କଂଗ୍ରେସ ଛାଡ଼ି ଦିଅ, ନଚେତ୍... ବଜରଙ୍ଗ ପୁନିଆଙ୍କୁ ମିଳିଲା ହତ୍ୟା ଧମକ

Published By : Prameya-News7 Bureau | September 08, 2024 IST

livehindustan

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇଥିବା ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ପୁନିଆଙ୍କୁ ଜୀବନରେ ମାରି ଦେବାକୁ ମିଳିଛି ଧମକ  ରେସଲରଙ୍କୁ ହ୍ଵାଟ୍ସଆପ୍‌ରେ ହତ୍ୟା ଧମକ ଦିଆଯାଇଛି। ଧମକ ମିଳିବା ପରେ ରେସଲର ବଜରଙ୍ଗ ପୁନିଆ ସୋନିପତର ବହାଲଗଢ ଥାନାରେ ଏତଲା ଦେଇଛନ୍ତି। ପୋଲିସ ବିଦେଶୀ ନମ୍ବରକୁ ଟ୍ରେସ୍ କରିବାକୁ ଉଦ୍ୟମ ଚଳାଇଛି। ଏଥିରେ ସାଇବର କ୍ରାଇମ ଏକ୍ସପର୍ଟଙ୍କ ସହାୟତା ମଧ୍ୟ ନିଆଯାଉଛି।

ଏକ ବିଦେଶୀ ଫୋନ ନମ୍ବରରୁ ଆସିଥିବା ମେସେଜରେ କୁହାଯାଇଛି ଯେ, ବଜରଙ୍ଗ କଂଗ୍ରେସ ଛାଡ଼ି ଦିଅ ନଚେତ୍ ତୋର ଏବଂ ତୋ ପରିବାର ପାଇଁ କିଛି ଠିକ୍ ହେବନି। ଏହା ଆମର ଶେଷ ସନ୍ଦେଶ। ନିର୍ବାଚନ ପୂର୍ବରୁ ଦେଖାଇ ଦେବୁ ଆମେ କଣ ? ଯେଉଁଠି ଅଭିଯୋଗ କରିବା କଥା କରି ନିଅନ୍ତୁ, ଏହା ଆମର ଶେଷ ଓ ପ୍ରଥମ ଚେତାବନୀ। 

Also read: ବଜରଙ୍ଗ ଓ ଭିନେଶଙ୍କ ବିରୋଧରେ କୌଣସି ମନ୍ତବ୍ୟ ଦେବାକୁ ବ୍ରିଜ ଭୂଷଣଙ୍କୁ ମନା କଲା ବିଜେପି

ଦୁଇ ଦିନ ପୂର୍ବେ ପହିଲମାନ ବଜରଙ୍ଗ ପୁନିଆ ଓ ଭିନେଶ ଫୋଗାଟ୍ କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସ ବଜରଙ୍ଗଙ୍କୁ କଂଗ୍ରେସ କୃଷକ ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ପଦରେ ନିଯୁକ୍ତ କରିଛି। ପୁନିଆ କଂଗ୍ରେସରେ ସାମିଲ ହେବା ପୂର୍ବରୁ ରେଲଓ୍ଵେ ଚାକିରିରୁ ଇସ୍ତଫା ଦେଇଥିଲେ। କଂଗ୍ରେସରେ ଯୋଗ ଦେବା ପରେ ସେ ବିଜେପିକୁ ଶାଣିତ ସ୍ଵରରେ ହମଲା କରିଥିଲେ। ସେ କହିଥିଲେ ଆମେ କଂଗ୍ରେସ ଓ ଦେଶକୁ ମଜବୁତ କରିବୁ। ରେସଲରଙ୍କ ସଂଘର୍ଷ ସମୟରେ ବିଜେପି ଆମ ସହ ଛିଡ଼ା ହୋଇ ନାହିଁ।

ଗତ ବର୍ଷ ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣା ଦେଇଥିବା ରେସଲର ଭିନେଶ ଫୋଗାଟ୍ ଓ ବଜରଙ୍ଗ ପୁନିଆ ସେହି ପହିଲମାନଙ୍କ ମଧ୍ୟରେ ସାମିଲ ଥିଲେ, ଯିଏ ଜୁନିୟର ମହିଳା ରେସଲରଙ୍କ ଯୌନ ଶୋଷଣ ପ୍ରତିବାଦରେ ଧାରଣା ଦେଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.