ତି ନେବେ ।
ମିଥୁନ- ସନ୍ତାନଙ୍କ ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ। ଅର୍ଥ ନିବେଶ ପାଇଁ ଦିନଟି ବହୁତ ଭଲ ରହିଛି। ଆୟ ବୃଦ୍ଧି ହେବ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଛାତ୍ରଛାତ୍ରୀମାନେ ସଫଳତାର ଶୀର୍ଷରେ ପହଞ୍ଚିବେ। ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତି ହେବ ।
କର୍କଟ- ମାନ ସମ୍ମାନରେ ବୃଦ୍ଧି ଘଟିବ। କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମ ହୋଇପାରେ । ଦିନଟି ମଧ୍ୟମ ଫଳ ପ୍ରାପ୍ତ କରାଇବ । ଛାତ୍ରଛାତ୍ରୀମାନେ ପାଠରେ ଅଗ୍ରଗତି କରିବେ । ବ୍ୟବସାୟରେ ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ।
ସିଂହ- ରାଶି ପାଇଁ ଘାତ ଚନ୍ଦ୍ର । ମନରେ ଅଶାନ୍ତି ସୃଷ୍ଟି ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ବାଧା ସୃଷ୍ଟି ହେବ। ଅଟକିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଚାକିରିରେ ଉନ୍ନତି ହେବ। ବିଦ୍ୟାର୍ଥୀମାନେ ପାଠରେ ମନଯୋଗ ଦେବେ ନାହିଁ ।
କନ୍ୟା- ମନ ପ୍ରସନ୍ନ ରହିବ । ଆକସ୍ମିକ ଧନ ପ୍ରାପ୍ତିର ଯୋଗ ରହିଛି। ବ୍ୟବସାୟରେ ଅଗ୍ରଗତି ହେବ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ଅର୍ଜନ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । କିଛି କଥା ଗୋପନ ରେ ରଖନ୍ତୁ ।
ତୁଳା- ଆତ୍ମ ବିଶ୍ବାସ ବଜାୟ ରଖନ୍ତୁ । ମନରେ ସାଧାରଣ ଅଶାନ୍ତି ଭାବ ଦେଖାଦେବ। କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ଗୃହରେ ଧାର୍ମିକ କାର୍ଯ୍ୟ ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ବିଛା- ପରିଶ୍ରମ ଅଧିକ ହେବ। କର୍ମ କ୍ଷେତ୍ରରେ ଉତ୍ତମ ଫଳ ମଧ୍ୟ ପ୍ରାପ୍ତି ହେବ। ମାନ ସମ୍ମାନର ବୃଦ୍ଧି ଘଟିବ। ଆୟ ବୃଦ୍ଧି ହେବ । ପିତାମାତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଘଟିବ। ବିଦ୍ୟାର୍ଥୀ ମାନେ ମଧ୍ୟମ ଫଳ ପ୍ରାପ୍ତ କରିବେ ।
ଧନୁ- ଚାକିରିରେ ଉଚ୍ଚ ସ୍ଥାନ ପ୍ରାପ୍ତି ହେବ। ଭ୍ରମଣ ଯୋଗ ରହିଛି। ଆୟରେ ବୃଦ୍ଧି ହେବ। ମନ ସାଧାରଣତଃ ଅଶାନ୍ତ ରହିପାରେ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ । ନିଜକୁ ପରାଧୀନ ମନେ କରିପାରନ୍ତି ।
ମକର- ମକର ରାଶି ପାଇଁ ଶ୍ରୀ ଚନ୍ଦ୍ର । ମନରେ ଧର୍ମ ଭାବନା ଜାଗ୍ରତ ହେବ। ଛାତ୍ରଛାତ୍ରୀମାନେ ସଫଳତା ପ୍ରାପ୍ତ କରିବେ। ବ୍ୟବସାୟୀମାନେ ନୂଆ ବ୍ୟବସାୟ ଆରମ୍ଭ କରିବେ । ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।
କୁମ୍ଭ- ଶାରୀରିକ ଓ ମାନସିକ ବିକାଶ ହେବ। ଆତ୍ମ ବିଶ୍ୱାସୀ ହେବେ। କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ହେବ । ଧୈର୍ଯ୍ୟବାନ ହେବାକୁ ଚେଷ୍ଟା କରନ୍ତୁ । ଦାମ୍ପତ୍ୟ ଜୀବନରେ କିଛି କୁପ୍ରଭାବ ପଡ଼ିପାରେ। ଆଳସ୍ୟର ବଶବର୍ତ୍ତୀ ହୋଇପାରନ୍ତି ।
ମୀନ- କାର୍ଯ୍ୟ କ୍ଷେତ୍ରରେ ନିଜକୁ ବ୍ୟସ୍ତ ରଖିବେ। ଅଟକିଥିବା କାର୍ଯ୍ୟର ପୁନଃଆରମ୍ଭ କରିବେ। ଛାତ୍ରଛାତ୍ରୀମାନେ ନିଜ କାର୍ଯ୍ୟରେ ମନୋନିବେଶ କରିବେ। ଦମ୍ପତିମାନଙ୍କ ପାଇଁ ଦିନଟି ବ୍ୟସ୍ତ ବହୁଳ ରହିବ। ଅଧିକ ଆୟର ଯୋଗ ମଧ୍ୟ ରହିଛି।