ବେଜିଂ ୨୨/୦୨: ଚୀନରେ ନୂଆ ପ୍ରଜାତିର କରୋନା ଭୂତାଣୁ ଚିହ୍ନଟ। ଏହି ନୂଆ ଭୂତାଣୁ କୋଭିଡ-୧୯ ଭଳି ମଣିଷକୁ ସଂକ୍ରମଣ କରିବାର ଆଶଙ୍କା ଦେଖାଦେଇଛି। ଆଉ ଚାଇନାର ନୂଆ ଭାଇରସ ଚିହ୍ନଟ ପରେ ବିଶ୍ବର ବିଭିନ୍ନ ରାଷ୍ଟ୍ର ମାନଙ୍କ ମଧ୍ୟରେ ପଶିଛି ଛନକା । ତେବେ ଏହି ଭୁତାଣୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମଣିଷ ଠାରେ ଠାବ କରାଯାଇନାହିଁ। ଏହି ନୂଆ ଭୁତାଣୁର ନାଁ ଏଚକେୟୁ-୫ କୋଭ୍-୨ ।
ଚାଇନାର ୱୁହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ଅନୁସନ୍ଧାନକାରୀମାନେ ଏହି ନୂଆ ଭୁତାଣୁକୁ ଠାବ କରିଛନ୍ତି। ଏହି ନୂଆ ଭୁତାଣୁ ଆଗକୁ ମାନବ ସ୍ୱାସ୍ଥ୍ୟ ପାଇଁ ଏକ ନୂଆ ବିପଦ ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକ ମାନେ ଆଶଙ୍କା କରିଛନ୍ତି। ସାଉଥ ଚାଇନା ମର୍ନିଂ ପୋଷ୍ଟ ଅନୁଯାୟୀ, ଶି ଜେଙ୍ଗଲି ଏହି ଭୂତାଣୁ ଅଧ୍ୟୟନ କରୁଥିବା ଦଳର ନେତୃତ୍ୱ ନେଇଛନ୍ତି ।
also read...
ପ୍ରଥମେ କରୋନା ଏବେ HMPV, ଚୀନ୍ କ’ଣ ଭାଇରସଙ୍କ ଘର ? ଏ କାହାଣୀ ୧୫୦୦ ବର୍ଷର...
ଏହି ଦଳରେ ଗୁଆଙ୍ଗୋ ଲାବୋରେଟୋରୀ, ଗୁଆଙ୍ଗଜୋ ଏକାଡେମୀ ଅଫ୍ ସାଇନ୍ସ, ୱୁହାନ୍ ୟୁନିଭରସିଟି ଏବଂ ୱୁହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ବୈଜ୍ଞାନିକମାନେ ସାମିଲ ରହିଛନ୍ତି। ଅନୁସନ୍ଧାନରୁ ଜଣାପଡିଛି ଯେ ନୂତନ ଭୂତାଣୁ କରୋନା ପରି ମାନବ କୋଷକୁ ସଂକ୍ରମିତ କରିପାରେ। ଏହା କେବଳ ବ୍ୟାଟ୍ସ ନୁହେଁ ମଣିଷ ସମେତ ଅନେକ ପ୍ରାଣୀ ଉପରେ ମଧ୍ୟ ପ୍ରଭାବ ପକାଇପାରେ ବୋଲି ଆଶଙ୍କା କରିଛନ୍ତି ଏହା ଉପରେ ଅଧ୍ୟୟନ କରୁଥିବା ବୈଜ୍ଞାନିକ।