ଆମ ସମ୍ପର୍କ ଏତେ ମଜଭୁତ ଯେ ମୋଦୀ ବିନା ଅନୁବାଦରେ ମୋ କଥା ବୁଝିପାରିବେ: ପୁଟିନ

Published By : Prameya-News7 Bureau | October 22, 2024 IST

indiatoday

ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ଋଷ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ନୋଦୀ। ସେଠାରେ ମୋଦୀ ଓ ପୁଟିନଙ୍କ ମଧ୍ୟରେ ଆଲୋଚନା ହୋଇଛି। ଆଲୋଚନା ବେଳେ  ଦୁଇ ଦେଶର ସମ୍ପର୍କର ନିବିଡ଼ତା ନେଇ ପୁଟିନ ଥଟା ମଜା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପୁଟିନଙ୍କ ମଜାକିଆ କଥାରେ ହସି ଦେଇଥିଲେ। 

ଆଲୋଚନା ବେଳେ ପୁଟିନ କହିଥିଲେ ଯେ ମସ୍କୋ ଓ ନୂଆ ଦିଲ୍ଲୀର ସମ୍ପର୍କ ବିଶେଷାଧିକାର ରହିଛି। ଏବଂ ଗତିଶୀଳ ଭାବରେ ବିକଶିତ ହେଉଛି। ଉଭୟ ଦେଶ ମଧ୍ୟରେ ଏତେ ନିବିଡ଼ତା ରହିଛି ଯେ ମୋଦୀ ବିନା ଟ୍ରାନ୍ସଲେସନରେ ମୋ କଥା ବୁଝି ଯିବେ ବୋଲି ପୁଟିନ କହିଥିଲେ। ଥଟାରେ ପୁଟିନ କହିଥିଲେ “ ଆମ ସମ୍ପର୍କ ଏତେ ମଜଭୁତ ଯେ ମୁଁ ଭାବୁଛି ଆପଣ(ପିଏମ ମୋଦୀ) ବିନା ଟ୍ରାନ୍ସଲେସନରେ ମୋ କଥା ବୁଝିପାରିବେ।” 

ପୁଟିନଙ୍କ ଏହି କଥାରେ ମୋଦୀ ମଧ୍ୟ ବୁନ୍ଧୁତ୍ୱର ହସ ହସି ଦେଇଥିଲେ। ପୁଟିନଙ୍କୁ ଉତ୍ତର ଦେଇ ମୋଦୀ କହିଥିଲେ “ ଗତ ୩ ମାସରେ ମୋର ଋଷ ଭ୍ରମଣ ଆମର ଘନିଷ୍ଠ ସହଯୋଗ ଓ ଗଭୀର ବନ୍ଧୁତ୍ୱର ପ୍ରତିଛବି। ଜୁଲାଇ ମାସରେ ମସ୍କୋରେ ଅନୁଷ୍ଠିତ ବାର୍ଷିକ ଶିଖର ସମ୍ମିଳନୀ ସବୁ କ୍ଷେତ୍ରରେ ଆମର ସହଯୋଗକୁ ମଜବୁତ କରିଛି।”  ଏହାପରେ ପୁଟିନ ପୁଣି କହିଥିଲେ “ମୋର ଜୁଲାଇ ବୈଠକ ମନେ ଅଛି ଯେତେବେଳେ ବିଭିନ୍ନ ପ୍ରସଙ୍ଗରେ ଆମର ଭଲ ଆଲୋଚନା ହୋଇଥିଲା, ଏବଂ ଆମେ ଫୋନରେ ମଧ୍ୟ ଅନେକ ଥର କଥା ହୋଇଥିଲୁ। କାଜାନ ପରିଦର୍ଶନ କରିବାକୁ ମୋର ନିମନ୍ତ୍ରଣ ଗ୍ରହଣ କରିଥିବାରୁ ମୁଁ ଆପଣଙ୍କ ପାଖରେ ବହୁତ କୃତଜ୍ଞ।”

ଏହାପରେ ଋଷ ୟୁକ୍ରେନ୍ ଯୁଦ୍ଧ ନେଇ ମଧ୍ୟ ମୋଦୀ ପ୍ରତିକ୍ରିୟା ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ “ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ପ୍ରସଙ୍ଗରେ ଆମେ ନିରନ୍ତର ସମ୍ପର୍କରେ ଅଛୁ। ଶାନ୍ତିପୂର୍ଣ୍ଣ ଭାବେ ସମସ୍ୟାର ସମାଧାନ ହେଉ ବୋଲି ଆମେ ଚାହୁଁଛୁ। ଦୁଇ ଦେଶ ମଧ୍ୟରେ ଶୀଘ୍ର ଶାନ୍ତି ଓ ସ୍ଥିରତା ଫେରିବାକୁ ଆମେ ସମର୍ଥନ କରୁଛୁ। ଆମର ସମସ୍ତ ପ୍ରୟାସ ମାନବିକତାକୁ ପ୍ରାଧାନ୍ୟ ଦେଇଥାଏ। ଆଗାମୀ ସମୟରେ ଭାରତ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇବାକୁ ପ୍ରସ୍ତୁତ ଅଛୁ।” 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.