କୋଲକାତା କେସ୍‌କୁ ନେଇ ନିର୍ମାଣ ହେବ ଫିଲ୍ମ; ପରଦାରେ ଦେଖାଯିବ ରିୟଲ କାହାଣୀ

Published By : Prameya-News7 Bureau | September 08, 2024 IST

ମୁମ୍ଵାଇ ୦୮।୦୯: କୋଲକାତାର ଆରଜି କର ମେଡିକାଲ କଲେଜରେ ଦୁଷ୍କର୍ମ ଓ ହତ୍ୟା ସମସ୍ତଙ୍କୁ ଚକିତ କରି ଦେଇଛି। ବର୍ତ୍ତମାନ ଏହି ମାମଲା ଉପରେ ଆଧାରିତ ଏକ ଫିଲ୍ମ ଘୋଷଣା କରାଯାଇଛି। ବଙ୍ଗଳା ନିର୍ଦ୍ଦେଶକ ଅତୁଲ ଇସଲାମ 'ଦାନବ' ନାମକ ଏକ ଫିଲ୍ମ ଘୋଷଣା କରିଛନ୍ତି। ଯାହା କୋଲକାତାର ଭୟଙ୍କର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅନୁପ୍ରାଣିତ ହେବ।

ଗତ ମାସରେ, ଅଗଷ୍ଟ ୯ ରେ, ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ସ୍ନାତକୋତ୍ତର ପ୍ରଶିକ୍ଷକ ଡାକ୍ତରଙ୍କ ସହ ଭୟଙ୍କର ଘଟଣା ଘଟିଥିଲା। ଏହି ଘଟଣା ସମଗ୍ର ଦେଶକୁ ଥରାଇ ଦେଇଥିଲା। ବିଭିନ୍ନ ରାଜ୍ୟରେ ଡାକ୍ତରମାନେ ଏହାକୁ ନେଇ ବିରୋଧ କରିଥିଲେ।

ବଙ୍ଗଳା ନିର୍ଦ୍ଦେଶକ ଘୋଷଣା କରିଛନ୍ତି

ଡିଏନ୍ଏ ରିପୋର୍ଟ ଅନୁଯାୟୀ, ବଙ୍ଗୀୟ ପ୍ରସିଦ୍ଧ ନିର୍ଦ୍ଦେଶକ ଅତୁଲ ଇସଲାମ 'ଦାନବ' ନାମକ ଏକ ଫିଲ୍ମ ଘୋଷଣା କରିଛନ୍ତି। ଯାହା ଏହି ଦୁଃଖଦ ଘଟଣାରେ ଅନୁପ୍ରାଣିତ ବୋଲି କୁହାଯାଉଛି। ଏହି ଚଳଚ୍ଚିତ୍ରରେ ରୂପା ମୁଖୋପାଧ୍ୟାୟ ଏବଂ ନବାଗତ ପିଆର ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ରର ସୁଟିଂ ଆସନ୍ତା ମାସରୁ ଆରମ୍ଭ ହେବ। ନିକଟରେ ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କର ଆଗାମୀ ଚଳଚ୍ଚିତ୍ରର ପୋଷ୍ଟର ସେୟାର କରି ଅତୁଲ ଲେଖିଛନ୍ତି.. ଯଦି ମଣିଷ ମଣିଷ ହେବାକୁ ଚାହୁଁନାହିଁ ତେବେ ସେ ରାକ୍ଷାସ ହେବାକୁ ଚାହାଁନ୍ତି।

ମୁଖ୍ୟ ଭୂମିକାରେ ରୂପା ମୁଖୋପାଧ୍ୟାୟ ରହିବେ

ଏହି ବଙ୍ଗଳା ଚଳଚ୍ଚିତ୍ରରେ ରୂପା ମୁଖୋପାଧ୍ୟାୟ ଜଣେ ନର୍ସ ଭୂମିକାରେ ଅଭିନୟ କରିବେ ଏବଂ ପିଆରଙ୍କୁ ତାଙ୍କ ପ୍ରେମିକ ତଥା ଶବ ବ୍ୟବଚ୍ଛେଦ କର୍ମଚାରୀ ଭାବରେ ଦେଖିବାକୁ ମିଳିବ। ଏକ ଦୁଃଖଦ ଘଟଣା ପରେ ସେମାନଙ୍କ ଜୀବନ କିପରି ସବୁଦିନ ପାଇଁ ବଦଳିବ ତାହା ଫିଲ୍ମରେ ଦର୍ଶାଇବ ।


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.