ନୂଆଦିଲ୍ଲୀ: ମଙ୍ଗଳବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚ୍କୁ ଲକ୍ଷ୍ନୌ ୪ ରନ୍ରେ ଜିତି ନେଇଛି । ତେବେ ଏହି ମ୍ୟାଚ୍ରେ ଶାର୍ଦୁଲ ଠାକରଙ୍କ ବୋଲିଂକୁ ନେଇ ସୋସିଆଲ୍ ମିଡିଆରେ ବିଭିନ୍ନ ପ୍ରକାର ମତ ପ୍ରକାଶ କରାଯାଉଛି । ଶାର୍ଦୁଲ ଠାକୁର ଗୋଟିଏ ଓଭରରେ ଲଗାତାର ୫ଟି ୱାଇଡ୍ ବଲ୍ ପକାଇଥିଲେ, ଯାହାକୁ ନେଇ ସୋସିଆଲ୍ ମିଡିଆରେ ୟୁଜର୍ସ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।
5 consecutive wides by shardul thakur 😳 what's going on? #kkrvslsg pic.twitter.com/BMb0v4UTBv
— Naman🏴 (@kingisfurious) April 8, 2025
ମ୍ୟାଚ୍ର ଦ୍ୱିତୀୟ ଇନିଂସର ୧୩ତମ ଓଭର ପକାଇବାକୁ ଆସିଥିଲେ ଶାର୍ଦୁଲ ଠାକୁର । ଏହି ଓଭରରେ ସେ ୧୧ଟି ବଲ୍ ପକାଇଥିଲେ । ପ୍ରଥମ ଠିକ୍ ବଲ୍ ପକାଇବା ପୂର୍ବରୁ ସେ ଲଗାତାର ପାଞ୍ଚଟି ବଲ୍ ୱାଇଡ୍ ପକାଇଥିଲେ । ଆଇପିଏଲ୍ ୨୦୨୫ରେ ନିଜ ଟିମ୍ ପାଇଁ ଭଲ ପ୍ରଦର୍ଶନ କରୁଥିବା ଶାର୍ଦୁଲଙ୍କ ଦ୍ୱାରା ଲଗାତାର ୫ ୱାଇଡ୍ ପକାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ଓଭରର ୧୧ତମ ବଲରେ ସେ କେକେଆର୍ କ୍ୟାପ୍ଟେନ ଅଜିଙ୍କ୍ୟା ରାହାଣେଙ୍କୁ ଆଉଟ୍ କରିବାରେ ସଫଳ ହୋଇଥିଲେ ।
Lord Shardul just bowled five consecutive wide balls.
— Darshan Rana (@thtliverpoolguy) April 8, 2025
FIGHT CONSECUTIVE WIDE.
YES, YOU READ THAT RIGHT.
ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ୨୩୮ ରନର ବିଶାଳ ସ୍କୋର କରିଥିଲା । ଟିମ୍ ପାଇଁ ନିକୋଲାସ୍ ପୁରନ୍ ସର୍ବାଧିକ ୮୭ ରନ୍ ଓ ମିଚେଲ୍ ମାର୍ଶ ୮୧ ରନ୍ କରିଥିଲେ । ଜବାବରେ କୋଲକାତା ନାଇଟ୍ ରାଇଡର୍ସ ୨୩୪ ରନ୍ କରିବାରେ ସକ୍ଷମ ହେଲା । ଗୋଟିଏ ସମୟରେ କୋଲକାତା ମ୍ୟାଚ୍ ବିଜୟୀ ହେବା ସ୍ଥିତିରେ ପହଞ୍ଚିଥିଲା, କିନ୍ତୁ ଲୋୟର ବ୍ୟାଟରଙ୍କ ଖରାପ ପ୍ରଦର୍ଶନ ଯୋଗୁ ମ୍ୟାଚ୍ ହାରିବାକୁ ପଡ଼ିଥିଲା ।