ଇସ୍ରାଏଲର ତେଲଆଭିଭ ଉପରେ ଲେବାନନର ଜୋରଦାର ଆକ୍ରମଣ, ଏମାର୍ଜେନ୍ସୀ ଘୋଷଣା

Published By : Prameya-News7 Bureau | October 22, 2024 IST

ଜେରୁଜେଲମ ୨୨।୧୦: ଲେବାନନର ସଶସ୍ତ୍ର ସମୂହ ହିଜବୁଲ ମଙ୍ଗଳବାର ତେଲଆଭିଭର ଗ୍ଲିଲଟ ଗୁଇନ୍ଦା ସାମରିକ ଘାଟିକୁ ଟାର୍ଗେଟ କରିଛି। ତେବେ ଏହି ଘଟଣାରେ କେହି ହତାହତ ହୋଇନଥିବା ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ସ୍ପଷ୍ଟିକରଣ ଦେଇଛି। କହିଛି କତରସ୍ଥିତ ଅଲ ଜଜିରା ଯେଉଁପରି ରିପୋର୍ଟ କରିଛି ସେପରି କିଛି ହୋଇ ନାହିଁ। ତେବେ ହିଜବୁଲ ଦାବି କରିଛି ଯେ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି ଓ ବଡ଼ ଧରଣର ବିସ୍ଫୋରଣ ଖବର ଆସିଛି। 

ହିଜବୁଲ ଟେଲିଗ୍ରାମରେ କରିଥିବା ଏକ ପୋଷ୍ଟରେ  ଏହି ଆକ୍ରମଣ ଗାଜାରେ ପାଲେଷ୍ଟେନୀୟଙ୍କ ପ୍ରତି ସମର୍ଥନ ଓ ଲେବାନନର ଲୋକଙ୍କ ରକ୍ଷା ପାଇଁ କରାଯାଇଛି। ହିଜବୁଲର ଏହି ଆକ୍ରମଣ ପରେ ବେନ ଗୁରିୟନ ଏୟାରପୋର୍ଟରୁ ଉଡାଣ ନିଲମ୍ବିତ କରିଦିଆଯାଇଛି ଓ ଆଇଡିଏଫ ତେଲଆଭିଭରେ ଏମାର୍ଜେନ୍ସୀ ଘୋଷଣା କରିଛି। ଏହା ଛଡା ଇରାନ ଦ୍ୱାରା ନିକଟରେ କରାଯାଇଥିବା କ୍ଷେପଣାସ୍ତ୍ର ଆକ୍ରମଣର ଜବାବ ଦେବାକୁ ଇସ୍ରାଏଲ ବଡ଼ ଧରଣର ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଥିବା କୁହାଯାଇଛି। 

ଅଧିକାରୀମାନେ କହିଛନ୍ତି ଯେ ଇରାନରୁ ସମ୍ଭାବିତ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଆଇଡିଏଫକୁ ଆହୁରି ମଜଭୁତ କରାଯାଉଛି। ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ଇରାନର କେଉଁ ସ୍ଥାନକୁ ଇସ୍ରାଏଲ ଆକ୍ରମଣ କରିପାରିବ। ତେବେ ଇସ୍ରାଏଲ ଗଣମାଧ୍ୟମରେ ପ୍ରକାଶିତ ବିଭିନ୍ନ ରିପୋର୍ଟ ଅନୁସାରେ ଆଇଡିଏଫ ଇରାନର ତୈଳ କ୍ଷେତ୍ର ଅଥବା ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିପାରେ। ଗାଜା ଯୁଦ୍ଧ ଓ ଲେବାନନରେ ଇସ୍ରାଏଲର ବିମାନ ଆକ୍ରମଣକୁ ନେଇ ତେଲଆଭିଭ ଓ ତେହେରାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.