କୋଲକାତା: ଆରଜି କର ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଅକଳରେ ମମତା ସରକାର। ପୀଡିତାଙ୍କ ପରିବାରକୁ ଟଙ୍କା ଅଫର୍ ନେଇ ମମତାଙ୍କ ଖଣ୍ଡନ ପରେ ପୀଡ଼ିତାଙ୍କ ମା’ ମମତା ବାନାର୍ଜୀଙ୍କୁ କଡ଼ା ଜବାବ ଦେଇଛନ୍ତି । ମମତା ବାନାର୍ଜୀ ମିଛ କହୁଛନ୍ତି ଏବଂ ତାଙ୍କୁ ଝିଅ ମୃତ୍ୟୁ ପରେ ଟଙ୍କା ଅଫର କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।
ପୀଡ଼ିତାଙ୍କ ମା’ କହିଛନ୍ତି ଯେ, ‘ମୁଖ୍ୟମନ୍ତ୍ରୀ ମିଛ କହୁଛନ୍ତି । ସେ କହିଥିଲେ ମୋତେ କ୍ଷତିପୂରଣ ମିଳିବ ଏବଂ ଝିଅର ସ୍ମୃତିରେ କିଛି ତିଆରି କରିବି । ସେତେବେଳେ ମୁଁ କହିଥିଲି, ଯେତେବେଳ ମୋ ଝିଅକୁ ନ୍ୟାୟ ମିଳିବ ସେବେ ମୁଁ ଆପଣଙ୍କ କାର୍ଯ୍ୟାଳୟକୁ ଯିବି ଏବଂ କ୍ଷତିପୂରଣ ଗ୍ରହଣ କରିବି ।’ ତେବେ ଏହା ପୂର୍ବରୁ ଆଜି ପୀଡ଼ିତାଙ୍କ ମାଙ୍କୁ ପୋଲିସ ଟଙ୍କା ଯାଚିଥିବା ଅଭିଯୋଗକୁ ମମତା ବାନାର୍ଜୀ ଖଣ୍ଡନ କରିଥିଲେ ।