ଭଦ୍ରକ: ମାଙ୍କଡକୁ ଶ୍ରଦ୍ଧାଞ୍ଜଳି। ଦୀର୍ଘଦିନ ଧରି ଗାଁରେ ଵୁଲୁଥିବା ମାଙ୍କଡ଼ଟିର ମୃତ୍ୟୁକୁ ନେଇ ଶୋକରେ ବୁଡିଛି ସାରା ଗାଁ। ଭଦ୍ରକ ସହରର ଏଲଖା ଠାରେ ଦେଖିବାକୁ ମିଳିଛି ଭାବବିହ୍ୱଳ ପରିସ୍ଥିତି। ଭଦ୍ରକ ସହରର ଏଲଖା ବିଦ୍ୟାଳୟ ହତା ଭିତରେ ହନୁ ମାଙ୍କଡ଼ଟି ଦୀର୍ଘଦିନ ଧରି ଆସୁଥିଲା।
ଗାଁରେ ଘରକୁ ଘରକୁ ବୁଲୁଥିଲା। ଗାଁ ଲୋକମାନେ ମଧ୍ୟ ଯାହା ଦେଉଥିଲେ ତାହା ଖାଉଥିଲା। ଗତକାଲି ସଂଧ୍ୟାରେ ହଠାତ ମାଙ୍କଡ଼ଟି ଶୋଇଛି। ଯେତେ ଡାକିଲେ ବି ଉଠୁ ନାହିଁ। ମାଙ୍କଡଟି ମରିଯାଇଥିବାର ଗାଁ ଲୋକେ ଜାଣିବାକୁ ପାଇଥିଲେ। ଗ୍ରାମବାସୀମାନେ ଏକତ୍ରିତ ହୋଇ ଘଣ୍ଟ, ଘଣ୍ଟା, ଘଣ୍ଟିରେ ଅନ୍ତେଷ୍ଟ୍ରି କ୍ରିୟା ସାରିଥିଲେ। ଗାଁରେ ଖେଳିଯାଇଥିଲା ଶୋକାକୁଳ ପରିବେଶ।