ଲାହୋର ବିଶ୍ଵର ସବୁଠୁ ପ୍ରଦୂଷିତ ସହର, ବାୟୁ ଗୁଣବତ୍ତା ସ୍ତର ୩୯୪

Published By : Prameya-News7 Bureau | October 23, 2024 IST

ନୂଆଦିଲ୍ଲୀ ୨୩।୧୦; ପାକିସ୍ତାନକୁ ଆଉ ଏକ ଝଟ୍‌କା । ଦେଶର ସାସ୍କୃତିକ ନଗରୀ ଲାହୋରକୁ ବିଶ୍ୱର ସବୁଠୁ ପ୍ରଦୂଷିତ ସହର ଘୋଷଣା କରାଯାଇଛି । ଏହାର ବାୟୁ ଗୁଣବତ୍ତା ସୂଚକାଙ୍କ ( ଏ କ ୁ ୍ୟ ଅ । ଇ ) ଆଶ୍ଚର୍ଯ୍ୟଜନକ ଭାବେ ୩୯୪ରେ ପହଞ୍ଚିଛି । ବାୟୁ ପ୍ରଦୂଷଣର ଏହି ସ୍ତର ଅନ୍ତର୍ଜାତୀୟ ସ୍ତରରେ ନିର୍ଦ୍ଧାରିତ ସୁରକ୍ଷା ସୀମାଠୁ ବହୁ ଉପରେ । ସହର ବାସିନ୍ଦାଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରୁଛି । 

ବାୟୁ ଗୁଣବତ୍ତା ସୂଚକାଙ୍କ ୧୦୦ରୁ ଅଧିକ ହେଲେ ଅସ୍ୱାସ୍ଥ୍ୟକର ବିବେଚନା କରାଯାଏ । ସ୍ତର ୧୫୦ ଟପିଲେ, ‘ଅତ୍ୟନ୍ତ ଅସ୍ୱାସ୍ଥ୍ୟକର’ ବର୍ଗରେ ଶ୍ରେଣୀଭୁକ୍ତ କରାଯାଏ । ସେହି ଦୃଷ୍ଟିରୁ ଲାହୋରର ବର୍ତ୍ତମାନ ସ୍ଥିତି ଅତ୍ୟନ୍ତ ଭୟାନକ । ଲକ୍ଷାଧିକ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଭୟଙ୍କର ବିପଦ ରୂପେ ଏହା ଉଭା ହୋଇଛି । ଲାହୋରରେ କୁହୁଡ଼ି ସଙ୍କଟ ବିଭିନ୍ନ କାରଣ ପାଇଁ ବଢ଼ିଛି । ବ୍ୟାପକ ପରିମାଣରେ ନଡ଼ା- ପାଳ ଜାଳିବା ସମେତ ଉଦ୍ୟୋଗରୁ ନିର୍ଗତ ଦୂଷିତ ଗ୍ୟାସ୍‌ ଉପରେ ଏହାର ଲଗାମ ନାହିଁ । ଏହି ପ୍ରଦୂଷକ ଜଳବାୟୁ ସହ ମିଶି ସହରକୁ ଭୟଙ୍କର କୁହୁଡ଼ିର ଆସ୍ତରଣ ଦ୍ୱାରା ଆବୃତ୍ତ କରିଛି । 

ପଞ୍ଜାବ ସୂଚନା ମନ୍ତ୍ରୀ ଆଜ୍‌ମା ବୋଖାରି ଗଣମାଧ୍ୟମକୁ କହିଛନ୍ତି, ଲାହୋରକୁ ବିଶ୍ୱର ସବୁଠୁ ପ୍ରଦୂଷିତ ସହର ଘୋଷଣା କରାଯିବା ପରେ ଏହି ସମସ୍ୟାର ମୁକାବିଲା ଲାଗି ଆମେ ଅନେକ ପଦକ୍ଷେପ ନେଇଛୁ । ଏବେ ଆମେ ସହରରେ କୃତ୍ରିମ ବର୍ଷାର ଯୋଜନା କରୁଛୁ । ପଞ୍ଜାବ ସରକାର ଏକ ଆଣ୍ଟି-ସ୍ମୋଗ୍‌ ସ୍କ୍ୱାଡ୍‌ ମଧ୍ୟ ଲଞ୍ଚ୍‌ କରିଛନ୍ତି, ଯାହା କୁହୁଡ଼ି ପ୍ରଭାବିତ କ୍ଷେତ୍ରରେ ବୁଲିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.