ମହାବିକାଶ ଆଘାଡ଼ିରେ ସିଟ୍ ସେୟାରିଂ ସହମତି; କଂଗ୍ରେସ-୧୦୫, ୟୁବିଟି-୯୫ ଏବଂ ଏନସିପି-୮୪ ଆସନରେ ଲଢ଼ିପାରନ୍ତି

Published By : Prameya-News7 Bureau | October 23, 2024 IST

ମୁମ୍ବାଇ,୨୩।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମହାବିକାଶ ଆଘାଡି ମଧ୍ୟରେ ବୁଝାମଣା ଚୂଡାନ୍ତ ହୋଇଛି । ରାଜ୍ୟର ମୋଟ୍ ୨୮୮ ଆସନ ମଧ୍ୟରୁ କଂଗ୍ରେସ ସର୍ବାଧିକ ୧୦୫-୧୧୦ ଆସନରେ ନିର୍ବାଚନ ଲଢ଼ିବ । ସେହିଭଳି ଅନ୍ୟ ଦୁଇ ସହଯୋଗୀ ଯଥା ଉଦ୍ଧବ ଠାକ୍‌ରେଙ୍କ ଶିବସେନା ୯୦-୯୫ ଏବଂ ଶରଦ ପାୱାରଙ୍କ ଏନ୍‌ସିପି ୭୫-୮୦ ଆସନରେ ପ୍ରାର୍ଥୀ ଦେବ ।

ସେହିଭଳି ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଓ ଅରବିନ୍ଦ କେଜ୍‌ରିୱାଲଙ୍କ ଆପ୍‌କୁ ୩-୬ ଆସନ ଦିଆଯାଇଛି । ସେହିଭଳି ମୁମ୍ବାଇର ୩୬ ବିଧାନସଭା ଆସନକୁ ନେଇ ମଧ୍ୟ ଏମ୍‌ଭିଏ ମଧ୍ୟରେ ବୁଝାମଣା ଚୂଡାନ୍ତ କରାଯାଇଛି । ସେଥିମଧ୍ୟରୁ ଶିବସେନା ୧୮, କଂଗ୍ରେସ ୧୪ ଓ ଏନ୍‌ସିପି ୨ଟି ଆସନରେ ପ୍ରାର୍ଥୀ ଦେବ । ଅନ୍ୟ ଦୁଇଟି ଆସନ ମଧ୍ୟରୁ ଗୋଟିଏ ସମାଜବାଦୀ ପାର୍ଟି ଓ ଅନ୍ୟଟି ଆପ୍ ପାଇଁ ଛଡାଯାଇଛି । କଂଗ୍ରେସ, ଶିବସେନାର ଇଦ୍ଧବ ଗୋଷ୍ଠୀ ଏବଂ ଏନ୍‌ସିପି କୁ ନେଇ ଏମ୍‌ଭିଏ ଗଠନ କରାଯାଇଛି । ବିରୋଧୀ ମେଣ୍ଟ ଏମ୍‌ଭିଏ ପକ୍ଷରୁ ଖୁବଶୀଘ୍ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି । ଇତିମଧ୍ୟରେ କଂଗ୍ରେସ ତାର ୬୩ ଆସନରେ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରିସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.