ସୀମା ପ୍ରସଙ୍ଗରେ ହୋଇଥିବା ସହମତିକୁ ସ୍ୱାଗତ... ଜିନ୍‌ପିଙ୍ଗ ସହ ଦ୍ୱିପାକ୍ଷିକ ବୈଠକରେ କହିଲେ ପିଏମ୍ ମୋଦୀ

Published By : Prameya-News7 Bureau | October 23, 2024 IST

ନୂଆଦିଲ୍ଲୀ: ରୁଷର କଜାନରେ ବ୍ରିକ୍ସ ସମିଟ୍ ବାହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦ୍ୱିପାକ୍ଷିକ ବୈଠକ କରିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଯାଏ ବୈଠକ ହୋଇଛି । ଏହି ବୈଠକ ପରେ ପିଏମ୍ ମୋଦୀ କହିଛନ୍ତି ଯେ ସୀମାରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଆମର ପ୍ରାଥମିକତା ରହିବା ଦରକାର । ୫ ବର୍ଷ ପରେ ଆମର (ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ) ସାକ୍ଷାତ ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପରସ୍ପର ଉପରେ ବିଶ୍ୱାସ, ପରସ୍ପରର ସହମତି ଏବଂ ପରସ୍ପର ପ୍ରତି ସମ୍ୱେଦନଶୀଳତା ଆମ କୂଟନୈନିକ ସମ୍ପର୍କର ମୂଳଦୂଆ ହେବା ଦରକାର । ବୈଠକରେ ସୀମା ବୁଝାମଣା ଉପରେ ସହମତିକୁ ପିଏମ୍ ମୋଦୀ ସ୍ୱାଗତ କରିଛନ୍ତି ।

ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟ ହୋଇଥିବା ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତ-ଚୀନ ସମ୍ପର୍କର ମହତ୍ୱକୁ ସ୍ୱୀକାର କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ପାଞ୍ଚ ବର୍ଷ ପରେ ଔପଚାରିକ ବୈଠକ କରିଛୁ । ଆମ ବିଶ୍ୱାସ ଭାରତ-ଚୀନ ସମ୍ପର୍କ କେବଳ ଆମ ଲୋକଙ୍କ ପାଇଁ ନୁହେଁ, ବରଂ ବୈଶ୍ୱିକ ଶାନ୍ତି, ସ୍ଥିରତା ଏବଂ ପ୍ରଗତି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ ।

ବୈଠକ ପରେ ଦୁଇ ନେତା ଭାରତ-ଚୀନ ସୀମାରେ ବିଶେଷ ପ୍ରତିନିଧି ସୀମା କ୍ଷେତ୍ରରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ତଦାରଖ କରିବା ଉପରେ ମହମତ ହୋଇଛନ୍ତି । ଏହାସହ ଏହି ପ୍ରସଙ୍ଗରେ ନିରପେକ୍ଷ, ସଠିକ୍ ଏବଂ ପାରସ୍ପାରିକ ରୂପେ ଗ୍ରହଣୀୟ ସମାଧାନ ବାହାର କରିବା ପାଇଁ ବୈଠକ କରିବେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.