କୁଲଦୀପଙ୍କ ନୂଆ ଅବତାର : ସଚିନ ତେନ୍ଦୁଲକରଙ୍କ ଏହି ରେକର୍ଡ ସହ ସମାନ ହେଲେ ଚାଇନାମ୍ୟାନ୍

Published By : Prameya-News7 Bureau | April 29, 2022 IST

ନୂଆଦିଲ୍ଲୀ ୨୯/୦୪:  ଆଇପିଏଲ ୨୦୨୨ରେ ଦମଦାର ପ୍ରଦର୍ଶନ କରୁଛନ୍ତି ଚାଇନାମ୍ୟାନ୍ କୁଲଦୀପ ଯାଦବ । ଦିଲ୍ଲୀ କ୍ୟାପିଟାଲ୍ସର ଏହି ବୋଲର କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ୩ ଓଭରରେ ମାତ୍ର ୧୪ ରନ୍ ଦେଇ ୪ ଓ୍ୱିକେଟ୍ ନେଇଥିଲେ । ଏହା ତାଙ୍କର ଆଇପିଏଲ କ୍ୟାରିଅରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ତାଙ୍କ ବୋଲିଂ କାରଣରୁ ଦିଲ୍ଲୀ ୪ ଓ୍ୱିକେଟରେ ମ୍ୟାଚ୍ ଜିତି ନେଇଥିଲା ।

କେକେଆର ବିପକ୍ଷରେ ବୋଲିଂ କରିବାକୁ ଆସିଥିବା କୁଲଦୀପ ଯାଦବ ଅଷ୍ଟମ ଓଭରରେ ଲଗାତର ଦୁଇଟି ବଲରେ ବାବା ଇନ୍ଦ୍ରଜିତ ଓ ସୁନୀଲ ନାରେନଙ୍କୁ ଆଉଟ୍ କରିଥିଲେ । ଇନ୍ଦ୍ର କ୍ୟାଚ୍ ଆଉଟ୍ ହୋଇଥିବା ବେଳେ ସୁନୀଲ ନାରେନ ଏଲବିଡବ୍ଲୁ ହୋଇଥିଲେ । ଏହାପରେ ୧୪ତମ ଓଭରରେ ସେ ଅଧିନାୟକ ଶ୍ରେୟସ ଆୟରଙ୍କୁ ଆଉଟ କରି କେକେଆରର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ।

ସଚିନଙ୍କ ରେକର୍ଡ ସହ ସମାନ

କୁଲଦୀପ ଯାଦବଙ୍କ ଏହି ଦମଦାର ଇନିଂସ ପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଥିଲା । ସେ ଆଇପିଏଲ ୨୦୨୨ରେ ଚାରି ଥର ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିଜେତା ହୋଇଛନ୍ତି । ଏହାସହ ଗୋଟିଏ ସିଜିନରେ ସବୁଠାରୁ ଅଧିକ ଥର ପୁରସ୍କାର ପାଇଥିବା ଖେଳାଳି ତାଲିକାରେ ସଚିନ ତେନ୍ଦୁଲକରଙ୍କ ସହ ସମକକ୍ଷ ହୋଇଛନ୍ତି ।

ସଚିନଙ୍କ ବ୍ୟତୀତ ରୋହିତ ଶର୍ମା, ରୁତୁରାଜ ଗାଏକଓ୍ୱାଡ ଚାରି ଥର ଲେଖାଏଁ ପ୍ଲେୟାର ଅପ୍ ମ୍ୟାଚ୍ ଘୋଷିତ ହୋଇଛନ୍ତି । ଏହି ମାମଲାରେ ବିରାଟ କୋହିଲ ପ୍ରଥମ ସ୍ଥାନରେ ଅଛନ୍ତି । ସେ ସର୍ବାଧିକ ୫ ଥର ପ୍ଚେୟାର ଅଫ୍ ଦି ମ୍ୟାଚ୍ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.