ୱାୟନାଡ ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ପ୍ରିୟଙ୍କା ଗାନ୍ଧୀ, କହିଲେ-ରାଜନୀତିରେ ୩୫ ବର୍ଷର ଅନୁଭବ ଅଛି

Published By : Prameya-News7 Bureau | October 23, 2024 IST

ୱାୟନାଡ୍ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ୱାୟନାଡ୍ ଲୋକସଭା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ଆୟୋଜିକ ଏକ ଜନସଭାକୁ ସମ୍ୱୋଧିତ କରି ତାଙ୍କ ପାଖରେ ୩୫ ବର୍ଷର ଅନୁଭବ ଅଛି ବୋଲି କହିଛନ୍ତି । କଲପେଟ୍ଟାରେ ବିଶାଳ ସମାବେଶକୁ ସମ୍ୱୋଧନ କରି ପ୍ରିୟଙ୍କା କହିଛନ୍ତି ଯେ ୧୯୮୯ ମସିହାରେ ବାପା ରାଜୀବ ଗାନ୍ଧୀଙ୍କ ସହ ୧୭ ବର୍ଷ ବୟସରେ ପ୍ରଥମ ଥର ନିର୍ବାଚନ ପ୍ରଚାର ଅଭିଯାନରେ ସାମିଲ ହୋଇଥିଲେ । ତା ପରଠୁ ଗତ ୩୫ ବର୍ଷ ଧରି ମାଆ ସୋନିଆ ଗାନ୍ଧୀ, ଭାଇ ରାହୁଲ ଗାନ୍ଧୀ ଏବଂ ପାର୍ଟିର ଅନ୍ୟ ସହଯୋଗୀଙ୍କ ପ୍ରାଚର କରିଛି ।

ବିଜେପିର ୱାୟନାଡ୍ ଲୋକସଭା ପ୍ରାର୍ଥୀ ନାଭ୍ୟା ହରିଦାସଙ୍କ ବୟାନର ଗୋଟିଏ ପ୍ରିୟଙ୍କା ଏହି ବୟାନ ଦେଇଛନ୍ତି । ନାଭ୍ୟା କହିଥିଲେ ଯେ ଲୋକଙ୍କ ପ୍ରତିନିଧିତ୍ୱ କରିବାରେ ପ୍ରିୟଙ୍କା ତୁଳନାରେ ସେ ଅଧିକ ଅନୁଭବୀ । ପ୍ରିୟଙ୍କା ଗାନ୍ଧୀଙ୍କ ଭାଷଣ ବେଳେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏବଂ ପାର୍ଟିର ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

କଂଗ୍ରେସ ମହାସଚିବ ଏହା ମଧ୍ୟ କହିଛନ୍ତି ଯେ ୱାୟନାଡ୍ ଲୋକଙ୍କ ପ୍ରତିନିଧିତ୍ୱ ପାଇଁ ତାଙ୍କୁ ପ୍ରାର୍ଥୀ କରିଥିବାରୁ ସେ ସମ୍ମାନିତ ଅନୁଭବ କରୁଛନ୍ତି । ଜିଲ୍ଲାରେ ଭୂସ୍ଖଳନ ବେଳେ ଲୋକେ ଯେଭଳି ଭାବେ ସାହସ ଦେଖାଇଲେ ତାହା ମୋତେ ପ୍ରଭାବିତ କରିଛି । ୱାୟନାଡରେ ପ୍ରିୟଙ୍କା ଗାନ୍ଧୀଙ୍କ ବିପକ୍ଷରେ ବିଜେପିର ନାଭ୍ୟା ହରିଦାସ ଏବଂ ଏଲ୍‌ଡିଏଫ୍ ସତ୍ୟନ ମୋକେରୀଙ୍କୁ ପ୍ରାର୍ଥୀ କରିଛି । ୱାୟନାଡ ଉପରନିର୍ବାଚନ ପାଇଁ ନଭେମ୍ୱର ୧୩ ମତଦାନ ଏବଂ ନଭେମ୍ୱର ୨୩ରେ ଭୋଟ ଗଣତି ହେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.