କିଏ ଖାଇଥାଏ କୃଷ୍ଣସାର ମୃଗର ମାଂସ ? ଜାଣନ୍ତୁ ମାଈ ଏବଂ ଅଣ୍ଡିରା ବ୍ଲାକବକ୍‌ଙ୍କ ମଧ୍ୟରେ ପାର୍ଥକ୍ୟ କ’ଣ ...

Published By : Prameya-News7 Bureau | October 23, 2024 IST

ନୂଆଦିଲ୍ଲୀ ୨୩।୧୦: କୃଷ୍ଣସାର ମୃଗ ବା ବ୍ଲାକବକ୍ । ଏହା ଯୋଗୁଁ ଭାଇଜାନ୍‌ ଶତ୍ରୁ ପାଲଟିଛନ୍ତି ବିଷ୍ଣୋଇ ସମାଜ । ଏବେ ଏହି ଶତ୍ରୁତା ବଢିବାରେ ଲାଗିଛି । ଲରେନ୍ସ ବିଷ୍ଣୋଇଙ୍କ ଟାର୍ଗେଟ୍‌ରେ ସଲମାନ । କିନ୍ତୁ ଜାଣନ୍ତି କି କୃଷ୍ଣସାର ମୃଗର ମାଂସ କିଏ ଖାଇଥାନ୍ତି ?  

ସମୟ ଥିଲା ଭାରତରେ କୃଷ୍ଣସାର ମୃଗର ଶିକାର କରାଯାଉଥିଲା । କିନ୍ତୁ ବର୍ତ୍ତମାନ ଏହାର ଶିକାର ଉପରେ ନିଷେଧ କରାଯାଇଛି । ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଚାଲିଛି ଉଦ୍ୟମ । କିନ୍ତୁ ଏତେ ଚେଷ୍ଠା ପରେ ମଧ୍ୟ ଜଙ୍ଗଲରେ ଥିବା ପଶୁମାନଙ୍କର ଶିକାର କରାଯାଉଛି ଏବଂ ସେମାନଙ୍କର ମାଂସ ଖାଉଛନ୍ତି ମଣିଷ ।

ଜଙ୍ଗଲରେ କୃଷ୍ଣସାର ମୃଗଙ୍କ ଉପରେ ଅଧିକ ଶିକାର କରୁଥିବା ପଶୁମାନଙ୍କ ମଧ୍ୟରେ ଗଧିଆ, ବଣୁଆ କୁକୁର, ଶୃଗାଳ, ଅଜଗର ଏବଂ ବଣୁଆ ଘୁଷୁରୀ  ସାମିଲ ଅଛନ୍ତି । କୃଷ୍ଣସାର ମୃଗ ଭାରତ ଏବଂ ନେପାଳ ବ୍ୟତୀତ ପାକିସ୍ତାନର ଅନେକ ଅଞ୍ଚଳରେ ଦେଖିବାକୁ ମିଳନ୍ତି । 

ମାଈ ଏବଂ ଅଣ୍ଡିରା କୃଷ୍ଣସାର ମୃଗଙ୍କ ମଧ୍ୟରେ ପାର୍ଥକ୍ୟ ରହିଥାଏ । ଅଣ୍ଡିରା କୃଷ୍ଣସାର ମୃଗର ଶିଙ୍ଗ ଲମ୍ବା ହୋଇଥାଏ । କିନ୍ତୁ ମାଈ କୃଷ୍ଣସାର ମୃଗର ଶିଙ୍ଗ ନଥାଏ । ବିଷ୍ଣୋଇ ସମ୍ପ୍ରଦାୟ କୃଷ୍ଣସାର ମୃଗକୁ ଭଗବାନ କୃଷ୍ଣଙ୍କର ଅବତାର ବୋଲି ବିବେଚନା କରନ୍ତି । ଏଥିପାଇଁ ସେମାନେ କୃଷ୍ଣସାର ମୃଗକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ମଧ୍ୟ ବଳିଦାନ ଦେଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.