ହାର୍ଦ୍ଦିକ, ନାରିନ, ରସେଲଙ୍କ ପରେ ସ୍କାନରରେ ପରାଗ, IPLରେ ବ୍ୟାଟ୍ ଚେକିଂ ନେଇ ଚର୍ଚ୍ଚା

Published By : Prameya-News7 Bureau | April 17, 2025 IST

ମୁମ୍ୱାଇ ୧୭/୦୪: ରୋମାଞ୍ଚକର ହେଉଛି ଆଇପିଏଲ୍ ୨୦୨୫ । ମ୍ୟାଚ୍‌ରେ ଦିନକୁ ଦିନ ନୂଆ ନିୟମ ଦେଖିବାକୁ ମିଳୁଛି । ସେ ବଲ୍ ଚେଞ୍ଜ ହେଉ ଆଉଟ୍ ସିଷ୍ଟମ । ତେବେ ଆଶ୍ଚର୍ଯ୍ୟର କଥା ଏଇ କିଛିଦିନ ହେବ ନଜର ଆସିଛି ନୂଆ ନିୟମ । ଆଉ ସେହି ନିୟମଟି କ'ଣ ଆପଣ ଜାଣିଛନ୍ତି କି? ଯଦି ଜାଣିନାହାଁନ୍ତି ଆସନ୍ତୁ ଜାଣିବା । ମ୍ୟାଚ ଅଧାରେ ହଠାତ୍ ଅମ୍ପାୟାର ଆସୁଛନ୍ତି, ଆଉ ବ୍ୟାଟରଙ୍କ ବ୍ୟାଟ୍ ଚେକ୍ କରୁଛନ୍ତି । ପ୍ରତିଟି ମ୍ୟାଚ୍ ପୂର୍ବରୁ ସବୁ ବ୍ୟାଟରଙ୍କ ବ୍ୟାଟ୍ ଚେକ୍ କରିବା ବାଧ୍ୟତାମୂଳକ ହୋଇଛି । 

ଆଉ ଯଦି ରୁଲ୍ ଅନୁଯାୟୀ ସେମିତି ନଥିଲେ ବଦଳାଇବାକୁ ପଡୁଛି ବ୍ୟାଟ୍ । ଅନେକ ମ୍ୟାଚ୍‌ରେ ନଜର ଏମିତି ଅନେକ ଘଟଣା । ଗତ କିଛିଦିନ ତଳେ ଅମ୍ପାୟାରଙ୍କ ପ୍ରଥମ ଟାର୍ଗେଟ ଥିଲେ ମୁମ୍ୱାଇ ଇଣ୍ଡିଆନ୍ସର କ୍ୟାପ୍‌ଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା । ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳା ଯାଉଥିବା ମ୍ୟାଚ ଅଧାରେ ଏଭଳି ଘଟଣା ଘଟିଥିଲା। ହାର୍ଦ୍ଦିକଙ୍କ ବ୍ୟାଟ ନେଇ ଏହାକୁ ଏକ ବ୍ୟାଟ ଗଜ ସେପର ଭର୍ତ୍ତି କରିଥିଲେ। ଆଉ ଅମ୍ପାୟାର ଚେକ କରିବା ପରେ ହାର୍ଦ୍ଦିକଙ୍କୁ ବ୍ୟାଟିଂ ପାଇଁ ଅନୁମତି ମିଳିଥିଲା। 

ଏହା ପରେ ଆରସିବିର ଜଣେ ବ୍ୟାଟରଙ୍କ ବି ହୋଇଥିଲା ବ୍ୟାଟ୍ ଚେକିଂ । ତେବେ ଆଶ୍ଚର୍ଯ୍ୟର କଥା ନିକଟରେ କେକେଆର ଓ ପଞ୍ଜାବ ମଧ୍ୟରେ ହୋଇଥିଲା ଜବରଦସ୍ତ ମୁକାବିଲା । ପଞ୍ଜାବ ବିପକ୍ଷ ବ୍ୟାଟିଂରେ କୋଲକାତାର ଦୁଇ ଅଭିଜ୍ଞ ବ୍ୟାଟର ଫେଲ୍ ମାରିଥିଲେ । ସୁନୀଲ ନାରିନ ଓ ରଘୁବଂଶୀଙ୍କ ସହ ଅନ୍ୟ ଜଣେ ବ୍ୟାଟରଙ୍କ ବ୍ୟାଟ୍ ଚେକ୍ ହୋଇଥିଲା । ତେବେ ଫ୍ୟାକ୍ଟ ଚେକ୍‌ରେ ଫେଲ ମାରିଥିଲେ ନାରିନ ଓ ରସେଲ୍ । 

