ଟାଇଗର ଷ୍ଟେଟ୍ ମାନ୍ୟତା ବଜାୟ ରଖିଲା ମଧ୍ୟ ପ୍ରଦେଶ, ୭୮୫ ବାଘ ସହ ପ୍ରଥମ ସ୍ଥାନରେ, କର୍ଣ୍ଣାଟକରେ ୫୬୩ ବାଘ

Published By : Prameya-News7 Bureau | July 29, 2023 IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟରେ ଥିବା ବାଘଙ୍କ ସଂଖ୍ୟା ଜାରି କରିଛନ୍ତି । ମଧ୍ୟ ପ୍ରଦେଶ ୭୮୫ ବାଘଙ୍କ ସହ ପ୍ରଥମ ସ୍ଥାନରେ ରହିଛି । ଲାଗାତାର ଦ୍ୱିତୀୟ ଥର ପାଇଁ ମଧ୍ୟ ପ୍ରଦେଶ ନିଜର ଟାଇଗର ଷ୍ଟେଟ୍ ମାନ୍ୟତାକୁ ବଜାୟ ରଖିଛି । ଦ୍ୱିତୀୟ ସ୍ଥାନରେ କର୍ଣ୍ଣାଟକ ରହିଛି, ଏଠାରେ ୫୬୩ ବାଘ ଅଛନ୍ତି । ଉତ୍ତରାଖଣ୍ଡରେ ୫୬୦ ଏବଂ ମହାରାଷ୍ଟ୍ରରେ ୪୪୪ ବାଘ ଅଛନ୍ତି ।

ପଢନ୍ତୁ: ଦେଶର ବ୍ୟାଘ୍ର ଅଭୟାରଣ୍ୟମାନଙ୍କରେ ବାଘଙ୍କ ଲାଗି ରହିଛି ବିପଦ, WCCB ଜାରି କଲେ ରେଡ ଆଲର୍ଟ

ଉତ୍ତରାଖଣ୍ଡର ଜିମ୍ କାର୍ବେଟ୍ ଟାଇଗର ରିଜର୍ଭରେ ବିଶ୍ୱ ବାଘ ଦିବସ ଆୟୋଜନ କରାଯାଇଥିଲା । ଏହି ଅବସରରେ କେନ୍ଦ୍ର ଜଙ୍ଗଲ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ବିସ୍ତୃତ ରିପୋର୍ଟ ଜାରି କରିଛନ୍ତି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀଙ୍କ ସହ କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ମଧ୍ୟ ଉପସ୍ଥିତ ରହିଥିଲେ । କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ମଧ୍ୟ ଟ୍ୱିଟ୍ କରି ମଧ୍ୟ ପ୍ରଦେଶକୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି, 'ମଧ୍ୟ ପ୍ରଦେଶକୁ ଶୁଭେଚ୍ଛା' । ସଦ୍ୟ ବାଘ ଗଣନା ଡାଟାରେ ୭୮୫ ବାଘ ସହ ମଧ୍ୟ ପ୍ରଦେଶ ସବୁଠୁ ଅଧିକ ବାଘ ଥିବା ରାଜ୍ୟ ହୋଇଛି । ଏହା ମଧ୍ୟ ପ୍ରଦେଶର ବାଘ ସଂରକ୍ଷଣ ପାଇଁ ପ୍ରତିବଦ୍ଧତାକୁ ଦର୍ଶାଉଛି । ସ୍ଥାନୀୟ ସମୁଦାୟର ସହଭାଗିତାର ସହ ସଂରକ୍ଷଣ ଏବଂ ନିରୀକ୍ଷଣରୁ ଏହା ସମ୍ଭବ ହୋଇପାରିଛି ।

wp:html /wp:html

୨୦୨୩ ଏପ୍ରିଲ ୯ରେ ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂର୍ତ୍ତି ଅବସରରେ ମହୀଶୁରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ଅତି କମରେ ୩୧୬୭ ବାଘ ଥିବା ନେଇ ଘୋଷଣା କରିଥିଲେ । ସେହି ସମୟରେ ଏହି ଡାଟା କେବଳ କ୍ୟାମେରା ଟ୍ରାପଡ୍ ଅଞ୍ଚଳରୁ ଆସିଥିଲା । ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ କ୍ୟାମେରା ଟ୍ରାପଡ୍ ସହ ନନ-କ୍ୟାମେରା ଟ୍ରାପଡ ଅଞ୍ଚଳର ଡାଟାର ବିଶ୍ଲେଷଣ କରିଛି । ଏହା ଅନୁସାରେ ଦାବି କରାଯାଇଛି ଯେ ସର୍ବାଧିକ ୩୯୨୫ ବାଘ ଅଛନ୍ତି । ଏହି ଆଧାରରେ ହାରାହାରି ୩୬୮୨ ବାଘ ଥିବା ଦାବି କରାଯାଉଛି । ଏହା ପ୍ରତିବର୍ଷ ୬.୧ ପ୍ରତିଶତ ହାରରେ ବଢୁଥିବା ଦର୍ଶାଉଛି । ସିୱାଲିକ ହିଲ୍ସ ଏବଂ ଗଙ୍ଗା ବେସିନରେ ବାଘଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି । ତେବେ ପଶ୍ଚିମ ଘାଟରେ କିଛି ଅଞ୍ଚଳରେ ବାଘଙ୍କ ସଂଖ୍ୟାରେ ହ୍ରାସ ଘଟିଛି ।

Also Read: ବାଘଙ୍କୁ ସୁରକ୍ଷା ଦେଇ ବିଶ୍ୱ ଉପରେ ଉପକାର କରୁଛି ଭାରତ: ରିପୋର୍ଟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.