ସଜାଗ ଓ ନିରାପଦ ରହି ବାତ୍ୟା ମୁକାବିଲାରେ ପ୍ରଶାସନକୁ ପୁରା ସହଯୋଗ ଦିଅନ୍ତୁ : ନବୀନ ପଟ୍ଟନାୟକ

Published By : Prameya-News7 Bureau | October 23, 2024 IST

ଭୁବନେଶ୍ୱର ୨୩।୧୦: ବାତ୍ୟା ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ, ବାତ୍ୟା ଆସୁଥିବା ଖବର ପାଇ ଆମେ ସମସ୍ତେ ଚିନ୍ତିତ । ପୂର୍ବରୁ ଆମେ ସମସ୍ତେ ମିଶି ସଫଳତା ସହ ଅନେକ ବାତ୍ୟାର ମୁକାବିଲା କରିଛେ । ଆମର ଏକ ବହୁତ effective disaster management policy ଅଛି । ତେଣୁ ଆପଣମାନଙ୍କୁ ମୋର ଅନୁରୋଧ ବାତ୍ୟା ପାଇଁ  ଆପଣ ମାନେ ଭୟଭୀତ  ହୁଅନ୍ତୁ ନାହିଁ । ସଜାଗ ରୁହନ୍ତୁ, ଜୀବନ ଅମୁଲ୍ୟ, ନିରାପଦ ରୁହନ୍ତୁ, ବାତ୍ୟା ମୁକାବିଲାରେ ପ୍ରଶାସନକୁ ପୁରା ସହଯୋଗ ଦିଅନ୍ତୁ ।

ସବୁ ନିର୍ବାଚିତ ପ୍ରତିନିଧି ମାନଙ୍କୁ ମୋର ଅନୁରୋଧ ଆପଣମାନେ ଏ ବିପଦ ସମୟରେ ଲୋକଙ୍କ ସହ ରୁହନ୍ତୁ । ଲୋକଙ୍କୁ ସାହାଯ୍ୟ କରନ୍ତୁ । ମୋର ଦୃଢ଼ ବିଶ୍ୱାସ, ଆମେ ସମସ୍ତେ ଏକାଠି ପୂର୍ବ ପରି ବାତ୍ୟା ଦାନାର ସଫଳ ମୁକାବିଲା କରିପାରିବା । 


You Can Read:

ବାତ୍ୟା ‘ଦାନା’ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ, ଜିରୋ କାଜୁଆଲିଟିକୁ ଦିଆଯାଉଛି ଗୁରୁତ୍ବ: ସ୍ବାସ୍ଥ୍ୟମନ୍ତ୍ରୀ

 

 

 

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.