କାଜନରେ ବ୍ରିକ୍ସ ଶିଖର ସମ୍ମିଳନୀ; ଗୋଟିଏ ଟେବୁଲରେ ବସି ଖାଇଲେ ପୁଟିନ, ମୋଦି ଏବଂ ଜିନପିଙ୍ଗ୍

Published By : Prameya-News7 Bureau | October 23, 2024 IST

ନୂଆଦିଲ୍ଲୀ: ଋଷ୍‌ର କାଜନ ସହରରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜିତ ହେଉଛି । ଏଥିରେ ଋଷ୍ ସମେତ ଭାରତ, ଦକ୍ଷିଣ ଆପ୍ରିକା, ଚୀନ ଏବଂ ବ୍ରାଜିଲ୍ ସାମିଲ୍ ହୋଇଛନ୍ତି ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାରଠୁ କାଜନରେ ପହଞ୍ଚିଚନ୍ତି । ସେଠାରେ ତାଙ୍କୁ ଭବ୍ୟ ସ୍ବଗତ କରାଯାଇଥିଲା ।  ଏହି ବୈଠକରେ ଏସିଆର ଦୁଇ ପ୍ରଭାବଶାଳୀ ଦେଶର ପ୍ରମୁଖ ନେତା ଦୀର୍ଘ ୫ ବର୍ଷ ପରେ ଗୋଟିଏ ଟେବୁଲରେ ବସି ପୌଚାରିକ ଆଲୋଚନା କରିବେ । ଏହା ପୂର୍ବରୁ ବ୍ରିକ୍ସ ଦେଶର ନେତାମନେ ଗୋଟିଏ ଟେବୁଲରେ ବସି ଡିନର କରିଛନ୍ତି ।  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ମଧ୍ୟରେ ଦ୍ବିପକ୍ଷୀକ ବୈଠକ ବସିବ । ମଧ୍ୟପ୍ରାଚ୍ୟ ଉତ୍ତେଜନା ଏବଂ ୟୁକ୍ରେନ-ଋଷ୍ ଯୁଦ୍ଧ ମଧ୍ୟରେ ହେବାକୁ ଥିବା ଏହି ମିଟିଂ ବେଶ୍ ଗୁରୁତ୍ବପୂର୍ଣ୍ଣ । ଆମେରିକା ସମେତ ବହୁ ୟୁରୋପୀୟ ଦେଶ ଏହା ଉପରେ ନଜର ରଖିଛନ୍ତି । ପିଏମ ମୋଦି ଏବଂ ସି. ଜିନପିଙ୍ଗ ଏହା ପୂର୍ବରୁ ୨୦୧୯ରେ ବ୍ରାଜିଲରେ ହୋଇଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ସାମ୍ନାସାମ୍ନି ହୋଇଥିଲେ । ପୂରା ୫ ବର୍ଷ ପରେ ଦୁଇ ଦେଶର ପ୍ରମୁଖ ନେତା ପୁଣି ଥରେ ସାକ୍ଷାତ କରିବାକୁ ଯାଉଛନ୍ତି । 

ଅନ୍ୟପଟେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗ ଏବଂ ଅନ୍ୟଦେଶରେ ପ୍ରମୁଖ ନେତା ମାନେ ଗୋଟିଏ ଟେବୁଲରେ ବସିଥିବାର ଫଟୋ ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ ସମସ୍ତ ନେତା ଗୋଟିଏ ଡିନର ଟେବୁଲରେ ବସି ଡିନର କରୁଥିବା ଫଟୋ ଦେଖିବାକୁ ମିଳିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.