ସେହିଭଳି ବୁଧବାର ଥିଲା ରୟାଲ୍ସ ଓ ଦିଲ୍ଲୀ ମୁକାବିଲା । ତେବେ ହେବିଓ୍ୱେଟ୍ ମ୍ୟାଚ୍‌ରେ ନଜର ଆସିଥିଲା ବରାବର ଟକ୍କର । 

କେହି କେହି କାହାକୁ ଫୁରସତ ଦେଇନଥିଲେ । ତେବେ ସୁପର ଓଭର ଜରିଆରେ ମ୍ୟାଚ୍ ଛଡାଇନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ହେଲେ ଏହି ସୁପର ଓଭରରେ ପ୍ରତି ବ୍ୟାଟର ଆସିଥିଲେ ସ୍କାନରକୁ । ଜଣ ଜଣ କରି ସବୁ ବ୍ୟାଟରଙ୍କ ବ୍ୟାଟ୍ ଚେକ୍ କରିଥିଲେ ଅମ୍ପାୟାର । ତେବେ ପରାଗ ଏହି ଚେକ୍‌ରେ ଫେଲ୍ ହୋଇଥିଲେ । କିଛି ସମୟ ପାଇଁ ଅମ୍ପାୟାର ଓ ପରାଗଙ୍କ ମଧ୍ୟରେ ହୋଇଥିଲା କଥା କଟାକଟି । ଯାହାର ଭିଡିଓ ବି ଭାଇରାଲ ହୋଇଥିଲା । 

ସୂଚନା ଥାଉକି, ଆଇପିଏଲ୍ ପୂର୍ବରୁ ବିସିସିଆଇ ପକ୍ଷରୁ ଏକ ନୂତନ ନିୟମ ଅଣାଯାଇଛି । ତେଣୁ ବ୍ୟାଟରଙ୍କୁ ମିଳୁଥି‍ବା ଏଭଳି ଫାଇଦାକୁ ହ୍ରାସ କରିବା ପାଇଁ ବିସିସିଆଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଘଟଣା ପରଠାରୁ ବ୍ୟାଟର ଆକାର କିଭଳି ରହିବ। ଏହାର ମୋଟେଇ ଓ ଆୟତନକୁ ନେଇ ମଧ୍ୟ ସ୍ପଷ୍ଟ ଗାଇଡଲାଇନ ଆସିଥିଲା। ତେବେ ମଝିରେ ମଝିରେ ବ୍ୟାଟର ମାନେ ବଡ ସ୍କୋର କରିବା ପାଇଁ ବ୍ୟାଟର ଆକାରକୁ ପରିବର୍ତ୍ତନ କରିଥାନ୍ତି। ଏଭଳି ଘଟଣା ନହେବା ପାଇଁ ଅମ୍ପାୟାରଙ୍କୁ ବିସିସିଆଇ ପକ୍ଷରୁ ସୂଚିତ କରାଯାଇଛି। ଏହା ସହିତ ଡଗଆଉଟ ଓ ଡ୍ରେସିଂ ରୁମକୁ ଯାଇ ଅମ୍ପାୟର ମାନେ ଖେଳାଳିଙ୍କ ବ୍ୟାଟ ଆଣି ପରୀକ୍ଷଣ କରିବେ। 

ପରୀକ୍ଷଣ ପରେ ଖେଳାଳିଙ୍କୁ ତାଙ୍କ ବ୍ୟାଟ ଫେରସ୍ତ କରାଯିବ। ଆଇସିସିର ନିୟମ ଅନୁସାରେ ବ୍ୟାଟ ଗୁଡିକର ସର୍ବାଧିକ ଚଉଡା ୪.୨୫ ଇଞ୍ଚ(୧୦.୭୯ ସେମି) ଓ ମୋଟେଇ ୨.୬୪ ଇଞ୍ଚ(୬.୭ ସେମି) ରହିବ। ସେହିପରି ହ୍ୟାଣ୍ଡେଲରୁ ବେସ ପର୍ଯ୍ୟନ୍ତ ଉଚ୍ଚତା ୩୮ ଇଞ୍ଚ (୯୬.୪ ସେମି) ରହି ପାରିବ। ପୂର୍ବରୁ ଅନେକ ସମୟରେ ବଲର ଆକାର ଓ ଆକୃତି ସଠିକ ରହିଛି କି ନାହିଁ ତାହା ସମାନ ଉପାୟରେ ପରୀକ୍ଷା କରାଯାଉଥିଲା।


  • IPL 2025
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.