ଟି-୨୦ରେ ଇତିହାସ ରଚିଲେ କୁଲଦୀପ ଯାଦବ, ହେଲେ ପ୍ରଥମ ଭାରତୀୟ ବୋଲର

Published By : Prameya-News7 Bureau | August 08, 2023 IST

ଗୁଏନା: ଭାରତର ସ୍ପିନର କୁଲଦୀପ ଯାଦବ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ୩ୟ ଟି-୨୦ରେ ଶାଣିତ ବୋଲିଂ କରିଛନ୍ତି। ନିଜର ୪ ଓଭର ବୋଲିଂରେ  କୁଲଦୀପ ୨୮ ରନ ଦେଇ ୩ଟି ଗୁରୁତ୍ଵପୂର୍ଣ୍ଣ ଓ୍ଵିକେଟ୍ ନେଇଛନ୍ତି। ୩ ଇଣ୍ଡିଜ ବ୍ୟାଟରଙ୍କ ଶିକାର କରିବା ସହ କୁଲଦୀପ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୫୦ ଓ୍ଵିକେଟ୍ ପୂରଣ କରି ଇତିହାସ ରଚିଛନ୍ତି। ସେ ଟି-୨୦ ଅନ୍ତର୍ଜାତୀୟରେ ଭାରତୀୟ ବୋଲର ହିସାବରେ ଦ୍ରୁତତମ(ଇନିଂସ ହିସାବରେ) ୫୦ ଓ୍ଵିକେଟ୍ ନେଇ ୟୁଜବେନ୍ଦ୍ର ଚହଲଙ୍କ ରେକର୍ଡ ଭାଙ୍ଗିଛନ୍ତି। ଚହଲ ୨୦୧୯ ନଭେମ୍ବରରେ ଏହି ରେକର୍ଡ କରିଥିଲେ।

wp:heading {"level":4}

Also read- ଦିନିକିଆ ବିଶ୍ଵକପ୍‌ରେ ୟୁଜବେନ୍ଦ୍ର ଚହଲଙ୍କ ଜାଗାରେ କୁଲଦୀପ ଯାଦବ ପ୍ରଥମ ପସନ୍ଦ, କାରଣ କହିଲେ ସଞ୍ଜୟ ମଞ୍ଜରେକର

/wp:heading

କୁଲଦୀପ ମାତ୍ର ୨୯ଟି ଟି-୨୦ରେ ୫୦ ଓ୍ଵିକେଟ୍ ପୂରଣ କରିଛନ୍ତି। ସେ ୨୦୧୭ରେ ଟି-୨୦ ଅନ୍ତର୍ଜାତୀୟରେ ପଦାର୍ପଣ କରିଥିଲେ। ଚହଲ ୩୪ଟି ଇନିଂସରେ ୫୦ ଓ୍ଵିକେଟ୍ ନେଇଥିବା ବେଳେ କୁଲଦୀପ ୨୯ଟି ଇନିଂସରେ ଏହି ସଫଳତା ହାସଲ କରିଛନ୍ତି। ଏହି ତାଲିକାରେ ଦ୍ରୁତ ବୋଲର ଯଶପ୍ରୀତ ବୁମରା ୪୧ଟି ଇନିଂସରେ ୫୦ ଓ୍ଵିକେଟ୍ ହାସଲ କରିଛନ୍ତି। ଚହଲ ବର୍ତ୍ତମାନ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଭାରତ ପକ୍ଷରୁ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ  ବୋଲର।

{"id":828210,"sizeSlug":"full","linkDestination":"none"}
BCCI

କୁଲଦୀପ ତୃତୀୟ ଟି-୨୦ରେ ଜନସନ ଚାର୍ଲ୍ସ, ବ୍ରେଣ୍ଡନ କିଙ୍ଗ ଓ ନିକୋଲାସ ପୂରନଙ୍କୁ ନିଜ ଜାଲରେ ଫସାଇଥିଲେ। ସେ ଚାର୍ଲ୍ସ(୧୪)ଙ୍କୁ ୧୧ତମ ଓଭରରେ ଏଲବିଡବ୍ଲ୍ୟୁ କରିଥିଲେ। ଏହାପରେ ବିପଦଜ୍ଜନକ ନଜର ଆସୁଥିବା ନିକୋଲାସ ପୂରନଙ୍କୁ ୧୫ତମ ଓଭରରେ ଷ୍ଟମ୍ପ ଆଉଟ୍ କରିଥିଲେ। ପୂରନ ୧୨ ବଲ୍‌ରୁ ୨ ଚୌକା ଏବଂ ୧ ଛକା ସହ ୨୦ ରନ କରିଥିଲେ। କୁଲଦୀପ ଉକ୍ତ ଓଭରର ପଞ୍ଚମ ବଲ୍‌ରେ ବ୍ରେଣ୍ଡନ କିଙ୍ଗଙ୍କ ଶିକାର କରିଥିଲେ। ବ୍ରେଣ୍ଡନ ୪୨ ରନ କରି କ୍ରିଜରେ ଜମିଥିଲେ। ମ୍ୟାଚ୍‌ରେ ଓ୍ଵେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୫୯ ରନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.