ମାତିଲା ପାଗଳ ବିଲୁଆ, ଭୟରେ ଦିନରେ ପଡ଼ୁଛି ତାଟି କବାଟ

Published By : Prameya-News7 Bureau | September 18, 2024 IST

କୋଣାର୍କ ୧୮।୯: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ବଙ୍କୁରୀ ଏବଂ ବନ୍ଦାରୀ ଗ୍ରାମରେ ପାଗଳ ବିଲୁଆ ଆତଙ୍କ । ଗ୍ରାମବାସୀଙ୍କ ଆଖିରୁ ନିଜ ହଜାଇ ଦେଇଛି ପାଗଳ ବିଲୁଆ । ଦୁଇ ଦିନରେ ବିଲୁଆ କାମୁଡାରେ ୧୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି । ବିଲୁଆ ଭୟରେ ବଙ୍କୁରୀ ଏବଂ ବନ୍ଦାରୀ ଗ୍ରାମରେ ଦିନରେ ବି ତାଟି କବାଟ ପଡ଼ି ଯାଉଛି । ସ୍କୁଲ ଓ କଲେଜ  ଛାତ୍ରଛାତ୍ରୀ ମାନେ ଭୟରେ ବାହାରକୁ ବାହାରୁ ନାହାନ୍ତି । ବିଲୁଆଟି ଘରେ ପଶି ଲୋକ ମାନଙ୍କୁ କାମୁଡୁଛି । ଦୁଇ ଗ୍ରାମର ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ବନ ବିଭାଗ ତୁରନ୍ତ ଏହି ବିଲୁଆକୁ କାବୁ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ନଚେତ ବିଲୁଆ କାମୁଡାରେ ଲୋକେ ଆହତ ହେବା ସହ ଗୃହପାଳିତ ପଶୁମାନେ ମଧ୍ୟ ବିଲୁଆ କାମୁଡ଼ାରେ ଜଳ୍ବାନ୍ତକ ରୋଗର ଶିକାର ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଆହତ ଅବସ୍ଥାରେ ଥିବା ଲୋକଙ୍କୁ ନିକଟସ୍ଥ ବାଙ୍ଗୁରୀଙ୍ଗା ମେଡିକାଲରେ ଭର୍ତ୍ତି କରଯାଇଛି ।

You Can Read:

ଲଗାଣ ବର୍ଷାରେ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି, ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.