ମେଷ- ଦିନଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ। ପ୍ରତିରୋଧର ଶିକାର ହେବେ। ଅଜଣା ବ୍ୟକ୍ତିଙ୍କ ପାଇଁ ଠକାମୀର ଶିକାର ହୋଇପାରନ୍ତି। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଆଳସ୍ୟରେ କଟିବ।
ବୃଷ- ଦିନଟିରେ ସେବା ପୂଜାରେ ମନୋନିବେଶ କରିବେ। ନିଜକୁ ସର୍ବଦା ବ୍ୟସ୍ତ ରଖିବେ । ବ୍ୟବସାୟ ଭଲ ହେବ। ଛାତ୍ରଛାତ୍ରୀମାନେ ପାଠରେ ମନଯୋଗ ଦେବେ। ବାକିଥିବା କାର୍ଯ୍ୟ ସଫଳ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ମିଥୁନ- ନିବେଶ କରିଥିବା ଧନରୁ ଲାଭ ପାଇପାରିବେ। ସମ୍ମାନପ୍ରାପ୍ତିର ଯୋଗ ରହିଛି। ବ୍ୟବସାୟରେ ଉତ୍ତମ ଫଳ ପ୍ରାପ୍ତ ହେବ। ପ୍ରେମ ସମ୍ପର୍କ ସୁଦୃଢ଼ ହେବ। କୌଣସି ସ୍ଥାନକୁ ଭ୍ରମଣର ଯୋଗ ମଧ୍ୟ ରହିଛି ।
କର୍କଟ- ଦ୍ଵିତୀୟ ଚନ୍ଦ୍ର କାଳ ଭୋଗ ହେତୁ କେହି ନିଜ କର୍ମରୁ ହଟି ଅନ୍ୟ କର୍ମ କରିବା ପାଇଁ ବାଧ୍ୟ କରିପାରନ୍ତି। ମହିଳାମାନଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ ।
ସିଂହ- ଦିନଟି ଉତ୍ତମ ଫଳ ପ୍ରଦାନ କରିବ। ଧନଧାନ୍ୟରେ ବୃଦ୍ଧି ଘଟିପାରେ। ବ୍ୟବସାୟୀଙ୍କ ପାଇଁ ଦିନଟି ବିଶେଷ ଶୁଭ ଦାୟକ ରହିଛି। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସ୍ଥାନ ପ୍ରାପ୍ତି ହୋଇପାରେ ।
କନ୍ୟା- ଦ୍ଵାଦଶ ଚନ୍ଦ୍ର କାରଣରୁ ଅନ୍ୟ ଚର୍ଚ୍ଚା କରି ସମୟ ନଷ୍ଟ କରିବେ। ଅଧିକ ପରିଶ୍ରମରେ ଦିନଟି କଟିବ। ବ୍ୟବସାୟରେ ଆଶାନୁରୂପ ଫଳ ପ୍ରାପ୍ତି ହେବ। ଛାତ୍ରଛାତ୍ରୀମାନେ ସମୟ ନଷ୍ଟ କରିବେ। ଦୀର୍ଘ ଦିନରୁ ଲାଗି ରହିଥିବା କଳହର ପୂର୍ଣ୍ଣଚ୍ଛେଦ ପଡ଼ିବ।
ତୁଳା- ଦେଇଥିବା ଧନ ରାଶି ଫେରି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଏକାଦଶ ଚନ୍ଦ୍ର ରହିଥିବାରୁ ସର୍ବ କାର୍ଯ୍ୟ ସଫଳ ହେବ। ବ୍ୟବସାୟରେ ଆର୍ଥିକ ସ୍ଥିତି ଦୃଢ଼ ହେବ। ଛାତ୍ରଛାତ୍ରୀମାନଙ୍କ ପାଇଁ ନୂତନ ସ୍ଥାନ ପ୍ରାପ୍ତି ଯୋଗ ରହିଛି ।
ବିଛା- ସର୍ବ କାର୍ଯ୍ୟରେ ସିଦ୍ଧି ଯୋଗ ରହିଛି। ଯାତ୍ରା କରିବା ପାଇଁ ଦିନଟି ଅତ୍ୟନ୍ତ ଶୁଭ ଦାୟକ ରହିଛି। ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ। ଆକସ୍ମିକ ଧନ ପ୍ରାପ୍ତିର ସମ୍ଭାବନା ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ବିଶେଷ ଭଲ ରହିବ ।
ଧନୁ- ଖର୍ଚ୍ଚାନ୍ତ ହେବେ। ଆତ୍ମବିଶ୍ୱାସର ଅଭାବ ହେବ। ଅନାବଶ୍ୟକ କ୍ରୋଧରୁ ଦୂରେଇ ରୁହନ୍ତୁ। ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ପରିବାର ସହିତ ଏକ ଧାର୍ମିକ ସ୍ଥାନକୁ ଯାଇପାରନ୍ତି। ବିଦ୍ୟାର୍ଥୀମାନେ ବହୁ ପରିଶ୍ରମରେ ଅଳ୍ପ ଫଳ ପ୍ରାପ୍ତ କରିବେ ।
ମକର- ବ୍ୟୟ ଅଧିକ ହେବ। ଉଧାର ଦିଅନ୍ତୁ ନାହିଁ। ବନ୍ଧୁମାନଙ୍କ ସହ ମନୋମାଳିନ୍ୟ ଘଟିପାରେ। ନୂତନ ଜାଗାକୁ ବୁଲିବାକୁ ଯିବେ। ବିବାଦୀୟ ପରିସ୍ଥିତି ଉପୁଜିପାରେ। ବୈବାହିକ ଜୀବନ ଜଂଜାଳମୟ ହେବ। ଛାତ୍ରଛାତ୍ରୀମାନେ ଅବହେଳିତ ହେବେ।
କୁମ୍ଭ- ସପ୍ତମ ଚନ୍ଦ୍ର ରହିଥିବାରୁ ଅଧିକ ଆୟର ଯୋଗ ରହିଛି। ପତ୍ନୀଙ୍କ ଠାରୁ କିଛି ଉପହାର ମିଳିପାରେ। ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଭଲ ରହିଛି । ନିଜକୁ ଆଶଙ୍କା ଭିତରେ ରଖିବେ । ଖୁସି ହେବାକୁ ଚାହୁଥିଲେ ବି ହୋଇପାରିବେ ନାହିଁ ।
ମୀନ- ଷଷ୍ଠ ଚନ୍ଦ୍ର ଯୋଗୁ ସର୍ବ କାର୍ଯ୍ୟରେ ସିଦ୍ଧି ହେବ। ପରିଶ୍ରମ ଅଧିକ ହେବ। ଆକସ୍ମିକ ଧନ ପ୍ରାପ୍ତିର ସମ୍ଭାବନା ରହିଛି। ଛାତ୍ରଛାତ୍ରୀଙ୍କ ପରିଶ୍ରମର ଫଳ ପ୍ରାପ୍ତି ହେବ। ନୂତନ ବସ୍ତୁ କିମ୍ବା ଅଳଙ୍କାର କ୍ରୟ କରିବେ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତାରେ ବିଜୟ ହାସଲ କରିବେ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ - 8249826682