ମନେ ପଡନ୍ତି ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ, ଆଜି ଶ୍ରୋତା ଝୁରୁଛନ୍ତି ତାଙ୍କରି ଗୀତ

Published By : Prameya-News7 Bureau | October 12, 2024 IST

ଭୁବନେଶ୍ୱର ୧୨/୧୦: ଅକ୍ଷୟ ମହାନ୍ତି–କେବଳ ଜଣେ ବ୍ୟକ୍ତିର ନାଁ ନୁହେଁ, ଏକ ଇତିହାସ । ଓଡ଼ିଆ ଗୀତ ଓ ସଙ୍ଗୀତର ଏକ ଜୀବନ୍ତ ଇତିହାସ । ଜଣେ ଖାଣ୍ଟି କଟକିଆର ନାଁ ଅକ୍ଷୟ ମହାନ୍ତି। କଟକ ସହର, ସଙ୍ଗୀତ ଜଗତ ଏବଂ ଜଣାଶୁଣା ମହଲରେ ଖୋକା ଭାଇ ନାଁରେ ପରିଚିତ ଏବଂ ମରି ଅମର ହୋଇଥିବା ଜଣେ ଓଡ଼ିଆର ନାଁ। ଅକ୍ଷୟ ମହାନ୍ତି ଥିଲେ ଜଣେ ଗୀତିକାର, ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ, ଜଣେ ସାହିତ୍ୟିକ ଓ ସାହିତ୍ୟର ନିଦା ପାଠକ। ତାଙ୍କର ରଙ୍ଗ, ଢଙ୍ଗ, ସଙ୍ଗୀତ, ସଙ୍ଗତ ସବୁଥିଲା ସମ୍ପୂର୍ଣ୍ଣ ନିଆରା ।


ଅକ୍ଷୟ ମହାନ୍ତିଙ୍କ ଲୋକପ୍ରିୟ ଗୀତ ମଧ୍ୟରେ ଅଭୁଲା ଗୀତଟିଏ ହେଉଛି ‘ପୁଣ୍ୟର ନଦୀ ତିରେ ପାପର ତରୁ ଡାଳେ…’। କେବଳ ଏହି ଗୀତ ନୁହେଁ ‘ଚନ୍ଦ୍ର ମଲ୍ଲୀ ହସେ, ଚିତ୍ର ଲେଖା ଉଠେ’, ‘କଳଙ୍କିତ ଏଇ ନାୟକ ଆଖିରୁ, ଲୁହ ବି ପଡ଼ିଲେ ଝରି’, ‘ଏ’ ଏ’ ଆଲୋ ଆଲୋ ମଣି’, ‘ମତେ ସାଇଲା ସାଇଲା ତୋ ନାକର ଗୁଣା’, ‘ଉଡ଼ି ଉଡ଼ି ଉଡ଼ି ଯାରେ ଗୁଡ଼ି’, ଯାଯାବର ମନମୋର’, ‘ସ୍ମୃତି ତୁମେ ପାଉଁଶ ତଳର ନିଆଁ’, ‘ନଦୀର ନାମ ଅଳସ କନ୍ୟା’, ‘ବୟସର କୃଷ୍ଣଚୂଡ଼ା ରଙ୍ଗ ତୁମ ମନ୍ଦ ନୁହେଁ’ ଏବଂ ଆହୁରି ଅନେକ ଗୀତ ଏବେ ବି ଜୀବନ ଏବେ ବି ଅଭୁଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.