ନୂଆଦିଲ୍ଲୀ ୨୨/୨: ମେଡିକାଲ ସାଇନ୍ସରେ ଚମତ୍କାର । ପ୍ରଥମ ଥର ଆଜନ୍ମ ଦୃଷ୍ଟିବାଧିତ ଶିଶୁର ସଫଳ ଚିକିତ୍ସା । ଲଣ୍ଡନର ଏହି ଡାକ୍ତରୀ ଟିମ୍ର କମାଲକୁ ସବୁଠି ପ୍ରଶଂସା । ଆଜିର ସମୟରେ ମେଡିକାଲ ସାଇନ୍ସ ଅସମ୍ଭବକୁ ସମ୍ଭବ କରିପାରୁଛି । ମେଡିକାଲ ସାଇନ୍ସର ଆଉ ଏକ ବଡ ଉପଲବ୍ଧି ସାମ୍ନାକୁ ଆସିଛି । ଲଣ୍ଡନର ଡାକ୍ତରୀ ଟିମ୍ ପ୍ରଥମ ଥର ଜନ୍ମଜାତ ଅନ୍ଧତ୍ବର ସଫଳ ଚିକିତ୍ସା କରାଇପାରିଛନ୍ତି ।ଫଳରେ ଜନ୍ମରୁ ଦେଖିପାରୁନଥିବା ଶିଶୁ ଏବେ ଦୃଷ୍ଟି ଶକ୍ତି ପାଇପାରିଛି । ଏହି ସଫଳତା ଏକ ଦୁର୍ଲଭ ଜେନେଟିକ ବେମାରୀ ଲେବର କଞ୍ଜେନିଟଲ ଏମାଉରୋସିସ(LCA) ଚିକିତ୍ସାରେ ମିଳିପାରିଛି । ଆଖିରେ AIPL1 ଜିନ୍ର ଗଡବଡି କାରଣରୁ ଦୃଷ୍ଟିବାଧିତ ହୋଇ ଜନ୍ମ ହୋଇଥାନ୍ତି ଶିଶୁ । ଲଣ୍ଡନର ଏହି ବିଶେଷଜ୍ଞ ଟିମ୍ ପ୍ରଥମେ ଏହି ଚିକିତ୍ସା ପାଇଁ ୪ ଜଣ ପିଲାଙ୍କୁ ଚୟନ କରିଥିଲେ । ଯେଉଁମାନଙ୍କର ବୟସ ୧ରୁ ୨ ବର୍ଷ ହୋଇଥିବ । ଏହି ୪ ପିଲା ଆମେରିକା,ତୁର୍କି ଓ ଟ୍ୟୁନିସିଆରୁ ଆସିଥିଲେ । ଡାକ୍ତରୀ ଟିମ୍ ଏକ ସର୍ଜରି ଜରିଆରେ ୬୦ ମିନିଟ୍ରେ ଶିଶୁର ରେଟିନାରେ AIPL1 ଜିନ୍ ଇଞ୍ଜେକ୍ଟ କରିଥିଲେ। ଚିକିତ୍ସା ପରେ ଦେଖାଦେଇଥିଲା ଚମତ୍କାର । ୪ ଜଣ ଶିଶୁଙ୍କର ଦୃଷ୍ଟି ଶକ୍ତିରେ ଅନେକ ସୁଧାର ଦେଖିବାକୁ ମିଳିଥିଲା । ସେମାନେ ଏବେ ଯେକୌଣସି ଜିନିଷକୁ ଚିହ୍ନି ପାରୁଥିଲେ। ଖେଳନା ଦେଖିବା ସହ ଧରି ପାରୁଥିଲେ । ପିତାମାତାଙ୍କୁ ଚିହ୍ନି ପାରୁଥିଲେ । ଏଥି ସହ କିଛି ପଢିବାକୁ ଓ ଲେଖିବାକୁ ସକ୍ଷମ ହୋଇପାରୁଥିଲେ।
ମୁରଫିଲ୍ଡ ଆଇ ହସ୍ପିଟାଲର ଡାକ୍ତର ପ୍ରଫେସର ମିସେଲ ମାଇକାଇଲ୍ଡସ କହିଛନ୍ତି ଏହି ଚିକିତ୍ସା ବହୁତ ପ୍ରଭାବଶାଳୀ ଅଟେ । ଆଉ ଜଣାଇ ଦେଉଛି କି ଜିନ୍ ଥେରାପି ମଧ୍ୟ ଜୀବନ ବଦଳାଇପାରେ । ଏହା ପିଲାଦିନରୁ ହେଉଥିବା ସବୁଠାରୁ ଗମ୍ଭୀର ରୋଗ ପାଇଁ ଏକ ପ୍ରଭାବୀ ଉପଚାର ହୋଇପାରିବ । ଏହି ଚିକିତ୍ସା ଦ୍ବାରା ଶିଶୁମାନଙ୍କର ଦୃଷ୍ଟିଶକ୍ତିରେ ଏତେ ସୁଧାର ଆସିଲା କି ଛୋଟ ଜିନିଷକୁ ଉଠାଇ ପାରିଲେ ଓ ଦୁରରୁ ଖେଳନାକୁ ଚିହ୍ନି ପାରିଲେ । ଯାହା ଜନ୍ମରୁ ଦେଖିପାରୁନଥିବା ପିଲାଙ୍କ ପାଇଁ ଏକ ବରଦାନ ସଦୃଶ୍ୟ ।
ଏହି ସଫଳତା ପରେ ଆହୁରି ୭ ଜଣ ପିଲାଙ୍କର ଆଖି ଅପରେସନ କରାଯାଇଛି । ଏହି ଚିକିତ୍ସା ପଦ୍ଧତିକୁ ବ୍ରିଟେନର ମେଡିକାଲ ଓ ହେଲ୍ଠକେୟାର ରେଗୁଲେଟରୀ ଏଜେନ୍ସିରୁ ଲାଇସେନ୍ସ ମିଳିସାରିଛି । ଏହାକୁ ଜିନ ଥେରାପି କଂପାନୀ MeiraGTx ସମର୍ଥନ ଦେଇଛି ।