ଆକ୍ସନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ; ଦାୟିତ୍ବରୁ ହଟିଲେ ସେନାର ଟପ୍ ମିଲିଟାରୀ ଜେନେରାଲ୍

Published By : Prameya-News7 Bureau | February 22, 2025 IST

ନୂଆଦିଲ୍ଲୀ: ଆମେରିକାରେ ଟ୍ରମ୍ପ ଆକ୍ସନ ଜାରି । ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି ଆମେରିକା ରାଷ୍ଟ୍ରପତି । ଶୁକ୍ରବାର ପେଣ୍ଟାଗନର ଟପ୍ ମିଳିଟାଲୀ ଜେନେରାଲଙ୍କୁ ବହିଷ୍କାର କରିଛନ୍ତି । ଜଏଣ୍ଟ୍ ଚିପ୍ ଚେୟାରମ୍ୟାନ୍ ଜେନେରାଲ ଚାର୍ଲ୍ସ କ୍ୟୁ ବ୍ରାଉନ ଜୁନିୟରଙ୍କୁ ପଦରୁ ବରଖସ୍ତ କରିଛନ୍ତ । ଆମେରିକା ଇତିହାସରେ ଏହା ପ୍ରଥମ ଥର ହୋଇଛି, କୌଣସି ସରକାର ବଦଳିବା ପରେ ଦେଶ ବରିଷ୍ଠ ସୈନ୍ୟ ଅଧିକାରୀଙ୍କୁ ଚାକିରିରୁ ବାହାର କରାଯାଇଛି ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟପ୍ ସେନା ଅଧିକାରୀ ସି.କ୍ୟୁ. ବ୍ରାଉନଙ୍କୁ ପଦରୁ ହଟାଇବା ନେଇ ଘୋଷଣା କରି କହିଛନ୍ତି, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଡୈନ କୈନ ଏବେ ତାଙ୍କ ସ୍ଥାନ ନେବେ । ଆଗାମୀ ଦିନରେ ସେନାରେ ମଧ୍ୟ ବଡ଼ ପରିବର୍ତ୍ତନ ହେବ ବୋଲି ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଛନ୍ତି । ଏନେଇ ସେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ଏକ ପୋଷ୍ଟ ଲେଖି ସେୟାର କରିଛନ୍ତି । ଏଥିରେ ଜଏଣ୍ଟ୍ ଚିପ୍ ଚେୟାରମ୍ୟାନ୍ ଜେନେରାଲ ଚାର୍ଲ୍ସ କ୍ୟୁ ବ୍ରାଉନଙ୍କୁ ଦେଶ ସେବା ପାଇଁ ଧନ୍ୟବାଦ ଦେଇଛନ୍ତି । ଜେନେରାଲ୍ ସିକ୍ୟୁ ବ୍ରାଉନ ୪୦ ବର୍ଷରୁ ଅଧିକ ସମୟ ଧରି ଆମେରିକାର ପ୍ରତିରକ୍ଷା ବିଭାଗରେ ସାମିଲ୍ ହୋଇ ଦେଶ ସେବା କରିଛନ୍ତି । ସେ ସଂଞ୍ଜୁକ୍ତ ଚିଫ୍ ଅଫ୍ ଷ୍ଟାଫ୍ ଅଧ୍ୟକ୍ଷ ଦାୟିତ୍ବ ତୁଲାଇଛନ୍ତି । ତାଙ୍କ ପରିବାରର ଉଜ୍ଜଳ କାମନା କରି ଧନ୍ୟବାଦ ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ....    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.